Odisha news

ମହାଭାରତର ରୋଚକ କଥା : କାହିଁକି ଯୁଧିଷ୍ଠିର ନାରୀ ଜାତିଙ୍କୁ ଦେଇଥିଲେ ଅଭିଶାପ

0
ଇତିହାସ ର ସବୁଠୁ ବଡ଼ ଯୁଦ୍ଧ ମହାଭାରତ ର କାହାଣୀ ତ ଆମେ ସମସ୍ତେ ଶୁଣିଛୁ ବା ପଢିଛୁ l ଏହି ସମସ୍ତ ଘଟଣା ମଧ୍ୟରେ ଏଭଳି ଅନେକ କାହାଣୀ ରହିଛି ଯାହାକି ଆମେ ଜାଣି ନାହୁଁ l ପାଣ୍ଡଵ ଓ କୌରବ ଙ୍କ ମଧ୍ୟରେ ଚାଲିଥିବା ଏହି ଧର୍ମ ଓ ଅଧର୍ମ ର ଯୁଦ୍ଧର ପରିଣତି ଖୁବ ଦୁଃଖ ଦାୟକ ଥିଲା l ଏହି ଯୁଦ୍ଧରେ ପାଣ୍ଡବ ମାନେ ବିଜୟ ଲାଭ କରିଥିଲେ ସତ , କିନ୍ତୁ ଧର୍ମରାଜ ଯୁଧିଷ୍ଠିର ଓ ଅର୍ଜୁନ ଙ୍କ ଭଳି ଧନୁର୍ଧର ଙ୍କ ସମେତ ଅନେକ ଯୋଦ୍ଧା ଏହି ଯୁଦ୍ଧରେ ଛଳ କପଟ ର ସାହାଯ୍ୟ ନେଇଥିଲେ l ୧୮ ଦିନର ଏହି ଯୁଦ୍ଧରେ ଏଭଳି କିଛି ଘଟିଛି ଯାହା ଆମକୁ ଅନେକ ଶିକ୍ଷା ଦେଇଥାଏ l
ମହାଭାରତ ଯୁଦ୍ଧ ପରେ ସମସ୍ତ ମୃତକ ଓ ପରିଜନ ଓ ସମ୍ପର୍କୀୟ ଙ୍କୁ ଅସ୍ଥି କୁ ତର୍ପଣ କରିବା ପରେ ଏକ ମାସ ପର୍ଯ୍ୟନ୍ତ ଗଙ୍ଗା ନଦୀ କୂଳରେ ରହିଥିଲେ l ଏହି ସମୟରେ ଯୁଧିଷ୍ଠିର ଙ୍କୁ ସାନ୍ତ୍ୱନା ଦେବା ପାଇଁ ଅନେକ ଋଷି ମୁନି ଗଣ ପହଞ୍ଚି ଥିଲେ l
ଏହି ସମୟରେ ନାରଦ ମୁନି ମଧ୍ୟ ଯୁଧିଷ୍ଠିର ଙ୍କୁ ସାକ୍ଷାତ କରିବା ପାଇଁ ଆସି ଉପସ୍ଥିତ ହେଲେ l ଯୁଧିଷ୍ଠିର ନାରଦ ଙ୍କ ମନର ଦଶା କୁ ଜାଣିବା ପାଇଁ ପ୍ରଶ୍ନ କରିଥିଲେ ଯେ ” ହେ ଯୁଧିଷ୍ଠିର , ନିଜ ବାହୁବଳ ଓ ଭଗବାନ ଶ୍ରୀକୃଷ୍ଣ ଙ୍କ କୃପା ରୁ ତମେ ବିଜୟ ପ୍ରାପ୍ତ କରିଛ l କଣ ତୁମର ବିଜୟ ରେ ତମେ ପ୍ରସନ୍ନ ନୁହଁ ?
ଏହାର ଉତ୍ତର ରେ ଯୁଧିଷ୍ଠିର କହିଥିଲେ କୃଷ୍ଣ ଙ୍କ କୃପା , ବ୍ରାହ୍ମଣ ଙ୍କ ଆଶୀର୍ବାଦ ଓ ଭୀମ ଅର୍ଜୁନ ଙ୍କ ଶକ୍ତିର ଆଧାର ରେ ଏହି ଯୁଦ୍ଧକୁ ଜିତି ପାରିଛି l ତଥାପି ମୁଁ ଗଭୀର ଦୁଃଖ ରେ ଅଛି l ମତେ ଲାଗୁଛି ମୋ ନିଜସ୍ୱ ଲୋଭ କାରଣ ରୁ ମୁଁ ମୋର ପରିଜନ ମାନଙ୍କୁ ହରାଇଛି l ପୁତ୍ର ଅଭିମନ୍ୟୁ ଙ୍କ ବିଳାପ କୁ ଦେଖି ମୁଁ ଏହି ବିଜୟ କୁ କଦାପି ଗ୍ରହଣ କରିପାରୁ ନାହିଁ l ଏହି ସମସ୍ତ ଯୋଦ୍ଧା ଙ୍କ ବଧ ପରେ ମୁଁ ଜାଣି ପାରିଲି ଯେ କର୍ଣ୍ଣ ମୋର ବଡ଼ ଭାଇ l ସୂର୍ଯ୍ୟ ଦେବ ଙ୍କ କୃପା ରୁ ମା କୁନ୍ତୀ କର୍ଣ୍ଣ ଙ୍କୁ ଲାଭ କରିଥିଲେ l କିନ୍ତୁ ସାରା ଦୁନିଆ ତାଙ୍କୁ ସୁଦ୍ର ପୁତ୍ର ବା ଦାସୀ ପୁତ୍ର ଭାବରେ ଜାଣି ଥିଲା l ମୁଁ ଅଜାଣତ ରେ ତାଙ୍କର ବଧ କରିଛି l ଏହା ମତେ ଭିତରୁ ଖୁବ ଯନ୍ତ୍ରଣା ଦେଉଛି l ଆମେ ୫ ଭାଇ ଜାଣି ନଥିଲୁ ଯେ ସେ ଆମର ବଡ଼ ଭାଇ l
କିନ୍ତୁ କର୍ଣ୍ଣ ଜାଣିଥିଲେ ଯେ ଆମେ ତାଙ୍କ ସାନଭାଇ , ଏହି ତଥ୍ୟ ତାଙ୍କୁ କୃଷ୍ଣ ଓ କୁନ୍ତୀ ଦେଇଥିଲେ l କର୍ଣ୍ଣ ଆମର ଜୀବନ ନେବେ ନାହିଁ ବୋଲି ମା କୁନ୍ତୀ ଙ୍କୁ ବଚନ ଦେଇଥିଲେ l ଯଦି ମୋ ନିକଟରେ ଅର୍ଜୁନ ଓ କର୍ଣ୍ଣ ଉଭୟ ଥାଆନ୍ତେ ତେବେ ମୁଁ ସାରା ଦୁନିଆ କୁ ଜିତି ପାରି ଥାଆନ୍ତି l ଏହି କଥା କହୁ କହୁ ଯୁଧିଷ୍ଠିର ଭାବୁକ ହୋଇ ଯାଇଥିଲେ ଓ ତାଙ୍କ ଚକ୍ଷୁ ରୁ ଅଶ୍ରୁ ଧାର ବୋହି ଥିଲା l
ଏହାଶୁଣି କୁନ୍ତୀ ସାମ୍ନା କୁ ଆସିଥିଲେ ଓ କହିଥିଲେ ପୁତ୍ର ଏଭଳି ଶୋକ କର ନାହିଁ l ମୁଁ କର୍ଣ୍ଣ ଙ୍କୁ ଏହି ବିଷୟରେ କହି ଥିଲି ଯେ ତମେ ତାଙ୍କର ଭାଇ ବୋଲି, କିନ୍ତୁ କର୍ଣ୍ଣ ହିଁ ମୋତେ ବାରଣ କରିଥିଲେ l
ମା କୁନ୍ତୀ ଙ୍କ ସାନ୍ତ୍ୱନା ଶୁଣି ଯୁଧିଷ୍ଠିର ନିଜ କ୍ରୋଧ କୁ ସମ୍ବରଣ କରପାରୀ ନଥିଲେ l ଏହାପରେ ସେ କୁନ୍ତୀ ଙ୍କୁ କହିଥିଲେ ଯେ ତେମେ ଏତେବଡ କଥା ଲୁଚାଇ ଠିକ କରିନ , ମତେ ଏହି କଥାକୁ ଲୁଚାଇ ମୋର ବଡ଼ ଭାଇ ର ହତ୍ୟାକାରୀ କରିଦେଲ l
ଏହାପରେ ସେ ନିଜ ମା ଙ୍କୁ କ୍ରୋଧିତ ହୋଇ କହିଥିଲେ ଯେ ଆଜି ମୁଁ ସମସ୍ତ ନାରୀ ଜାତି କୁ ଅଭିଶାପ ଦେଉଛି ଯେ ବର୍ତମାନ କୌଣସି ନାରୀ ଚାହିଁଲେ ବି କୌଣସି କଥାକୁ ନିଜ ମନରେ ଲୁଚାଇ ରଖି ପାରିବ ନାହିଁ l
IEC 2 years
Leave A Reply