ଦେଶର ପ୍ରସିଧ ଶିବ ମନ୍ଦିର ମାନଙ୍କ ମଧ୍ୟରେ ପ୍ରସିଦ୍ଧ ଅଟେ ଉଜ୍ଜୟିନୀ ର ମହାକାଳେଶ୍ଵର ମନ୍ଦିର, ଯାହାଙ୍କୁ ଉଜ୍ଜୟିନୀ ର ରାଜ୍ୟାଧିରାଜ କୁହାଯାଇଥାଏ ଓ ଏହି ସହର କୁ ମହାକାଳ ଙ୍କ ନଗରୀ ବୋଲି କୁହାଯାଇଥାଏ l ଏଠାକୁ ଦେଶର କୋଣ ଅନୁକୋଣ ରୁ ଅନେକ ଭକ୍ତ ଅସିଥାଆନ୍ତି, କାଳ ସର୍ପ ଯୋଗରୁ ରକ୍ଷା ପାଇବା ପାଇଁ ଏଠାରେ ବିଶେଷ ପୂଜାର୍ଚନା କରାଯାଇଥାଏ l ଏବଂ ମହାକାଳଙ୍କ ମନ୍ଦିର ରେ ଅନେକ ନେତା ମଧ୍ୟ ଦର୍ଶନ କରିବାକୁ ଯାଇ ଥାଆନ୍ତି, କିନ୍ତୁ ମହାକାଳ ଙ୍କ ନଗରୀ ଆସିଥିବା ଶ୍ରଦ୍ଧାଳୁ ଓ ରାଜନେତା ଙ୍କ ମଧ୍ୟରେ ଅନେକ ଫରକ ରହିଥାଏ, ବିଶେଷ କଥାଟି ହେଲା ଯଦି ଏଠାରେ ରାଜନେତା ରାତ୍ରି ଯାପନ କରନ୍ତି ତେବେ ସେ ସତ୍ତା ହରାଇ ଥାଆନ୍ତି l ଏହା ପଛରେ ରହିଛି ବଡ଼ ରହସ୍ୟ l
ରାଜ୍ୟାଧିରାଜ ମହାକାଳ ଦେଇଥାଆନ୍ତି ଦଣ୍ଡ –
ମହାକାଳ ହେଉଛନ୍ତି ଉଜ୍ଜୟିନୀ ର ରାଜ୍ୟାଧିରାଜ ଦେଶର ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ମନ୍ତ୍ରୀ ନିଜକୁ ଗୋଟିଏ ଗୋଟିଏ ରାଜା ବୋଲି ଭାବିଥାଆନ୍ତି, ଏବଂ ଗୋଟିଏ ଦରବାର ରେ ୨ଟି ରାଜା ରହି ନଥାଆନ୍ତି, ଏବଂ ଯେଉଁ ରାଜନେତା ଏଠାରେ ରହିଥାଆନ୍ତି ସେ ନିଜ ସତ୍ତା କୁ ଫେରି ନଥାଆନ୍ତି l
ଖୁବ ପୁରୁଣା ଅଟେ ଏହି ପରମ୍ପରା –
ମହାକାଳ ଙ୍କ ନଗରୀ ଉଜ୍ଜୟିନୀ ରେ ନେତା ମାନେ ରାତ୍ରି ଅତିବାହିତ ନକରିବାର ପରମ୍ପରା ଖୁବ ପୁରୁଣା ଅଟେ, ଉଜ୍ଜୟିନୀ ନଗରୀ ର ପୁରୁଣା ନାମ ଅବନ୍ତିକl ନଗରୀ ଅଟେ, ଏବଂ ଏହି ନଗରୀ ରାଜା ବିକ୍ରମାଦିତ୍ୟ ଙ୍କ ରାଜଧାନୀ ଥିଲା, ରାଜା ଭୋଜ ଙ୍କ ସମୟ ରୁ କେହିବି ରାତ୍ରି ରେ ରାତି ଅତିବାହିତ କରନ୍ତି ନାହିଁ, ଏହି ମନ୍ଦିରର ନିର୍ମାଣ ୧୭୩୬ ରେ ହୋଇଥିଲା, ଏବଂ ସେହି ସମୟ ରୁ ପରମ୍ପରା ରହି ଆସିଛି ଯେ ଏହି ନିୟମ ସମସ୍ତେ ମାନିବା ଜରୁରୀ, ରାଜା ବିକ୍ରମାଦିତ୍ୟ ଯେତେବେଳେ ନ୍ୟାୟ କରିବାକୁ ଯାଉଥିଲେ ସେତେବେଳେ ମହାକାଳ ତାଙ୍କ ରାଜଗାଦି ରେ ବିରାଜମାନ କରୁଥିଲେ, ଯେଉଁ କାରଣରୁ ସେ ନ୍ୟାୟର ସହିତ ବିଚାର କରୁଥିଲେ l