ସୋମବାର ଦିନ ଯଦି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରୁଛନ୍ତି ଭୁଲ ରେ ସୁଧା କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ , ନଚେତ ମହାଦେବ ହୋଇଯିବେ ରୁଷ୍ଟ
ମହାଦେବ ଙ୍କ ପାଇଁ ସୋମବାର ଦିନଟି ଉଦ୍ଧିଷ୍ଟ , ଏହିଦିନ ବିଶେଷ ଭାବେ ମହାଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା ବିଧାନ କରାଯାଇ ଥାଏ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ମଧ୍ୟ ପାଠ କରିବାର ମାନ୍ୟତା ରହିଛି l କିନ୍ତୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବାରେ ମଧ୍ୟ କିଛିଟା ନୀତି ନିୟମ ରହିଥାଏ l ବିଶେଷ ଭାବେ ଏହି ମନ୍ତ୍ର ଟିକୁ ପାଠ କରିବା ବେଳେ କିଛିଟା ଭୁଲ କରିବା ମଧ୍ୟ ଉଚିତ ନୁହେଁ l
– ହିନ୍ଦୁ ଧର୍ମରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଗୋଟିଏ ଶକ୍ତିଶାଳୀ ମନ୍ତ୍ର ଅଟେ ଏବଂ ମହତ୍ଵପୁର୍ଣ ମନ୍ତ୍ର ଅଟେ l ଏହି ମନ୍ତ୍ରଟିକୁ ନିୟମିତ ଜପ କରିବା ଦ୍ୱାରା ମାଙ୍ଗଳିକ ଦୋଷ , କଳସର୍ପ ଦୋଷ, ସନ୍ତାନ ବାଧା ଦୋଷ, ଭଳି ଅନେକ ଦୋଷ ରୁ ମୁକ୍ତି ମିଳିଥାଏ l
– ମାନ୍ୟତା ଅନୁସାରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ଦ୍ୱାରା ମହାଦେବଙ୍କ ର ବିଶେଷ କୃପା ପ୍ରାପ୍ତ ହୋଇଥାଏ ଏବଂ ଅନେକ ଗୁଡିଏ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ l ଏହି ମନ୍ତ୍ରଟି ପାଠ କରିବାର ବିଶେଷ ନିୟମ ଗୁଡିକ ହେଲା –
* ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ସମୟରେ କଦାପି ତଳେ ଖାଲିରେ ବସିବା ଉଚିତ ନୁହେଁ, ମନ୍ତ୍ର ପାଠ କରିବା ସମୟରେ ସର୍ବଦା ଆସନ ର ବ୍ୟବହାର କରିବା ଉଚିତ l ପୂଜାପାଠ ତପଜପ ପାଇଁ ସର୍ବଦା କୁଶ ଘାସ ର ଆସନ ସବୁଠୁ ବ୍ୟବହାର ଯୋଗ୍ୟ ଅଟେ l
* ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ସମୟ ରେ ବ୍ରହ୍ମଚର୍ଯ୍ୟ ବ୍ରତ ନିହାତି ପାଳନ କରନ୍ତୁ, ଏବଂ ବ୍ରହ୍ମ ମୁହୂର୍ତ୍ତ ରୁ ମଧ୍ୟ ଉଠିବା ଆବଶ୍ୟକ ଅଟେ l ସ୍ନାନ କରି ଶାନ୍ତ ଏବଂ ପବିତ୍ର ମନରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ l
* ଯେତେଦିନ ପର୍ଯ୍ୟନ୍ତ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବେ ତାମସିକ ଭୋଜନ ଠାରୁ ଦୁରେଇ ରହିବେ, ଯେପରିକି ମାଂସାହାର, ମଦ୍ୟପାନ, ପିଆଜ ରସୁଣ ଖାଦ୍ୟ ବର୍ଜନୀୟ, ଏବଂ ପର ଆଲୋଚନା ମଧ୍ୟ କରିବା ଉଚିତ ନୁହେଁ l
* ମନ୍ତ୍ର ଜପ କରିବାକୁ ବସିବା ମାତ୍ରକେ ୧୦୮ ଥର ସମ୍ପୂର୍ଣ କରି ଉଠିବା ଜରୁରୀ l ଏବଂ ନିର୍ଦ୍ଧିଷ୍ଟ ଗୋଟିଏ ସ୍ଥାନରେ ବସି ପଢିବା ଆବଶ୍ୟକ l ଯେତେବେଳେ ବି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରୁଛନ୍ତି ପୂର୍ବ ଦିଗକୁ ମୁଖ କରି ପାଠ କରନ୍ତୁ l
