Odisha news

ମହାଭାରତର ରୋଚକ କଥା : ପିତାମହଃ ଭୀଷ୍ମ ମନ୍ତ୍ରିତ କରିଥିବା ୫ଟି ସ୍ବର୍ଣ୍ଣ ତୀରକୁ ଅର୍ଜୁନଙ୍କୁ କାହିଁକି ଦେଇଥିଲେ ଦୂର୍ଯ୍ୟଧନ

0

କୌରବ ଓ ପାଣ୍ଡବ ମାନଙ୍କ ମଧ୍ୟରେ ଶତ୍ରୁତା ଥିଲେ ମଧ୍ୟ ଅର୍ଜୁନ ଥରେ ଦୁର୍ଯ୍ୟଧନଙ୍କର ପ୍ରାଣ ରକ୍ଷା କରିଥିଲେ l ମହାଭାରତ କଥା ଅନୁସାରେ ମହାଭାରତ ଯୁଧ୍ୟ ଆରମ୍ଭ ପୂର୍ବରୁ ପାଣ୍ଡବ ମାନେ ବନବାସରେ ରହୁଥିଲେ l ଯେଉଁଠାରେ ପାଣ୍ଡବ ମାନେ ଘର ତୋଳି ରହୁଥିଲେ ସେହି ନିକଟରେ ଗୋଟିଏ ସରୋବର ଥିଲା l ସେହି ସରୋବରର ଅଳ୍ପ ଦୂରରେ ଦୁର୍ଯ୍ୟାଧନ ନିଜର ଶିବିର ତିଆରିକରି ରହିଥିଲା l ଏକଦା ସେହି ସରୋବରକୁ ଦୁର୍ଯ୍ୟଧନ ଗାଧୋଇସାରି ଫେରିବା ବେଳକୁ ଅଚାନକ ସ୍ୱର୍ଗର ଗନ୍ଧର୍ବ ପ୍ରକଟ ହେଲେ l ଗନ୍ଧର୍ବ ଓ ଦୁର୍ଯ୍ୟାଧନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ଆରମ୍ଭ ହେଲା ,ସେହି ବିବାଦ ଧୀରେଧୀରେ ଯୁଦ୍ଧର ରୂପ ନେଲା l

ଦୂର୍ଯ୍ୟଧନଙ୍କୁ ଗନ୍ଧର୍ବ ଯୁଦ୍ଧବନ୍ଦୀ କରିନେଲା –

ଦୂର୍ଯ୍ୟଧନ ଓ ଗନ୍ଧର୍ବଙ୍କ ମଧ୍ୟରେ ପ୍ରଚଣ୍ଡ ଯୁଦ୍ଧ ଆରମ୍ଭ ହେଲା l ସେହି ଯୁଦ୍ଧରେ ଦୂର୍ଯ୍ୟଧନ ପରାସ୍ତ ହୋଇଯାଇଥିଲେ ଓ ଗନ୍ଧର୍ବ ଦୂର୍ଯ୍ୟଧନଙ୍କୁ ଯୁଦ୍ଧବନ୍ଦୀ କରି ନେଲା l ସେହି ସମୟରେ ଅଚାନକ ସେଠାରେ ଅର୍ଜୁନ ଉପସ୍ଥିତ ହେଲେ ଓ ଗନ୍ଧର୍ବଙ୍କ ସହିତ ଯୁଦ୍ଧ ଆରମ୍ଭ କରିଦେଲେ l ଅର୍ଜୁନ ଗନ୍ଧର୍ବଙ୍କୁ ଯୁଦ୍ଧରେ ପରାଜିତ କରିଦେଲେ ଓ ଦୂର୍ଯ୍ୟଧନଙ୍କୁ ମୁକ୍ତ କରିନେଲେ ଏହା ଦେଖି ଦୂର୍ଯ୍ୟଧନ ଲଜ୍ଜିତ ହୋଇଥିଲା ଓ ଅର୍ଜୁନଙ୍କ ନିକଟରେ ଅlଭlର ବ୍ୟକ୍ତ କରି ବରଦାନ ମାଗିବା ପାଇଁ କହିଥିଲା l କିନ୍ତୁ ଅର୍ଜୁନ କହିଥିଲେ ସମୟ ଆସିଲେ ନିଶ୍ଚିନ୍ତ କୌଣସି ବରଦାନ ମାଗିବି ,ଏହା କହି ସେ ସେଠାରୁ ଚାଲି ଯାଇଥିଲେ l

ଭୀଷ୍ମ ପିତାମହଃଙ୍କର ୫ଟି ସ୍ବର୍ଣ୍ଣ ତୀର –

ମହାଭାରତ ଯୁଦ୍ଧ ଯେତେବେଳେ ଆରମ୍ଭ ହେଲା ସେହି ସମୟରେ ପାଣ୍ଡବ ମାନେ କୌରବ ମାନଙ୍କୁ ଭାରି ପଡ଼ିଥିଲେ l ସେହି ସମୟରେ ଭୀଷ୍ମ ପିତାମହଃ ନିଜର ୫ଟି ସ୍ବର୍ଣ୍ଣ ତୀରକୁ ମନ୍ତ୍ରିତ କରିଥିଲେ l ଭଗବାନ ଶ୍ରୀ କୃଷ୍ଣ ଯେତେବେଳେ ଏହି ବିଷୟରେ ଜାଣି ପାରିଲେ ତାହାକୁ ହାସଲ କରିବା ପାଇଁ ଯୋଜନା ଆରମ୍ଭ କଲେ l କାରଣ ଭଗବାନ ଶ୍ରୀ କୃଷ୍ଣ ଜାଣିଥିଲେ ଯଦି ଯୁଦ୍ଧରେ ଏହି ତୀରର ପ୍ରୟୋଗ ହେବ ତେବେ ପାଣ୍ଡବ ମାନେ ସୁନିଶ୍ଚିତ ହlରିବେ l

ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଦୂର୍ଯ୍ୟଧନଙ୍କ ବରଦାନ ମାନେ ପକାଇ ଦେଲେ –

ଶ୍ରୀ କୃଷ୍ଣ ତୀର ଗୁଡିକୁ ପ୍ରାପ୍ତ କରିବା ପାଇଁ ଅର୍ଜୁନଙ୍କୁ ଦୂର୍ଯ୍ୟଧନଙ୍କ ବରଦାନ ବିଷୟରେ ମାନେ ପକାଇ ଦେଲେ ଓ ଅର୍ଜୁନଙ୍କୁ କହିଲେ ତମେ ଦୂର୍ଯ୍ୟଧନଙ୍କ ପାଖରୁ ବରଦାନ ମାଗିଆଣ l ବରଦାନରେ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ୫ଟି ତୀର ମାଗିବା ପାଇଁ କହିଲେ l ଶ୍ରୀ କୃଷ୍ଣଙ୍କ କଥା ଶୁଣି ଅର୍ଜୁନ ଦୂର୍ଯ୍ୟଧନଙ୍କ ନିକଟକୁ ଯାଇଥିଲେ ଓ ଦୂର୍ଯ୍ୟଧନଙ୍କୁ ବରଦାନ ବିଷୟରେ ମାନେ ପକାଇଦେଲେ l

ଦୂର୍ଯ୍ୟଧନ ଅର୍ଜୁନଙ୍କୁ ତୀର ସମର୍ପଣ କରିଥିଲେ –

ଦୂର୍ଯ୍ୟଧନ ଅର୍ଜୁନଙ୍କୁ ଦେଖି ଆସିବାର କାରଣ ପଚାରିଥିଲେ l ଅର୍ଜୁନ କହିଥିଲେ ଯେ ପୂର୍ବରୁ ରହିଯାଇଥିବ ବରଦାନ ମାଗିବାକୁ ଆସିଛି ଏହାପରେ ଦୂର୍ଯ୍ୟଧନ କହିଥିଲେ କଣ ମାଗୁଛ ମାଗ l ଅର୍ଜୁନ ସେହି ୫ଟି ତୀରକୁ ବରଦାନରେ ମାଗିଥିଲେ l ଦୂର୍ଯ୍ୟଧନ ଏହା ଶୁଣି କିଛି ସମୟ ପାଇଁ ଦ୍ବନ୍ଦରେ ପଡି ଯାଇଥିଲେ କିନ୍ତୁ ବଚନରେ ବନ୍ଧା ହୋଇଥିବା କାରଣରୁ ଅର୍ଜୁନଙ୍କୁ ତୀର ଗୁଡିକ ସମର୍ପଣ କରିଥିଲେ l ତୀର ପ୍ରାପ୍ତ କରିବା ପରେ ପାଣ୍ଡବ ମାନଙ୍କର ସଙ୍କଟ ଟଳି ଗଲା l ଦୂର୍ଯ୍ୟଧନ ଭୀଷ୍ମ ପିତାମହଃଙ୍କୁ ପୁନର୍ବାର ତୀର ଗୁଡିକ ମନ୍ତ୍ରିତ କରିବା ପାଇଁ କହିଥିଲେ ,କିନ୍ତୁ ପିତାମହଃ ଭୀଷ୍ମ ଆଉଥରେ କରି ପାରିବେ ନାହିଁ ବୋଲି ମନl କରିଦେଇଥିଲେ l

Nalco
Leave A Reply