ମାହାଙ୍ଗା ୨୭ା୯: ରବିବାର ସକାଳେ ମାହାଙ୍ଗା ଥାନା ଅନ୍ତର୍ଗତ କଉଡୁକୋଲ ଯଜ୍ଞପଡିଆଠାରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ତିନି ଯୁବକ ଗୁରୁତ ହୋଇ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ପ୍ରକାଶ ଯେ ପାରାଦୀପ – ଦୈତାରୀ ୫ ନମ୍ବର (କ) ଜାତୀୟ ରାଜପଥର କଉଡକୋଲଠାରେ ଓଡି. ୦୪ – କେ ୩୬୪୬ ନମ୍ବର ବିଶିଷ୍ଟ ଏକ ଟ୍ରକ ଦ୍ରୁତଗତିରେ ଆସୁଥିଲା ବେଳେ ବାଇକରେ ଯାଉଥିବା ଏହି ଗ୍ରାମର ଘନଶ୍ୟାମ ମଳିକଙ୍କ ପୁତ୍ର କାବୁଲା ମଳିକ (୨୬), କୁନ୍ଦଳ ଗ୍ରାମର ଶଙ୍କର ଜେନା(୧୮) ଓ ଖଗେଶ୍ୱର ଜେନାଙ୍କ ପୁତ୍ର ପ୍ରେମାନନ୍ଦ ଜେନା (୧୯) ଙ୍କ ଉପରେ ଟ୍ରକଟି ଚଢିଯାଇଥିଲା ।
ଘଟଣାସ୍ଥଳରୁ ତିନି ଜଣଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ତିନିଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଖବର ପାଇଁ ମାହାଙ୍ଗା ଥାନା ପୋଲି ଘଟଣାସ୍ଥଲରେ ପହଂଚି ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।
