Odisha news

ହନୁମାନ ଭକ୍ତ ମଣ୍ଡଳୀ ସେବା ଟ୍ରଷ୍ଟ ପକ୍ଷରୁ ଔଷଧ ବଂଟନ

0

ମାହାଙ୍ଗା୨୪ା୮ : ମାହାଙ୍ଗା ବ୍ଲକର ଉମରଠାରେ ଥିବା ଶ୍ରୀ ହନୁମାନ ସେବା ଟ୍ରଷ୍ଟ ପକ୍ଷରୁ ମହାମାରୀ  ହୋମିଓପ୍ୟାଥିକ ଔଷଧ ବଂଟନ କରାଯାଇଛି । ଗତ ଅଗଷ୍ଟ ୨ ତାରିଖଠାରୁ ଏହି ଔଷଧ ବଂଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରବିବାର ଦିନ ଉଦ୍ୟାପିତ ହୋଇଛି । ଉଦ୍ଘାଟନ ଉତ୍ସବରେ ନାହାଙ୍ଗା ଗ୍ରାମ ପଂଚାୟତ ସରପଂଚ ଚିତ୍ତରଂଜନ ମହାନ୍ତି, ଜିଲ୍ଲା ମୋ ସ୍କୁଲ ସରକାର ନୋଡାଲ ଅଫିସର ତଥା ଝାଡେଶ୍ୱରପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଚୌଧୁରୀ ରମାକାନ୍ତ ପ୍ରହରାଜ ଓ ଯୁବ ସମାଜସେବୀ ଚିତ୍ତରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅନୁମୋଦିତ ତଥା ସ୍ୱୀକୃତିପ୍ରାପ୍ତ କରୋନ ପ୍ରତିରୋଧକ ହୋମିଓପ୍ୟାଥିକ୍ ଔଷଧ ବଂଟନ କାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା ।

ମାହାଙ୍ଗାର ପୂର୍ବାଂଚଳର ଦଶଟି ପଂଚାୟତର ୧୦ ହଜାରରୁ ଉର୍ଦ୍ଧ ପରିବାରକୁ ଏହି ଔଷଧ ବଂଟନ କରାଯିବା ସହ ବିଭିନ୍ନ ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ତଥା ବ୍ୟବସାୟିକ ଅନୁଷ୍ଠାନମାନଙ୍କରେ ମଧ୍ୟ ଏହା ବଂଟନ କରାଯାଇଥିଲା । ଗତକାଲି ଏହି ଔଷଧ ବଂଟନ ଉତ୍ସବର ଉଦ୍ୟାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଠାରେ ସୂଚନା ଥାଉକି ଅନୁଷ୍ଠାନ ପକ୍ଷରୁ ବିଗତ ୨ ବର୍ଷ ଧରି ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ସେବା ସଂଗଠନ କଳିଙ୍ଗ ଭାରତୀ ଫାଉଣ୍ଡେସନ ଓ ଭୁବନେଶ୍ୱରସ୍ଥିତ କିସ୍ ସହାୟତାରେ କଟକ, ଜଗତ୍ସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ମାଗଣା ଦନ୍ତ ଚିକିତ୍ସା ଶିବିର, ଆଲୋଚନା ଚକ୍ର ଏବଂ ବହୁ ସାମାଜିକ କାର୍ଯ୍ୟ ଅନୁଷ୍ଠିତ ହୋଇ ବେଶ୍ ଜନାଦ୍ଦୃତ ହୋଇଥିବା ପ୍ରକାଶ । ଆଗାମୀ ଦିନରେ ମାହାଙ୍ଗା ବ୍ଲକର ଅନ୍ୟାନ୍ୟ ପଂଚାୟତରେ ଏହି ରୋଗ ପ୍ରତିଶେଧକ ଔଷଧ ବଂଟନ କରାଯିବ ବୋଲି ଟ୍ରଷ୍ଟର ମୁଖ୍ୟ ବିଜୟ କୁମାର ସାମଲ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ହନୁମାନଜୀଉ ଭକ୍ତମଣ୍ଡଳୀ ସେବା ଟ୍ରଷ୍ଟ ଉମରର ସମସ୍ତ କର୍ମକର୍ତ୍ତା, ସଭ୍ୟ ଓ ସ୍ଥାନୀୟ ଯୁବ ସମାଜ ପକ୍ଷରୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply