ମାହାଙ୍ଗା ୭ା୮ : ମାହାଙ୍ଗା ବ୍ଳକ ଅନ୍ତର୍ଗତ ଉମରଠାରେ ଥିବା ହନୁମାନଜୀଉ ଭକ୍ତମଣ୍ଡଳୀ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଳବାୟୁର ପରିବର୍ତ୍ତନ ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଥିଲା ବେଳେ ବୃକ୍ଷରୋପଣକୁ ଗୁରୁତ୍ୱ ପ୍ରଦାନ କରାଯାଇ ଟ୍ରଷ୍ଟର କର୍ମକର୍ତ୍ତାମାନେ ବିଭିନ୍ନ ଚାରାବୃକ୍ଷ ରୋପଣ କରିଥିଲେ ।
ଏଥିସହିତ ଜନସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଗଛ ବଂଚିଲେ ସୃଷ୍ଟି ରହିବ ଏହି ଅବସରରେ ଉମରସ୍ଥିତ ପର୍ଯ୍ୟଟନସ୍ଥଳୀ ଶ୍ରୀ ବଳଦେବଜୀଉ ଓ ହନୁମାନଜୀଉ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା । ପରେ ଏହି ବ୍ଲକ ଅନ୍ତର୍ଗତ ଗୋତରା ପଞ୍ଚାୟତର ଗୋତରାଠାରେ ଥିବା ମା ଅସୁଲେଶ୍ୱରୀଙ୍କ ପୀଠ ,ସ୍ଥାନୀୟ ଅନ୍ୟତମ ଶୈବପୀଠ ବାଲୁଙ୍କେଶ୍ୱରୀ ମନ୍ଦିର ଓ ଆପିଲୋସ୍ଥିତ ଗ୍ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା ।
ବିଶେଷ କରି ଅଁଳା,ବଉଳ,ପେଷ୍ଟା,କାଜୁ,ଚମ୍ପା,ବର,ଜାମୁ ଓ ଅନ୍ୟାନ୍ୟ ଫୁଲଗଛ ରୋପଣ କରାଯାଇ ଗଛ ଗୁଡିକରେ ରାକ୍ଷୀ ବାନ୍ଧିବା ସହ ରକ୍ଷା ବନ୍ଧନ ଉସôବ ପାଳନ କରାଯାଇଥିଲା । ଏହି ଉସôବରେ ପରିବେଶବିତ୍ ତଥା ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ଷଢଙ୍ଗୀ ଯୋଗଦେଇ ପର୍ବପର୍ବାଣୀ ଗୁଡିକରେ ନିଆରା ଢଙ୍ଗରେ ବୃକ୍ଷରୋପଣ କରିବା ପାଇଁ ଅନୁରୋଧ କରିବା ସହ ଟ୍ରଷ୍ଟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟଅତିଥିଭାବେ ପୁର୍ବତନ ଉମର ସରପଞ୍ଚ ଚିତ୍ତରଞ୍ଜନ ମହାପାତ୍ର,ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ବରିଷ୍ଟ କର୍ମକର୍ତ୍ତା ପବିତ୍ରମୋହନ ପ୍ରଧାନ,ବିଜୟ କୁମାର ସାମଲ,ସଂଜୟ କୁମାର ମହାନ୍ତି,ପରିବେଶବିତ୍ ପ୍ରମୋଦ କୁମାର ଦାଶ,ଜ୍ୟୋତିରଂଜନ ମହାନ୍ତି,ଡାକ୍ତର ପୁରୁଷୋତ୍ତମ ସେଠୀ,ପ୍ରଫୁଲ୍ଲ ସାହୁ,ପ୍ରଦୀପ୍ତ ମହାପାତ୍ର ,ଅଭୟ ସାହୁ,ରାକେଶ ପଣ୍ଡା,ଶାସ୍ୱତ ବାରିକ,ପ୍ରହଲ୍ଲାଦ ବାରିକ,ଦିଲ୍ଲୀପ ସାହୁ,ପ୍ରଭୂଦତ୍ତ ସାହୁ,ଦେବବ୍ରତ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମହାବୀର ଷ୍ଟଡି ସର୍କଲର ପୁରାତନ ଛାତ୍ର ଓ ସ୍ଥାନୀୟ ଯୁବ କର୍ମୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ
