ଗରୀବର ଦୁଃଖ ବୁଝିବ କିଏ : ଜିଲ୍ଲାପାଳଙ୍କୁ ଗୁହାରି କରି ମିଳୁନି ବିଜୁଳି , ଡିବିରି ଆଲୁଅକୁ ଭରସା କରି ପଢ଼ୁଛନ୍ତି ଛାତ୍ରଛାତ୍ରୀ
ମହାକାଳପଡ଼ା : ସରକାର ଗ୍ରାମାଂଚଳରେ ବିଦୁ୍ୟତ୍କରଣ ପାଇଁ ପୁଳାପୁଳା ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରତ୍ୟେକ ଘରକୁ ବିଦୁ୍ୟତ୍କରଣ ପାଇଁ ସରକାରଙ୍କ ସ୍ପଷ୍ଟ ନିଦେ୍ର୍ଦଶ ଅଛି । ଏପରିକି ୪୮ ଘଂଟାରେ ଆବେଦନକାରୀଙ୍କୁ ବିଦୁୂ୍ୟତ୍ ମିଳିବ ବୋଲି ନିକଟରେ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ଏସବୁ ନିଦେ୍ର୍ଦଶନାମା ମହାକାଳପଡ଼ା ବ୍ଳକ ସରୁମୁହିଁ ଗ୍ରାମରେ ଆଉ କାମରେ ଆସୁନି । ଆବେଦନକାରୀମାନେ ଏକବର୍ଷରୁ ଉଦ୍ଧ୍ୱର୍ ହେବ ବିଦୁ୍ୟତ୍ ସଂଯୋଗ ପାଇଁ ଜିଲ୍ଲାପାଳ, ବିଦୁ୍ୟତ୍ ବିଭାଗର ସର୍ବୋଚ୍ଚ ପଦାଧିକାରୀମାନଙ୍କୁ ଭେଟି ଗୁହାରୀ କରିଥିଲେ ମଧ୍ୟ ଅଦ୍ୟାବଧି ଏମାନଙ୍କୁ ବିଦୁ୍ୟତ୍ ସଂଯୋଗ ମିଳୁନାହିଁ । ଯାହା ପାଇଁ ଗର୍ଭବତୀ, ପ୍ରସୂତୀ, ଛୋଟ ଶିଶୁ, ରୋଗୀ, ଏପରିକି ପାଠପଢ଼ୁଥିବା ଛାତ୍ରଛାତ୍ରୀ ଓ ବୟସ୍କ ବୃଦ୍ଧବୃଦ୍ଧାମାନେ ନାହିଁନଥିବା ହନ୍ତଶନ୍ତ ହେଉଛନ୍ତି ବୋଲି ଅଭିଯୋଗକାରୀମାନେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ।
ଗ୍ରାମର ଅଜୟ ସ୍ୱାଇଁ, ସୁଶାନ୍ତ ରାଉତ, ବିଚିତ୍ର ରାଉତ, ପ୍ରକାଶ ସ୍ୱାଇଁଙ୍କ ସମେତ ୧୦ରୁ ଉଦ୍ଧ୍ୱର୍ ଆବେଦନକାରୀଙ୍କ କହିବାକଥା ୨୦୧୯ ଅଗଷ୍ଟ ଓ ୨୦୨୦ ଫେବୃୟାରୀ ମାସରେ ଆମେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆମ୍ଭମାନଙ୍କୁ ମିଳିପାରିଲାନାହିଁ ବିଦୁ୍ୟତ୍ । ଫଳରେ ଆମ ପିଲାମାନେ ଏବେ ଡିବିରି ଆଲୁଅକୁ ଭରସା କରି ପାଠପଢ଼ୁଛନ୍ତି । କିରୋସିନି ଆବଶ୍ୟକତା ଅନୁଯାୟୀ ନମିଳିବାରୁ ଦୀପରେ ତେଲ ଢ଼ାଳି ଆମ ଛୁଆମାନେ କଷ୍ଟେମଷ୍ଟେ ପାଠ ପଢ଼ୁଛନ୍ତି । ଆବେଦନକାରୀ ଦିବ୍ୟାଙ୍ଗ ପ୍ରକାଶ ସ୍ୱାଇଁଙ୍କ କହିବାକଥା ବହୁତଥର ଆମେ କିଆରବାଙ୍କ ଅଫିସ୍ ଓ ମାର୍ଶାଘାଇ ଅଫିସକୁ ଦଉଡ଼ି ଦଉଡ଼ି ବିଦୁ୍ୟତ୍ ବିଭାଗର ଯନ୍ତ୍ରୀମାନେ ଆମ ଦୁଃଖ ବୁଝିଲେ ନାହିଁ । ଆମକୁ କହି ଭଣ୍ଡେଇ ଦେଲେ । ଏପରିକି ଶେଷକୁ ବିଦୁ୍ୟତ୍ ବିଭାଗର ଯନ୍ତ୍ରୀ ଚନ୍ଦ୍ରଶେଖର ଦାସ ଓ ମାର୍ଶାଘାଇର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଭେଟି ଦୁଃଖ ଜଣାଇଥିଲେ ମଧ୍ୟ ଆମ ଅବସ୍ଥାରେ ସୁଧାର ଆସିଲା ନାହିଁ । ତୁରନ୍ତ ଆମକୁ ବିଦୁ୍ୟତ୍ ସଂଯୋଗ ନମିଳିଲେ ଆମେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ପ୍ରକାଶ କରିଛନ୍ତି
