ମହାକାଳପଡ଼ା ୧୪-୦୭ : ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ପଂଚାୟତ ନୂଆଗାଁ ଗ୍ରାମର ମହେଶ ସ୍ୱାଇଁ ଙ୍କ ଘରେ ଆପଣା ଛାଏ ଲାଗିଯାଉଛି ନିଆଁ । ଆଖି ଆଗରେ ଜଳିଯାଉଛି ଘରର ଆସବାବପତ୍ର । ପିନ୍ଧିବା କପଡ଼ା ଠାରୁ ଆରମ୍ଭ କରି ବହିଖାତା ସହ ଧାନ ମୁଗ ଅଖା ମଧ୍ୟ ଜଳିଯାଉଛି । ନିଆଁ କୁ ଲିଭାଇବାକୁ ଯାଇ ପରିବାର ଲୋକେ ମଧ୍ୟ ନିଆଁର ଶିକାର ହୋଇଯାଉଛନ୍ତି । ଏହି ପରିବାରରେ ଆଜକୁ ୩ ଦିନ ହେବ ଏଭଳି ଆକସ୍ମିକ ଭାବେ ନିଆଁ ଲାଗିଯାଉଥିବାରୁ ଘରେ ଚୁଲି ଜଳିବା ବନ୍ଦ ହୋଇଗଲାଣି ଏମିତିକି ପଡ଼ିଶା ଘର ଲୋକେ ଏମାନଙ୍କୁ ଖାଇବାକୁ ଦେଉଛନ୍ତି । ଆମ ସାମ୍ନାରେ ଘରେ ଥିବାମହେଶ ସ୍ୱାଇଁଙ୍କ ଏକ ସାର୍ଟ ରେ ନିଆଁ ଲାଗିଗଲା ଏଥିରେ ଥିବା କିଛି ଟଙ୍କା ଜଳିଗଲା । ଠିକ୍ ତାର ପାଂଚ ମିନିଟ୍ ପରେ ଘରର ତାଜା ଉପରେ ରଖାଯାଇଥିବା ଆକୁଆଗାର୍ଡ଼ ଫିଲଟର କିଟ୍ ପ୍ୟାକେଟ୍ ରେ ଲାଗିଯାଇଥିଲା ନିଆଁ । ଏଭଳି ଆକସ୍ମିକ ଘଟଣାରେ ପରିବାର ଲୋକେ ଭାଙ୍ଗି ପଡ଼ିବା ସହ ପ୍ରଶାସନର ସାହାର୍ଯ୍ୟ ମାଗିଥିଲେ ବି କୈଣସି ପ୍ରକାର ସାହାର୍ଯ୍ୟ ମିଳିପାରୁନାହିଁ ।
ନୁଆ ଗାଁ ଗ୍ରାମର ମହେଶ ସ୍ୱାଇଁ ,ପ୍ରଶନ୍ନ ସ୍ୱାଇଁ ଓ ପୁନ୍ନ ସ୍ୱାଇଁ ୩ ଭାଇ ଙ୍କ ଏହି ପରିବାର ସହ ଘରର ପିଲା ଛୁଆ ପ୍ରାୟ ୧୫ ଜଣ ଜଣ ସଦସ୍ୟ ଗୋଟିଏ ଛାତ ତଳେ ରହୁଛନ୍ତି । କାହା ସାଥିରେ କୈଣସି ପ୍ରକାର କଳି ଝଗଡ଼ା ନଥିବା ବେଳେ ଏଭଳି ଆକସ୍ମିକ ଅଗ୍ନିକାଣ୍ଡ କାହିଁକି ଘଟୁଛି ଚିନ୍ତାରେ ଏବେ ପରିବାର ଲୋକେ । ଏହା କୋଣସି ଗୁଣି ଗାରେଡ଼ି ପାଇଁ ହେଉଛି ବୋଲି ପରିବାର ଲୋକେ ଦାବି କରିଛନ୍ତି । ଏଭଳି ନିଆଁ ଲାଗିବା ଘଟଣାରେ ଗ୍ରାମବାସୀ ମାନେ ମଧ୍ୟ କୁହଁନ୍ତି ଏହା ତନ୍ତ୍ରମନ୍ତ ସହ ଗୁଣି ଗାରେଡ଼ିର କାମ ନିଶ୍ଚୟ ବୋଲି ଦାବି କରୁଛନ୍ତି । ତେବେ ଏହି ପରିବାରକୁ ପ୍ରଶାସନ ତରଫରୁ ସାହାର୍ଯ୍ୟ ସହଯୋଗ ପାଇଁ ଦାବି ହୋଇଛି । ତେବେ ଆଧୁନିକ ଯୁଗରେ ଗୁଣି ଗାରେଡ଼ି କିମ୍ବା ତନ୍ତ୍ରମନ୍ତକୁ ବିଶ୍ୱାସ ନକଲେ ବି ଆମ ଆଖି ଦେଖିଥିବା ଏଭଳି ଆକସ୍ମିକ ଅଗ୍ନିକାଣ୍ଡକୁ ବିଶ୍ୱାସ କରିବାକୁ ବାଧ୍ୟ ହେବା । ୩ ଦିନ ହେବ ଏହି ପରିବାରରେ ଘଟିଯାଉଥିବା ଏଭଳି ଅଗ୍ନିକାଣ୍ଡ କୁ ନେଇ ପରିବାର ଲୋକେ ଯେଉଁ ମାନସିକ ଚିନ୍ତାରେ ଘାଂଟି ହେଉଛନ୍ତି ଏହାର ପ୍ରତିକାର ଗ୍ରାମବାସୀ ମାନେ ଦାବି କରିଛନ୍ତି ।ଅରକ୍ଷିତ ନାଥ , ମହାକାଳପଡ଼ା

