Odisha news

ମହାଭାରତର ରୋଚକ କଥା : ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କଳିଯୁଗ ର ନାରୀଙ୍କୁ ନେଇ ଦେଇଥିଲେ ଏହି ଭବିଷ୍ୟବାଣୀ, ଯାହା ଆଜି ହୋଇଛି ସତ୍ୟ

0

ଦ୍ୱାପର ଯୁଗରେ ଶ୍ରୀକୃଷ୍ନ କଳିଯୁଗ କୁ ନେଇ ଭବିଷ୍ୟବାଣୀ ଦେଇଥିଲେ, ଶ୍ରୀକୃଷ୍ଣ ଅର୍ଜୁନ  ପାଣ୍ଡବ ମାନଙ୍କୁ ଏହି ବିଷୟରେ ବିସ୍ତାର ଭାବରେ କହିଥିଲେ l ଏହା ମଧ୍ୟ କହିଥିଲେ ଯେ କଳିଯୁଗ ରେ ସ୍ତ୍ରୀ ଓ ପୁରୁଷ ଙ୍କ ମଧ୍ୟରେ କେଉଁସବୁ ଅଵଗୁଣ ରହିବ l ଏବଂ ଉଭୟଙ୍କ ସ୍ଵଭାଵ କିପରି ରହିବ l

ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ କଳିଯୁଗ ର ମହିଳାଙ୍କର ୩ଟି କମି ବିଷୟରେ କହିଥିଲେ l ଯାହାକି ଆଜି ଅନେକ ମାତ୍ରାରେ ସତ୍ୟ ହୋଇଛି ବୋଲି ଶାସ୍ତ୍ରଜ୍ଞ ଙ୍କ ମତ ରହିଛି l

– ପ୍ରଥମଟି ହେଲା -କଳିଯୁଗ ରେ ମହିଳାମାନେ ଧନଵାନ ପୁରୁଷଙ୍କୁ ପସନ୍ଦ କରିବେ, ଏବଂ ସେମାନେ ଧନହୀନ ସ୍ୱାମୀଙ୍କୁ ତ୍ୟାଗ କରିବେ l ସେମାନଙ୍କ ନିକଟରେ ଗୁରୁଜନଙ୍କ ପ୍ରତି ଆଦର ଓ ସମ୍ମାନ ରହିବ ନାହିଁ l

– ଦ୍ୱିତୀୟଟି ହେଲା – କଳିଯୁଗ ରେ ନାରୀ ହିଁ ନାରୀ ର ଶତ୍ରୁ ସଜୀଵ ଏବଂ ନାରୀ ହିଁ ନାରୀକୁ କଷ୍ଟ ଦେବ l ଗୋଟିଏ ସ୍ତ୍ରୀ ଆଉ ଗୋଟିଏ ସ୍ତ୍ରୀକୁ ଶୋଷଣ କରିବ l ସ୍ତ୍ରୀ ନିଜର ପ୍ରତିପତି ଦେଖାଇ ସମସ୍ତଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କରିବ l

– ତୃତୀୟ ଟି ହେଲା- କଳିଯୁଗ ରେ ନାରୀ ପୁରୁଷ କୁ ଅନୈତିକ କାର୍ଯ୍ୟ କରିବାରେ ଅଟକାଇବ ନାହିଁ, ବରଂ ନିଜେ ମଧ୍ୟ ଅନୈତିକ କାର୍ଯ୍ୟ ରେ ସମ୍ପୃକ୍ତ ରହିବ l ଲଜ୍ଜା ନାରୀର ଭୂଷଣ, କିନ୍ତୁ ସେ କଳିଯୁଗ ରେ ଲଜ୍ଜା ହିନା ହୋଇଯିବ l

ପୁରୁଷଙ୍କୁ ନେଇ କହିଥିଲେ ଏହି ୩ଟି କଥା –
– ପ୍ରଥମ ଟି ହେଲା – ପୁରୁଷ ଧନ ଲୋଭ ପାଇଁ ନିଜ ପିତା କି ପୁତ୍ର କୁ ଛାଡିବ ନାହିଁ l  ଧନ ପାଇଁ ପିତା ପୁତ୍ର ଶତ୍ରୁ ହୋଇଯିବେ l ଭାଇ ଭାଇର ସମ୍ପର୍କ ରେ ଆଉ ଭରସା କିମ୍ବା ବିଶ୍ୱାସ ରହିବ ନାହିଁ l ଭାଇ ଭାଇର ଶତ୍ରୁ ହୋଇଯିବ l

– ଦ୍ୱିତୀୟଟି ହେଲା- କଳିଯୁଗ ରେ ପୁରୁଷ ମହିଳାଙ୍କୁ ହୀନ ଭାବିବେ ଏବଂ ସେମାନଙ୍କୁ ପରିହାସ କରିବେ l ଏହାଛଡା ପୁରୁଷ ମହିଳା ଙ୍କ ଅପମାନ କରି ଗର୍ବ ଅନୁଭବ କରିବ l

– ତୃତୀୟଟି ହେଲା- କଳିଯୁଗ ରେ ପୁରୁଷ ଗୁଣ ଅପେକ୍ଷା ନାରୀର ରୂପ କୁ ଅଧିକ ଗୁରୁତ୍ୱ ଦେବ l ଯାହା ତାକୁ ଅନୈତିକ କାର୍ଯ୍ୟ ଓ ବ୍ୟଭିଚାର ଆଡକୁ ଟାଣିନେବ l ଦେହ ସୁଖ ପାଇଁ ପିଶାଚ ସଜୀଵ ପୁରୁଷ l

Leave A Reply