Odisha news

ଭଗବତୀ ବିଦ୍ୟାପୀଠରେ ଆରଡିସି ଅନିଲ ସାମଲଙ୍କ ସମିକ୍ଷା

ମାହାଙ୍ଗା :  ମାହାଙ୍ଗା ବ୍ଲକ ଶୁକ୍ଳେଶ୍ୱର ସ୍ଥିତ ପୁରାତନ ଭଗବତୀ ବିଦ୍ୟାପୀଠରେ ୫ -ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରିକରଣ ସ୍ୱତନ୍ତ୍ର ଅନୁଦାନ ଓ ପ୍ରତେକ୍ଷ ତତ୍ୱାବଧାନରେ ପୁରାତନ ଶ୍ରେଣୀ ଗୃହ ମରାମତି କାର୍ଯ୍ୟ,ବିଜ୍ଞାନଗାର,ଦୁଇଟି ସ୍ମାର୍ଟ କ୍ଲାସ ରୁମ,ଆଇସିଟି ଲ୍ୟାବ,ମୁଖ୍ୟ ଫାଟକ,ରାସ୍ତା,ଖେଳ ପଡିଆ,ବଗିଚା ଓ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ଚାଲିଥିଲା  ବେଳେ ଉକ୍ତ ବିଦ୍ୟାପୀଠକୁ ପୋଷ୍ୟ ବିଦ୍ୟାପୀଠ ଭାବେ ଗ୍ରହଣ କରିଥିବା କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ବିଦ୍ୟାପୀଠରେ ପହଞ୍ଚô ସମସ୍ତ ବିକାଶମୂଳକ କାର୍ଯ୍ୟର ସମିକ୍ଷା କରିଥିଲେ ।

ଏହି ସମିକ୍ଷା ବୈଠକରେ ମାହାଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ ନିହାରରଞ୍ଜନ ମଲ୍ଲିକ,ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜନତା ମହାପାତ୍ର,କନିଷ୍ଠ ଯନ୍ତ୍ରୀ ବିଷ୍ଣୁପ୍ରୀୟା ମଲ୍ଲିକ,ଭଗବତୀ ବିଦ୍ୟାପୀଠ ପୁରାତନ ଛାତ୍ର ସଂଘର ସମ୍ପାଦକ ଅରୁଣ କୁମାର ବାରିକ,ସହ ସମ୍ପାଦକ ଭାରତଭୂଷଣ ପଟ୍ଟନାୟକ,ଆଇନଜୀବୀ ସତ୍ୟନାରାୟଣ ଦାସ,ମାନସ ରଞ୍ଜନ ପଣ୍ଡା,ଶିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଓ ତପନ କୁମାର ଦାସ ପ୍ରମୁଖ ଉକ୍ତ ସମିକ୍ଷା ବୈଠକରେ ଯୋଗ ଦେଇଥିଲେ ।

ଆରଡିସି ଶ୍ରୀ ସାମଲ ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ପାଇଁ ନିଦେ୍ର୍ଦଶ ଦେବା ସହ ନିଷ୍ଠାପର ଭବେ କାର୍ଯ୍ୟ କରୁଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଭୂୟସୀ ପ୍ରସଂଶା କରିଥିଲେ । ସୂଚନା ଯୋଗ୍ୟ,ଆରଡିସି ଅନିଲ କୁମାର ସାମଲ ଭଗବତୀ ବିଦ୍ୟାପୀଠର ପୁରାତନ ଛାତ୍ର ଓ ଅଧୂନା ପୁରାତନ ଛାତ୍ର ସଂଘର ସଭାପତି ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ।

Nalco

Comments are closed.