Odisha news

ପଣ୍ଡିତ ନୃସିଂହ ଚରଣ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

0

ମାହାଙ୍ଗା୨୯ା୮ : ମାହାଙ୍ଗା ବ୍ଲକ ଅଧିନସ୍ଥ ମୂଳବସନ୍ତ ଗ୍ରାମ ପଂଚାୟତର ଗୋପାଳପୁରଠାରେ ପଣ୍ଡିତ ନୃସିଂହ ଚରଣ ଦାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ନୃସିଂହ ଚରଣ ଦାଶ ସ୍ମୃତି ସଂସଦ ଓ ବିଜୁ ଜନତା ଦଳ ମୂଳବସନ୍ତ ପଂଚାୟତର ମିଳିତ ଆନୁକୂଲ୍ୟରେ ବୈରାଗୀ ମିଶ୍ର ସ୍ମୃତି ସଂସଦ ସଭାପତି ଉପେନ୍ଦ୍ର ନାଥ ରଣାଙ୍କ ପୌରୋହିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ସଭାପତି ବଟକୃଷ୍ଣ ଦାଶ ସଭାମଂଚରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପ୍ରାରମ୍ଭରେ ବ୍ଲକ ଅଧ୍ୟକ୍ଷ ଶରତ କୁମାର ନାୟକ ଫଟୋରେ ପୁଷ୍ପମାଲ୍ୟ ଦେବା ସହ ମହାନ ଆତ୍ମାର ସଦ୍ ଗତି ନିମନ୍ତେ ବୃକ୍ଷରୋପଣ କରିଥିଲେ । ସ୍ୱର୍ଗତ ପଣ୍ଡିତ ଦାଶ ଜଣେ ମିଷ୍ଟଭାଷୀ, ସରଳ, ନିର୍ଭିକ, ଅନ୍ୟାୟ ବିରୋଧରେ ଯୋଦ୍ଧା ଭାବରେ ଜଣାଶୁଣା ଥିଲେ ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ । ସମାଜସେବୀ କବି ପ୍ରଶାନ୍ତ କୁମାର କର କହିଲେ ପଣ୍ଡିତ ଦାଶଙ୍କ ମୃତୁ୍ୟରେ ପଂଚାୟତର ଅପୁରଣୀୟ କ୍ଷତତି ଘଟିଲା ଯାହା ଆଉ ପୂରଣ ହୋଇ ପାରିବ ନାହିଁ । ପୂର୍ବତନ ସରପଂଚ ଭ୍ରମରବର ରାଉତ, ସରପଂଚ ପ୍ରତିନିଧି ରାକେଶ ସାହୁ, ଅଜୟ କୁମାର ରାଉତ, ଦେବୀ ପ୍ରସାଦ ପଳେଇ, କ୍ଷମାସାଗର

Leave A Reply