Odisha news

ବାଉଁଶ ଶିଳ୍ପୀଙ୍କ ଦ୍ୱାରା ଆକର୍ଷଣୀୟ ସାମଗ୍ରୀ ନିର୍ମିତ

0

ମହାକାଳପଡ଼ା : ମହାକାଳପଡ଼ା ବ୍ଲକ  ତିଖିରୀ ପଂଚାୟତ ଧନିଆପଡ଼ା ଗ୍ରାମର ଯଶୋବନ୍ତ ବେହେରା । ଭୂବନେଶ୍ୱରର ଏକ ଘରୋଇ କମ୍ପାନୀରେ ମାର୍କେଟିଂ ବିଭାଗରେ କାମ କରୁଥିଲେ ଯଶୋବନ୍ତ  । କରୋନା ମହାମାରୀ ପାଇଁ କାମଧନ୍ଦା ବନ୍ଦ ହୋଇଯିବାରୁ ଗାଁ କୁ ଫେରିଆସିଲେ । ପରିବାର କେମିତି ଚଳାଇବେ ସେହି ଚିନ୍ତା ଘାରିଲା ଯଶୋବନ୍ତ ଙ୍କୁ । ଏଭଳି ସଙ୍କଟ ସମୟରେ ଦୁଇ ପଇସା ରୋଜଗାର କରିବାକୁ ମନବଳାଇଲେ । ଯୁକ୍ତ ୨ ପାଠ ପଢୁଥିବା ସମୟରେ ଏକ ଘରୋଇ ଅନୁଷ୍ଠାନରେ ଫାଇନ୍ ଆର୍ଟ କଳାକୃତି ସମ୍ପର୍କରେ ଅଧ୍ୟୟନ କରିଥିଲେ । ଏଥିରେ ବାମ୍ବୋ ଆର୍ଟର ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ ଯଶୋବନ୍ତ ।

 

ଏହି ଶିକ୍ଷା ଆଜି ତାଙ୍କୁ ଏଭଳି ବିପତି ସମୟରେ ସାହା ହେଲା । ଗତ ଏପ୍ରୀଲ ମାସ ଆରମ୍ଭରେ ନିଜ ବାଡ଼ିରୁ ବାଉଁଶ ଗଛ କାଟି ସେଥିରେ ଶିଡ଼ି ତିଆରି କରି ବିକ୍ରୀ କରିବା ଆରମ୍ଭ କଲେ । ଶିଡ଼ି ତିଆରି ପରେ ବଳକା ବାଉଁଶ ରହୁଥିବା ଛୋଟ ବାଉଁଶ ଖଣ୍ଡକୁ ନ ଫୋପାଡ଼ି  ସେଥିରେ ଗଢିଲେ ଆକର୍ଷଣୀୟ ସାମଗ୍ରୀ ।  ବାଉଁଶରେ ସେ ଏବେ ପ୍ରସ୍ତୁତ କରୁଛନ୍ତି କପ୍ ,ଲାଇଟ୍ ଷ୍ଟାଣ୍ଡ,ପେନ୍ ଷ୍ଟାଣ୍ଡ,ମୋବାଇଲ୍ ଷ୍ଟାଣ୍ଡ ଓ ଚୁଡ଼ି ଷ୍ଟାଣ୍ଡ ପରି ଭଳିକି ଭଳି ସାମଗ୍ରୀ । ଯଶୋବନ୍ତ କୁହନ୍ତି ସେ ଦିନେ ଏଭଳି ସାମଗ୍ରୀ ସବୁ ତିଆରି କରିବାକୁ ସକ୍ଷମ ହୋଇପାରିବେ ତାହା କେବେ ଚିନ୍ତା କରିନଥିଲେ । ସାରା ଜୀବନ ରୋଜଗାର ପାଇଁ ବ୍ୟସ୍ତଥିବା ବେଳେ କରୋନା ମହାମାରୀ ତାଙ୍କୁ ଆଜି ଜଣେ ବାଉଁଶ ଶିଳ୍ପୀର ପରିଚୟ ଦେଇଛି ।

Leave A Reply