Odisha news

ମାହାଙ୍ଗା ଅଂଚଳରେ କୁକୁଡାଙ୍କୁ ବାର୍ଡ ଫ୍ଲୁ ଆଶଙ୍କା

0

ମାହାଙ୍ଗା ୧୨/୦୨: ଆଜି ସକାଳେ ମାହାଙ୍ଗା ବ୍ଲକର ଭଦ୍ରେଶ୍ୱର ପଂଚାୟତ ଅନ୍ତର୍ଗତ ଝାଡେଶ୍ୱରପୁର ଠାରେ ଥିବା ୮ ଜି କେନାଲ ଭିତରେ ଦୁଇ ବସ୍ତା କୁକୁଡା ମୁହଁ ବନ୍ଧା ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଉକ୍ତ ବସ୍ତାର ମୁହଁ ଖୋଲି ଦେଖିବାକୁ ପାଇଲେ ଯେ ବହୁ ସଂଖ୍ୟାରେ ମଲା କୁକୁଡା ବସ୍ତା ଭିତରେ ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟରେ କୁକୁଡାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ଚର୍ଚ୍ଚା ହୋଇଥିଲା ବେଳେ ଭଦ୍ରେଶ୍ୱର ଅଂଚଳରେ ଥିବା କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ରୋଗ ଯୋଗୁ କୁକୁଡା ମରିବା ଆରମ୍ଭ ହେଲାଣି । ଫାର୍ମର ମାଲିକମାନେ ଏହି ଘଟଣାକୁ ଲୁ·ଇବାକୁ ଯାଇ ମଲା କୁକୁଡା ଗୁଡିକୁ ବସ୍ତାରେ ପୁରାଇ ବିଭିନ୍ନ ସ୍ଥାନରେ ଫୋପାଡିବା ଆରମ୍ଭ କଲେଣି । ଯାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ଏପରିକି ଏବେ ବିଭିନ୍ନ ଅଙ୍ଗନବାଡି ଓ ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ନଦେବା ପାଇଁ ଅଭିଭାବକମାନେ ·ପ ସୃଷ୍ଟି କଲେଣି । ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହିତ କୁକୁଡା ଫାର୍ମଗୁଡିକର ତଦନ୍ତ କରାଇବାକୁ ସାଧାରଣରେ ଦାବି ହେଉଛି ।

Leave A Reply