Odisha news

କଟକ ଜିଲ୍ଲାପାଳଙ୍କ ମାହାଙ୍ଗା ଅଂଚଳ ପରିଦର୍ଶନକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

0

ମାହାଙ୍ଗା ୨୩ା୮ : ଗତ କାଲି କଟକ ଜିଲ୍ଲାପାଳ ମାହାଙ୍ଗା ଅଂଚଳର ୧୦ ଟି ପଂଚାୟତକୁ ଗ୍ରସ୍ତ କରି ବର୍ଷା ଜଳ ଘେରରେ ରହିଥିବା ଅଂଚଳକୁ ପରିଦର୍ଶନ କରିଥିଲେ । ଏ ନେଇ ଆଜି ବିଜେପି ତରଫରୁ ମାହାଙ୍ଗା ଅଂଚଳର ବିଜେପି ନେତା ଶାରଦା ପ୍ରଧାନ ପୋଡାମରେଇସ୍ଥିତ ନିଜର ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ଗତ ୫ ଦିନ ତଳେ ଏସ୍ ଆର ସି ମାଧ୍ୟମରେ ରାଜ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ତରଫରୁ ମାହାଙ୍ଗା ଅଂଚଳର ସମସ୍ୟା ନେଇ ଏକ ଦାବି ପ୍ରଦାନ କରାଯାଇଥିଲା । ଗତ କାଲି କଟକ ଜିଲ୍ଲାପାଳ ତରବରିଆ ଭାବରେ ମାହାଙ୍ଗା ଅଂଚଳର କିଛି ଅଂଚଳ ପରିଦର୍ଶନ କରିଥିଲେ ମଧ୍ୟ ପ୍ରକୃତ ଜଳଘେରା ବନ୍ଦୀରେ ଥିବା ଏରକଣାର ଝିଙ୍କଡି ଅଂଚଳ ପରିଦର୍ଶନ କରିନଥିଲେ ।

ଦୀର୍ଘ ୨୧ ବର୍ଷ ତଳେ ଯେଉଁ ପରିସ୍ଥିତି ଥିଲା ଆଜିବି ସମାନ ପରିସ୍ଥିତି ମାହାଙ୍ଗା ଅଂଚଳରେ ରହିଛି । ଗୋବରୀନଦୀ ମାହାଙ୍ଗାର ଦୁଃଖ, ଗୋବରୀକୁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପାଇଁ ଦାବି ହେଉଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ୨୧ ବର୍ଷ ତଳେ କଟକ ଜିଲ୍ଲାପାଳ ଭାବେ ପି.କେ. ଜେନା ଥିବା ସମୟରେ ଏହି ସବୁ ଅଂଚଳ ବନ୍ୟା ଓ ବର୍ଷା ଜଳ ଘେରବନ୍ଦୀ ସମୟରେ ବୁଲି ଦେଖିଥିଲେ । ଗତ କାଲି କଟକ ଜିଲ୍ଲାପାଳ ମାହାଙ୍ଗା ଅଂଚଳକୁ ଗ୍ରସ୍ତ କରିବା ନେଇ ବିଜେପି ପ୍ରଶ୍ନ ଉଠାଇଛି ।

