Odisha news

ମହାଦେବ ଙ୍କ ଡମ୍ବରୁ ରେ ରହିଛି ଅଦ୍ଭୁତ ଶକ୍ତି : ସୋମବାର ଦିନ ଠାକୁରଙ୍କ ନିକଟରେ କରନ୍ତୁ ସ୍ଥାପନା, ମିଳିବ ଏହି ୫ଟି ଲାଭ

0
ସୋମବାର ଦିନଟି କୁ ଆମେମାନେ ଖୁବ୍ ଗୁରୁତ୍ଵ ଦେଇଥାଉ, କାରଣ ଏହି ଦିନଟି ଦେବ ଦେବ ମହାଦେବ ଙ୍କ ଦିନ ଅଟେ । ମହାଦେବ ନିଜ ଅଙ୍ଗରେ ଧାରଣ କରିଥିବା ଜିନିଷ ଯେପରିକି ଗଳା ରେ ସର୍ପ, ମସ୍ତକ ରେ ଗଙ୍ଗା , ଶରୀରରେ ବିଭୂତି, ହାତରେ ଡମ୍ବରୁ ଓ ତ୍ରିଶୁଳ ପ୍ରତ୍ୟେକ ଜିନିଷକୁ ଧାରଣ କରିବା ପଛରେ ରହିଛି ବିଶେଷ କାରଣ ।
ଆଜି ଆସନ୍ତୁ ଜାଣିବା ଡମ୍ବରୁ ଧାରଣ କରିବାର ବିଶେଷତ୍ଵ ବିଷୟରେ :-
ମାନ୍ୟତା ରହିଛି ଯେ ସୃଷ୍ଟିର ରଚନା ସମୟରେ ଯେତେବେଳେ ବିଦ୍ୟା ଓ ସଙ୍ଗୀତ ର ଦେବୀ ସରସ୍ଵତୀ ପୃଥିବୀ ପୃଷ୍ଠରେ ଅବତରଣ କରିଥିଲେ ତାଙ୍କ ବାଣୀ ରୁ ଧ୍ଵନି ଯାହା ଉତ୍ପନ ହୋଇଥିଲା ତାହା ସ୍ୱର ଓ ସଙ୍ଗୀତ ରହିତ ହୋଇଥିଲା । ଶାସ୍ତ୍ର ଅନୁସାରେ ସେତେବେଳେ ପ୍ରଭୁ ଭୋଲାନଥ ୧୪ ଥର ଡମ୍ବରୁ ବଜାଇ ତାଣ୍ଡବ କରି ସଙ୍ଗୀତ ର ଉତ୍ପତ୍ତି କରିଥିଲେ । ସେହି ଦିନଠାରୁ ସେ ସଂଗୀତ ର ପ୍ରବର୍ତ୍ତକ ।
ଘରେ ଡମ୍ବରୁ ସ୍ଥାପନା କରିବାର ଲାଭ -:
୧- ଯଦି ଆପଣ ପ୍ରତିଦିନ କିମ୍ବା ପ୍ରତି ସୋମବାର ଦିନ ଶିବ ସ୍ତୁତି କରିବା ସମୟରେ ଡମ୍ବରୁ ବଜାଇ କରିବେ ତେବେ ଆପଣଙ୍କ ଘରର ଅମଙ୍ଗଳ ହେବ ନାହିଁ । ଡମ୍ବରୁ ଧ୍ଵନୀ ରେ ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରି ନଥାଏ ।
୨- ମାନ୍ୟତା ରହିଛି ଯେ ଛୋଟ ପିଲାଙ୍କ କୋଠାରୀ ରେ ଡମ୍ବରୁ ରଖିବା ଦ୍ଵାରା ସେମାନଙ୍କ ଉପରେ ଖରାପ୍ ଶକ୍ତି ର ପ୍ରଭାବ ପଡ଼ି ନଥାଏ । ତା ସହିତ ଜୀବନ ରେ ସେମାନଙ୍କ ପ୍ରଗତି ରେ ବାଧା ଉପୁଜି ନଥାଏ ।
୩- ଶାସ୍ତ୍ର ଅନୁସାରେ ଡମ୍ବରୁ ମଧ୍ୟରୁ ଚମତ୍କାର ମନ୍ତ୍ରର ଉତ୍ପତ୍ତି ହୋଇଥାଏ । ତେଣୁ ଏହାର ଧ୍ଵନି ରୋଗ ବୈରାଗ ଠାରୁ ଦୂରେଇ ରଖିଥାଏ ।
୪- ଡମ୍ବରୁ ଧ୍ଵନି ଏତେ ପ୍ରଭାବଶାଳୀ ଯେ ଘରର ବାତାବରଣ ରେ ସୁଧତା ଭରିଥାଏ ଏବଂ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ ।
୫- ଡମ୍ବରୁ ଗୃହରେ ପ୍ରତିଷ୍ଠା କରିବା ଦ୍ୱାରା ଘରକୁ ଶାନ୍ତି , ସୁଖ , ସମୃଦ୍ଧି ଓ ଉନ୍ନତି ମିଳିତ ଭାବରେ ଆସି ଥାଆନ୍ତି ।
Leave A Reply