Odisha news

ମାହାଙ୍ଗା : ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ନିୟୋଜିତ ପାଚିକା ଓ ସହାୟିକାଙ୍କ ଦୁଃଖ ବଢୁଛି

0

ମାହାଙ୍ଗା ୦୧ା୦୭: ରାଜ୍ୟସରକାର କରୋନା ମହାମାରୀକୁ ଦୃଷ୍ଟି ଆଗରେ ରଖି ରାଜ୍ୟ ରେଥିବା ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡିକୁ ମାର୍ଚ୍ଚ ୧୩ତାରିଖ ଠାରୁ ବନ୍ଦ କରିଦେଇଥିଲେ । ପରବର୍ତି ସମୟରେ ମାର୍ଚ୍ଚ ୧୩ ତାରିଖ ଠାରୁ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଡିଲରମାନଙ୍କ ସହାୟତାରେ ମଧ୍ୟାହ୍ନ ଭୋଜନ ବାବଦରେ ·ଉଳ ବଂଟନ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ମାହାଙ୍ଗା ବ୍ଲକ୍ରେ ବିଭିନ୍ନ ସରକାରୀ ବିଦ୍ୟାଳୟଗୁଡିକରେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା କୁଇଂଟାଲ କୁଇଂଟାଲ ·ଉଳ ପୋକ ଖାଉଛି । ସେଥିପ୍ରତି ପ୍ରଶାସନର ଦୃଷ୍ଟି ନାହିଁ । ବର୍ତମାନ କେବେ ସ୍କୁଲ ଖୋଲିବ ତାହା ନିର୍ଦ୍ଦିଷ୍ଟ ଭାବରେ ସରକାର ଘୋଷଣା କରୁନଥିଲା ବେଳେ ମଧ୍ୟାହ୍ନ ଭୋଜନ ବଦଳରେ ସ୍କୁଲ ପିଲାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଛାଡିବାକୁ ଘୋଷଣା କରି ପଦକ୍ଷେପ ଗ୍ରହଣ କରିଥିଲା ବେଳେ ମଧ୍ୟାହ୍ନ ଭୋଜନ ରନ୍ଧନ ଦାୟିତ୍ୱରେ ଥିବା ପାଚିକା ଓ ସହାୟିକାମାନଙ୍କ ଦୁଃଖ ବଢିବାରେ ଲାଗିଛି ।

କରୋନା ସମୟରେ ସରକାରଙ୍କର ନିଷ୍ପତି ଯୋଗୁ ବିଦ୍ୟାଳୟଗୁଡିକ ବନ୍ଦ ରହିଛି । ମଧ୍ୟାହ୍ନ ଭୋଜନ ରନ୍ଧନ ହେଉନାହିଁ । ମାହାଙ୍ଗା ଅଂଚଳର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ବିଭିନ୍ନ ମନ୍ଦିର ଓ ମସ୍ଜିଦ୍ଗୁଡିକରେ ସହାୟତା ବଂଟନ କରାଯାଉଛି । ହେଲେ ପାଚିକା ଓ ସହାୟିକାମାନଙ୍କ ଦୁଃଖକୁ ଏପର୍ଯ୍ୟନ୍ତ ସରକାର ଗୁରୁତ୍ୱ ନଦେବା ଏକ ପରିତାପର ବିଷୟ । ଏଣୁ ରାଜ୍ୟ ସରକାର ତୁରନ୍ତ ପାଚିକା ଓ ସହାୟିକାମାନଙ୍କୁ କରୋନା ସମୟରେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମାହାଙ୍ଗା ଅଂଚଳର ବୁଦ୍ଧିଜିବୀ ମହଲରେ ସାଧାରଣରେ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave A Reply

Your email address will not be published.