Odisha news

ମହାକାଳପଡ଼ାରେ  ପ୍ରସ୍ତାବିତ ସର୍ବ ବୃହତ ଷ୍ଟିଲ ପ୍ଲାଣ୍ଟ  ପ୍ରତିଷ୍ଠା ନେଇ ୬ ଗୋଟି ଗାଁ ରେ ଅନୁଷ୍ଠିତ ହେଉଛି ଜନ ଶୁଣାଳୀ

0
ମହାକାଳପଡ଼ା :  ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲା ର ମହାକାଳପଡ଼ା ରେ    ଆରସେଲ ମିତଲ ନିପନ ଷ୍ଟିଲ ଇଣ୍ଡିଆ ତରଫରୁ   ୨୪ ମିଲିୟନ ଟନ ର  ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ l  ପ୍ରସ୍ତାବିତ ପ୍ଲାଣ୍ଟ ପ୍ରତିଷ୍ଠା ପୂର୍ବରୁ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ପ୍ରଭାବିତ ଅଂଚଳ ରେ  ଏନସିଡ଼ିଏସ ର   ଜୟଦେବ ଦେବ ଦଳାଇ ଙ୍କ  ନେତୃତ୍ୱ ରେ  ୬ ମାସ ଧରି  ସାମାଜିକ ଆକଳନ ସର୍ଭେ  ଅନୁଷ୍ଠିତ ହୋଇଥିଲା l ପରବର୍ତ୍ତୀ ସମୟରେ ପ୍ରଭାବିତ ହେବାକୁ ଥିବା ରାମନଗର, ଖରିନାସି ଓ ବତୀଘର ପଂଚାୟତର ୬ ଗୋଟି ରାଜସ୍ବ ଗ୍ରାମରେ   ଜିଲ୍ଲା   ପ୍ରଶାସନ ତରଫରୁ   ସାମାଜିକ ଆକଳନ ସର୍ଭେ ସମ୍ବନ୍ଧୀୟ  ନେଇ ଜନ ଶୁଣାଳୀ ଅନୁଷ୍ଠିତ ହେଉଛି l  ମହାକାଳପଡ଼ା   ତହସିଲ ଅଧୀନ  ରାମନଗର ଓ ବନବିହାରୀ ପୁର  ନିମନ୍ତେ ସୋମବାର ଲୁଣୀମାଠିଆ ଖେଳ ପଡିଆ ଠାରେ ଜନଶୁଣାଳୀ ଅନୁଷ୍ଠିତ ହୋଇଯାଇଛି l. ସେହିପରି ମଙ୍ଗଳ ବାର ଖରିନାସି ପଂଚାୟତ ର  ଆନନ୍ଦ ଆଶ୍ରମ ବିଦ୍ୟା ନିକେତନ ପଡିଆ ଠାରେ ପ୍ରଶାସନ ତରଫରୁ   ଦ୍ୱିତୀୟ ଦିବସୀୟ  ଜନ ଶୁଣାଳୀ ଅନୁଷ୍ଠିତ ହୋଇଛି l ରାମନଗର ଶିବିର ରେ ସରପଞ୍ଚ ମିଲନ ଦେବନାଥ ଓ ସମିତି ସଭ୍ୟ ତଥା ଉପାଧ୍ୟକ୍ଷ ବିଜୟ ଶୁକ୍ଲା,ଖରିନାସି ଠାରେ ସରପଞ୍ଚ ବନିତା ରାଉତ   ଓ ସମିତି ସଭ୍ୟା ରିତା ରକ୍ଷିତ ଯୋଗ ଦେଇ ଅଞ୍ଚଳ ବାସୀଙ୍କ ହିତାର୍ଥେ ପ୍ରଶାସନ କୁ ଅବଗତ କରାଇଥିଲେ l ବୁଧବାର  ବତୀଘର ପଂଚାୟତର ସାନଟୁବି, ବଡ଼ଟୁବି ଓ ବରକୋଳିଖୋଳା ନିମନ୍ତେ ଜନଶୁଣାଳୀ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l   ଉଭୟ ଶିବିର  ରେ ପ୍ରଭାବିତ ଅଞ୍ଚଳ ର ଚାଷୀ ମାନେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ lଉଭୟ ସ୍ଥାନରେ ଏସପି ମଦକର  ସନ୍ଦୀପ ସମ୍ପଦ,  ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ,ଅତିରିକ୍ତ  ଜିଲ୍ଲାପାଳ (ରାଜସ୍ୱ )ନିଲୁ ମହାପାତ୍ର, ଉପଜିଲ୍ଲା ପାଳ ରବିନ୍ଦ୍ର ନାଥ ପ୍ରଧାନ, ଆରସେଲ ମିତଲ ର  ମୁଖ୍ୟ ପ୍ରକଳ୍ପ ସଂଯୋଜକ ଲଷ୍ମୀ ଚରଣ ମହାପାତ୍ର , ଇଡ଼କୋ ର  ସମ୍ବିତ ଗଡ଼ନାୟକଙ୍କ,କେନ୍ଦ୍ରାପଡା ର  ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ ଶିବାଶିଷ ପରିଡା  ଓ (ସିଭିଲ )ଭୁ ଅର୍ଜନ ଅଧିକାରିଣୀ ଅଞ୍ଜଳି ତରାଇ ଙ୍କ ସମେତ ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ  ଉପାଧ୍ୟକ୍ଷ ଶ୍ରୀଶୁକ୍ଲା ଓ ସ୍ଥାନୀୟ  ଜିଲ୍ଲା ପରିଷଦ ସଭ୍ୟ ଶୈଲେନ ମଣ୍ଡଳ   ଆଦି ଉପସ୍ଥିତ ଥିଲେ l ଏତଦ ବ୍ୟତୀତ ସ୍ଥାନୀୟ ସର୍କଲ  ରାଜସ୍ବ ନିରୀକ୍ଷକ, ତହସିଲ ଦାର ମାନସ ତ୍ରିପାଠୀ  ଓ ବିଡ଼ିଓ ସାଗର ନନ୍ଦ ଓ ଡ଼ିଏସଏସ ପ୍ରଭାସ ଦାସ  ସିଡିପିଓ ଆଦି ଉପସ୍ଥିତ ରହି ଜନଶୁଣାଳୀ ଶିବିର  କୁ ଆସିଥିବା ଚାଷୀ ଙ୍କ ମତାମତ ଲୋଡିଥିଲେ  l  ଲୁଣି ମାଠିଆ ଶିବିର ରେ ଅର୍ଜୁନି ମଣ୍ଡଳ ବିଶ୍ୱ ନାଥ ବୈଦ୍ୟ, ବାଦଲ ସମଜଦାର, ଲଳିତା ମହାପାତ୍ର ଓ ସଂଜୀବ ରାଉତ ଆଦି ଜୀବନ ଜୀବିକା ପ୍ରଭାବିତ ନେଇ ଅନେକ ଦାବି ଉପସ୍ଥାପନ କରିଥିଲେ l ମୋଟାମୋଟି ଖେଳ ପଡିଆ ଶିବିର ରେ ଉପସ୍ଥିତ ଚାଷୀ ପ୍ରଶାସନ ନିକଟରେ ଶୃଙ୍ଖଳା ସହକାରେ ଦାବି ରଖିଥିଲେ l ମାତ୍ର ଖରିନାସି ଶିବିର ପ୍ରାରମ୍ଭରୁ  ଅଂଶ ଗ୍ରହଣ  ଚାଷୀ ମାନେ ପ୍ରଶାସନ କୁ  “ଆଗ ସ୍ଥାୟୀ ଘର ଢ଼ୀହ ପଟ୍ଟା ପରେ ଶିଳ୍ପ  ” ଓ ପଟ୍ଟା ନାହିଁ ତ କମ୍ପାନୀ କୁ ଅସହଯୋଗ ଲେଖା ଥିବା    ପ୍ଲାଗ କାର୍ଡ  ପ୍ରଦର୍ଶିତ କରାଇ ବସିରହିଥିଲେ l ଚାଷୀ ଅରୁଣ ଢ଼ାଲି, ନାରାୟଣ ଚନ୍ଦ୍ର ହାଲଧର, ରତନ କାଞ୍ଜିଲାଲ, ବିଧାନ ମଣ୍ଡଳ, ଗୌତମ ଦାସ, ସହଦେଵ ମଣ୍ଡଳ, ତରୁଣ କାନ୍ତି କାଞ୍ଜିଲାଲ   ସ୍ଥାୟୀ ପଟ୍ଟା ନେଇ  ଦାବି କରିଥିଲେ  l    ବିଶେଷ କିଛି ବିଶୃଙ୍ଖଳା ଦେଖା ଦେଇନଥିବା ବେଳେ ସଭିଏଁ    ଆଗ ଭୁଲେଖ ରେ ଘର ଢ଼ୀହ ଜମି ପ୍ରଦର୍ଶିତ କରାଇ ଚାଷ ଜମି ଅଧିଗ୍ରହଣ ପାଇଁ ଆପତ୍ତି କରିଥିଲେ l ଆଉ ପ୍ରଶାସନ ବାଙ୍ଗୀୟ ଭାଇ ଭଉଣୀ ସହିତ ଲୁଚ କାଳୀ ଖେଳ ନକରି   ପୁରୁଣା’ କେ ‘ ଫର୍ମ ଜମି  ପଟ୍ଟା  ପ୍ରଜାଙ୍କ ନାମେ ସ୍ଥିତିବାନ ଘୋଷଣା କଲେ ସଭିଏଁ ଶିଳ୍ପାୟାନ କୁ ସ୍ୱାଗତ କରିବେ ବୋଲି କହିଥିଲେ l ଏପରିକି ପିଢ଼ି ପିଢ଼ି ଧରି ଉପକୂଳରେ  ଗଢି ଉଠିଥିବା ଜନବସତି କୁ ଉପେକ୍ଷା ନକରି ଜମି ର ଉପଯୁକ୍ତ ମୂଲ୍ୟ, ଯୋଗ୍ୟତା ଭିତ୍ତିକ ନିଯୁକ୍ତି, ବୃତ୍ତି ଗତ ସହଯୋଗ ନେଇ ଆପତ୍ତି କରିଥିଲେ l ସର୍ବୋପରି ଉଭୟ ଶିବିର ରେ  ଚାଷୀଙ୍କ ଅଂଶ ଗ୍ରହଣ ରହିଥିବା ବେଳେ ଖରିନାସି ହଜାର ହଜାର ପ୍ରଜା ନାମପଞ୍ଜିକରଣ କରାଇ  ଜନଶୁଣାଳୀ ଶିବିର ରେ ଯୋଗ ଦେଇଥିବାରୁ ଜିଲ୍ଲା ପ୍ରଶାସନ ଅଂଶ ଗ୍ରହଣ କାରି ମାନଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ l ୩ ଗୋଟି ଶିବିର ରେ  ଚାଷୀ ମାନଙ୍କ ଲିପିବଦ୍ଧ  ଅଭିଯୋଗ କୁ ଆଧାର କାରି ଜିଲ୍ଲା ପ୍ରଶାସନ ରାଜ୍ୟ କୁ ଏସଆଇଏ ରିପୋର୍ଟ ଦାଖଲ କରିବ ବୋଲି ଜଣାପଡିଛି
Ad2
Leave A Reply