ଜିଲ୍ଲାପାଳ କ’ଣ ପାଇଁ ପ୍ରକୃତ ଜଳ ଘେରା ଅଂଚଳ ଜିଲ୍ଲାପାଳ ପରିଦର୍ଶନ କରିନାହାଁନ୍ତି । ଜିଲ୍ଲାପାଳ ଓ ଜିଲ୍ଲପ୍ରଶାସନ ଉପରେ ଭାରତୀୟ ଜନତା ପାର୍ଟିର ବିଶ୍ୱାସ ନାହିଁ । ମାହାଙ୍ଗା ଅଂଚଳରେ ବନ୍ୟା ଓ ବର୍ଷା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତି ପୂରଣ , ବିହନ ଯୋଗାଣ କରାଯିବା ଉପରେ ବିଜେପି ଦାବି ଜଣାଇଛି । ଏପରିକି ଚାଷୀଙ୍କ ପାଇଁ ଆସିଥିବା ମୁଗ ଓ ବିରି ବିହନକୁ ଶାସକ ଦଳର ବଡପଣ୍ଡା ଚଳୁ କରିଥିବା ଅଭିଯୋଗ ଶ୍ରୀ ପ୍ରଧାନ କରିବା ସହିତ ବିଗତ ବାତ୍ୟା ଫନି ସମୟରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା କୋଠାଘର ଲୋକଙ୍କୁ ବାତ୍ୟା ଫନି ସହାୟତା ୯୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ପାଖା ପାଖି ୨ ହଜାର ଲୋକ ଏହି ବାତ୍ୟା ସହାୟତା ପାଇବା ଦ୍ୱାରା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ୨୦ କୋଟି ଟଙ୍କାର ହେରଫେର ହୋଇଥିଲା ବେଳେ ମାହାଙ୍ଗାର ଉଷୁମା ପଂଚାୟତରେ ଜନୈକ ଲୋକ ଦୁଇ ଥର ବାତ୍ୟା ସହାୟତା ପାଇଥିôଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଶାସକ ଦଳର କର୍ମୀ ଫନି ସହାୟତା ହାତେଇଥିଲା ବେଳେ ଗରିବ ଲୋକ ଏହି ସହାୟତା ପାଇବାରୁ ବଂଚିତ ହୋଇଥିଲେ । ଆଜି ମାହାଙ୍ଗା କାନ୍ଦୁଛି । ମାହାଙ୍ଗା ଅଂଚଳର ଭଉଁରିଆ, ଆନନ୍ଦପୁର, ପୋଡାମରାଇ, ଭେଡା, ଚାହାପଡା, ନୃତାଙ୍ଗ, ଉମର, ହଳଦିଆ, ଲଳିତଗିରୀ, କୁରୁଜଙ୍ଗା, ଗୋପାଳପୁର ଅଂଚଳର ଚାଷୀମାନଙ୍କର ଶହ ଶହ ଏକର ଜମି ବର୍ଷା ପାଣିରେ ବୁଡି ରହିଥିବାରୁ ଚାଷୀମାନେ ହତାଶ ହୋଇଛନ୍ତି । ଜିଲ୍ଲାପ୍ରଶାସନ ଓ ମାହାଙ୍ଗା ତହସିଲ ପ୍ରଶାସନ ଚାଷୀମାନଙ୍କର ସମସ୍ୟା ଓ କ୍ଷତି ତଦନ୍ତରୁ ଦୂରେଇ ରହିବା ପାଇଁ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବ ବୋଲି ଶାରଦା ପ୍ରଧାନ ସୂଚନା ଦେଇଥିଲେ ।

୧୯୯୮ ମସିହାରୁ ମାହାଙ୍ଗା ବିକାଶ ପରିଷଦ ଦାବି କରିଆସୁଥିଲା କି ଗୋବରୀ ନଦୀ ପାଇଁ ମାହାଙ୍ଗା ଅଂଚଳର ବହୁ ପଂଚାୟତ ଜଳମଗ୍ନ ହେଉଅଛି । ତାହାର ସ୍ଥାୟୀ ପ୍ରତିକାର କରାଯାଉ । ତଳ ଗେଙ୍ଗୁଟି ପାଇଁ ସମସରପୁର, ବାଜପୁରା ଓ କଇଁଥା ଆଦିି ଅଂଚଳ ଜଳମଗ୍ନ ହୋଇଛି । ସରକାର ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରୁନଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ୪ ଟି ଯୋଜନାର ଅର୍ଥ ଆଣି ସୁକିନ୍ଦା କେନାଲ ଖୋଳୁଥିଲା ବେଳେ ଏପରିକି ମହାନଦୀ ପଠା ପୋତୁଥିଲା ବେଳେ ମାହାଙ୍ଗା ଅଂଚଳର ବିକାଶ କରିବାକୁ କାହିଁକି ପଛ ଘୁଂଚା ଦେଉଛନ୍ତି । ମାହାଙ୍ଗା ଅଂଚଳର ବିକାଶ ପାଇଁ ଏକ ଯୋଜନା ପ୍ରସ୍ତୁତ କରି କେନ୍ଦ୍ରକୁ ଏକ ପ୍ରସ୍ତାବ ଦେବା ପାଇଁ ସେ ଦାବି କରିଛନ୍ତି । ଗୋବରୀ,ମଇଯରା ନଦୀରେ ଡ୍ରେନେଜ ସିଷ୍ଟମ୍ କରାଯିବା ସହିତ ଏହାର ବନ୍ଧକୁ ଉଚ୍ଚା କରିବା ପାଇଁ ଦାବି ଜଣାଇଛନ୍ତି ।

ଗୋବରୀକୁ ଏକ ନଦୀର ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିବେ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଗତ କାଲି ଆଦର୍ଶ ବିଦ୍ୟାଳୟ ପରିଦର୍ଶନକୁ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଯଦି ଠିକ୍ ରୂପେ କାର୍ଯ୍ୟ କରାନଯାଇଛି ସେଥିପାଇଁ ଦାୟୀ କିଏ ? ଲୋ ଡିପିସ ପଡିଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ ।

Leave A Reply