ମହାଭାରତର ରୋଚକ କଥା : କୁରୁକ୍ଷେତ୍ରରେ ଏହିସବୁ ବିନାଶକାରୀ ଅସ୍ତ୍ର ରେ କରାଯାଇଥିଲା ଯୁଦ୍ଧ, କ୍ଷଣିକ ମାତ୍ରକେ ହୋଇ ଯାଉଥିଲା ବିନାଶ
ମହାଭାରତ ଯୁଦ୍ଧ ଇତିହାସ ର ସବୁଠୁ ବଡ ଯୁଦ୍ଧ ମଧ୍ୟରୁ ଗୋଟିଏ l ଏହି ଯୁଦ୍ଧରେ ଶୂରବୀର ମାନେ ଅନେକ ପ୍ରକାରର ଅସ୍ତ୍ର ଶାସ୍ତ୍ର ବ୍ୟବହାର କରିଥିଲେ l କୁହାଯାଏ ଯେ ଏହିସବୁ ଵିଧ୍ଵଂସକାରୀ ହତିଆର ନିମିଷକ ମଧ୍ୟରେ ପୃଥିବୀ ଉପରକୁ ପ୍ରଳୟ କରିବାର କ୍ଷମତା ରଖିଥିଲେ l ଆଜି ଆମେ ଜାଣିବା ମହାଭାରତ ସମୟରେ କେଉଁସବୁ ଅସ୍ତ୍ର ଶସ୍ତ୍ରର ବ୍ୟବହାର କରାଯାଉଥିଲା l
ଅସ୍ତ୍ରଶସ୍ତ୍ର କଣ ?
ପୁରାଣ ଅନୁସାରେ ଯେଉଁ ହତିଆର କୁ ମନ୍ତ୍ର ଜରିଆରେ ଶତୃ ଉପରେ ଆକ୍ରମଣ କରାଯାଇ ଥାଏ ତାହାକୁ ଅସ୍ତ୍ର କୁହାଯାଏ l ଏହା ଅଗ୍ନି, ଗ୍ୟାସ, ବିଦ୍ୟୁତ ତଥା ଯାନ୍ତ୍ରିକ ଉପାୟ ଦ୍ୱାରା ସଞ୍ଚାଳିତ ହୋଇଥାଏ l ଏହି ଅସ୍ତ୍ର ଗୁଡିକ ହେଲା ଗରୁଡାସ୍ତ୍ର , ଆଗ୍ନେୟାସ୍ତ୍ର , ବ୍ରହ୍ମାସ୍ତ୍ର, ପଶୁପାତ ଅସ୍ତ୍ର, ମହାଦେବ ଙ୍କ ତ୍ରିଶୂଳ ଓ ଭଗବାନ ବିଷ୍ଣୁ ଙ୍କ ସୁଦର୍ଶନ ଅସ୍ତ୍ର ଶ୍ରେଣୀରେ ଅନ୍ତର୍ଭୂକ୍ତ l ଯେଉଁ ହତିଆର କୁ ହାତରେ ଧରି ଶତ୍ରୁ ଉପରେ ପ୍ରୟୋଗ କରାଯାଏ ତାହାକୁ ଶସ୍ତ୍ର କୁହାଯାଏ l
– ବ୍ରହ୍ମାସ୍ତ୍ର – ଏହା ପରମାଣୁ ଅସ୍ତ୍ର ଭଳି ବହୁତ ଘାତକ ବୋଲି ପୁରାଣରେ କୁହାଯାଇ ଥାଏ l ଏହା ବ୍ରହ୍ମ ଦେବଙ୍କ ମହା ଶକ୍ତିଶାଳୀ ଅସ୍ତ୍ର ଅଟେ l କୁହାଯାଏ ଯେ ମହାଭାରତ ରେ ଅର୍ଜୁନ, କର୍ଣ, ଶ୍ରୀକୃଷ୍ଣ, ଯୁଧିଷ୍ଠିର, ଆସ୍ୱାଥମା ଙ୍କ ଦ୍ୱାରା ବ୍ରହ୍ମାସ୍ତ୍ର ପ୍ରୟୋଗ କରାଯାଇ ଥିଲା l ଯାହାକି ସେହି ସମୟରେ ଗର୍ଭସ୍ଥ ଶିଶୁ କୁ ମଧ୍ୟ କ୍ଷତି କରୁଥିଲା l ଅଶ୍ଵସ୍ଥାମା ଏହାର ପ୍ରୟୋଗ ଜାଣିଥିଲେ , କିନ୍ତୁ କିଭଳି ଏହାକୁ ରୋକିବେ ତାହା ଜାଣି ନଥିଲେ l ଶାସ୍ତ୍ର ରେ କୁହାଯାଇଛି ଯେ ଏହି ଅସ୍ତ୍ରକୁ ସେତେବେଳେ ରୋକା ଯାଇ ଥାଆନ୍ତା ଯେତେବେଳେ ଏହା ର ବିପରୀତ ରେ ଅନ୍ୟ ଅସ୍ତ୍ରର ପ୍ରୟୋଗ କରାