Odisha news

ମହାଭାରତ ରୋଚକ ତଥ୍ୟରୁ କିଛି : ଇନ୍ଦ୍ରଙ୍କ ଅପସରା ଉର୍ବଶୀଙ୍କ ଅଭିଶାପ କାରଣରୁ ଅର୍ଜୁନଙ୍କୁ ହେବାକୁ ପଡିଲା ଵୃହନଳା

0

ମହାଭାରତ ଯୁଦ୍ଧ ପୂର୍ବରୁ ପାଣ୍ଡବ ମାନକୁ ଅନେକ କଷ୍ଟ ଭୋଗିବାକୁ ପଡିଥିଲା l ବଣରେ ରହିବ ସହିତ ନିଜର ପରିଚୟ ମଧ୍ୟ ଲୁଚାଇବାକୁ ପଡିଥିଲା l ବନବାସ ସମୟରେ ପାଣ୍ଡବ ମାନେ ବେଶ ବଦଳାଇ ବିରାଟ ରାଜାଙ୍କର ଶରଣ ନେଇଥିଲେ ଓ ସେଠାରେ ସାଧାରଣ କର୍ମୀ ଭାବରେ ନିଜ ନିଜର କାର୍ଯ୍ୟ କରିଥିଲେ l ଦ୍ରୌପଦୀ ବିରାଟ ରାଜାଙ୍କର ରାଣୀଙ୍କ ପାଖରେ ଦାସୀ ହୋଇ ସେବା କରିଥିଲେ ଓ ଅର୍ଜୁନ ଗୋଟିଏ ବର୍ଷ ପାଇଁ କିନାରା ହୋଇ ସେଠାରେ ରହିଥିଲେ l

ଅର୍ଜୁନଙ୍କୁ ମହର୍ଷି ବେଦ ବ୍ୟାସ ଦେଇଥିଲେ ଉପଦେଶ-

ବନବାସ ସମୟରେ ପାଣ୍ଡବଙ୍କୁ ନିଜର ଶକ୍ତି ପୁନର୍ବାର ପାଇବାର ଥିଲା l ନିଜର ହରାଇଥିବା ରାଜ୍ୟ ହାସଲ କରିବା ପାଇଁ ପାଣ୍ଡବ ମାନେ ଦିନରାତି ଯୋଜନା ପ୍ରସ୍ତୁତ କରିଥିଲେ ,କିନ୍ତୁ କୌଣସି ସମାଧାନ ବାହାରୁ ନଥିଲା l ସେହି ସମୟରେ ଅର୍ଜୁନ ଏହି ମାମଲାରେ ମହର୍ଷି ବେଦ ବ୍ୟାସଙ୍କ ପାଖକୁ ଯାଇ ଏବିଷୟରେ ଉପଦେଶ ମାଗିଥିଲେ l ସେତେବେଳେ ବେଦ ବ୍ୟାସ ଅର୍ଜୁନଙ୍କୁ ଦିବ୍ୟ ଅସ୍ତ୍ର ଓ ଅନ୍ୟ କଳାର ଜ୍ଞାନ ପ୍ରାପ୍ତ କରିବା ପାଇଁ ଇନ୍ଦ୍ର ଲୋକକୁ ଯିବା ପାଇଁ କହିଥିଲେ l ଅର୍ଜୁନ ଇନ୍ଦ୍ର ଲୋକରେ ଇନ୍ଦ୍ରଙ୍କର ଅନୁମତି ନେଇ ସମସ୍ତ ଦିବ୍ୟ ଅସ୍ତ୍ର ଓ ଅନ୍ୟ କଳାର ଜ୍ଞାନ ପ୍ରାପ୍ତ କରିବାକୁ ଲାଗିଲେ l

ଇନ୍ଦ୍ରଙ୍କ ଅପ୍ସରା ଉର୍ବଶୀ ଅର୍ଜୁନଙ୍କ ଆଗରେ ବିବାହ ପ୍ରସ୍ତାବ ରଖିଲେ –

ଇନ୍ଦ୍ର ଲୋକରେ ଚିତ୍ରସେନ ଅର୍ଜୁନଙ୍କୁ ସଂଗୀତ ଓ ନୃତ୍ୟ ଶିକ୍ଷା ଦେଇଥିଲେ l ଏକଦା ଯେତେବେଳେ ଅର୍ଜୁନ ଗୀତ ଓ ନୃତ୍ୟ ଶିକ୍ଷା ଲାଭ କରୁଥିଲେ ଇନ୍ଦ୍ରଙ୍କର ଅପ୍ସରା ଉର୍ବଶୀଙ୍କର ଅର୍ଜୁନଙ୍କ ଉପରେ ନଜର ପଡିଲା l ଅର୍ଜୁନଙ୍କୁ ଦେଖି ଉର୍ବଶୀ ମୋହିତ ହୋଇଗଲେ ଓ ଅର୍ଜୁନଙ୍କ ଆଗରେ ବିବାହ ପାଇଁ ପ୍ରସ୍ତାବ ରଖିଲେ l ଏହି ପ୍ରସ୍ତାବକୁ ଶୁଣି ଅର୍ଜୁନ ମନ କରିଦେଇଥିଲେ ଓ ବିନମ୍ରତା ସହକାରେ ଉର୍ବଶୀଙ୍କ କହିଥିଲେ ଆମର ପୂର୍ବଜ ଆପଣଙ୍କ ସହିତ ବିବାହ କରି ଆମର ବଂଶର ଗୌରବ ବଢାଇଥିଲେ lତେଣୁ ଆପଣ ପୁରୁ ବଂଶର ଜନନୀ ଓ ମତ ସମାନ l ସେଥିପାଇଁ ଏହି ବିବାହ ବିଚାର ମନରୁ ବାହାର କରି ଦିଅନ୍ତୁ l

ଉର୍ବଶୀ ଅର୍ଜୁନଙ୍କୁ ଦେଲେ ଅଭିଶାପ-

ଅର୍ଜୁନଙ୍କର ଏହି କଥାକୁ ଶୁଣି ଉର୍ବଶୀ ହୋଇଯାଇଥିଲେ ଓ କ୍ରୋଧରେ ଆସି ଅର୍ଜୁନଙ୍କୁ ଏକ ବର୍ଷ ପାଇଁ ନପୁଂସକ ହେବାର ଅଭିଶାପ ଦେଇଥିଲେ l ଏହି କାରଣରୁ ଅର୍ଜୁନଙ୍କୁ ବନବାସ ସମୟରେ କିନ୍ନର ହୋଇ ରହିବାକୁ ପଡିଥିଲା l ଅର୍ଜୁନ ଵୃହନଳା ହୋଇ ରାଜା ବିରାଟଙ୍କ କନ୍ୟା ଉତ୍ତରlଙ୍କୁ ଗୋଟିଏ ବର୍ଷ ପାଇଁ ନୃତ୍ୟ ଶିଖାଇଥିଲେ l

Nalco
Leave A Reply