ମାହାଙ୍ଗା୨୭ା୦୬: ଦୁଇପୁଅଙ୍କୁ ବାହାରପଟୁ ଝଞ୍ଜିର ଦେଇ ମା’କୁ ଦୁଷ୍କର୍ମ କରିଥିବା ସଙ୍ଗୀନ ଅଭିଯୋଗ ଜନୈକ ଶିକ୍ଷକଙ୍କ ବିରୁଦ୍ଧରେ ମାହାଙ୍ଗା ଥାନାରେ ପିଡୀତା ଓ ତା’ର ସ୍ୱାମୀ କରିଥିବା ମାହାଙ୍ଗାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାରୁ ଜଣାପଡିଛି ଯେ ମାହାଙ୍ଗା ଥାନା ପୋଡାମରାଇ ପଂଚାୟତର ସିନ୍ଧୁପୁର ଗାଁରେ ଗତ ୨୫ତାରିଖ ବିଳମ୍ବିତ ରାତିରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।
ଦୁଷ୍କର୍ମକାରୀ ଶିକ୍ଷକ ରାଜ କିଶୋର ବେହେରା ମହିଳାଙ୍କ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଦୁଇପୁଅଙ୍କୁ ବାହାରପଟୁ ଝଞ୍ଜିର ଦେଇ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ । ସ୍ୱାମୀ ଘରକୁ ଫେରି ଏହି ଲଜ୍ଜ୍ୟା ଜନକ ଘଟଣା ଦେଖିବା ପରେ ଅଭିଯୁକ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଉଲଗ୍ନ ଅବସ୍ଥାରେ ଘରର ଛାତ ଉପର ଦେଇ ଦୁଷ୍କର୍ମକାରୀ ଶିକ୍ଷକ ଖସି ପଳାଇଥିଲେ ।
ଥାନାରେ ଅଭିଯୋଗ କରିବା ପରେ ମହିଳାଙ୍କୁ ପୋଲିସ ଡାକ୍ତରି ମଇନା ପାଇଁ ପଠାଇବା ବଦଳରେ ନିଜ ଘରକୁ ପଠାଇ ଦେଇଥିବା ଖବର ମିଳିଛି । ଅନ୍ୟ ପକ୍ଷରେ ମାମଲାଟିକୁ ରଫାଦଫା କରିବା ପାଇଁ ସିନ୍ଧୁପୁର ଗାଁରେ କିଛି ମାମଲତକାରୀ ଉଦ୍ୟମ କରିଥିଲା ବେଳେ ଅଭିଯୁକ୍ତ ଶିକ୍ଷକଙ୍କ ଟେର ପାଉନି ପୋଲିସ୍ । ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା ବେଳେ ଦୁଷ୍କର୍ମକାରୀ ମହିଳାଙ୍କୁ ନ୍ୟାୟ ମିଳିବା ନେଇ ଏବେ ଠୁ ଆଶଙ୍କା ପ୍ରକାଶ ପାଇଲାଣି ।