Odisha news

ଡରେଇଲାଣି ମହାନଦୀ

0

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ଆସୁଛି ବଡ଼ ବନ୍ୟା । ଫଳରେ  ଜଗତସିଂହପୁର ଜିଲ୍ଲାକୁ ମାଡ଼ି ଆସୁଛି ବିପଦ । ଜିଲ୍ଲାରେ ମହାନଦୀ, ଦେବୀ, ପାଇକା ଓ ହଂସୁଆ ନଦୀରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ଜନଜୀବନ ପ୍ରଭାବିତ ହେବାସହ ହଜାର ହଜାର ହେକ୍ଟର ଚାଷ ଜମି ଜଳ ତାଣ୍ଡବ ଯୋଗୁଁ ପଚି-ସଢ଼ି ନଷ୍ଟ ହୋଇଛି । ବନ୍ୟା ବିତ୍ପତ୍ତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନେବାସହ ଜିଲ୍ଲାପାଳମାନଙ୍କୁ ପରିସ୍ଥିତିକୁ ଦେଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ଛତିଶଗଡ଼ରେ ଦୁଇ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ହୀରକୁଦର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ।

ମହା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ଫଳରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ, କୁଜଙ୍ଗ ଆଦି ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ପାଖା ପାଖି ୨୦ ଟିରୁ ଉର୍ଦ୍ଧ ଗାଁ ଜଳବନ୍ଦୀ ହୋଇ ରହିଥିବା ବେଳେ ୧୦.୦୦୦ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। କେତକ ସ୍ଥାନରେ ଘର କାନ୍ଥ ପଡି ଯିବାସହ ରାସ୍ତା ଉପରେ ପାଣି ଚାଲିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଚି। ବିପ୍ରନ ଅଞ୍ଚଳରୁ ପାଖା ପାଖି ୫୦୦ ରୁ ଉର୍ଦ୍ଧ ଲୋକଙ୍କୁ ସ୍ତାନସ୍ତର କରାଯାଇ ଆଶ୍ରୟ ସ୍ତଳ ମାନଙ୍କରେ ରଖାଯାଇଛି। ସେଠାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଛି।

ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହିତ ପରିସ୍ଥିତିର  ସାମନା କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବାର  ସୂଚନା ଦେଇଛନ୍ତି।  ଜଗତସିଂହପୁର ରେ କିପରି ରହିଛି ବନ୍ୟା ସ୍ଥିତି ଓ ଏହାର ମୁକାବିଲା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କିପରି ବ୍ୟବସ୍ଥା କରାଯାଇଛି ସେ ବାବଦରେ ଗ୍ରାଉଣ୍ଡ  ଜିରୋରୁ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଦେବଜ୍ୟୋତି ମହାନ୍ତି।

Leave A Reply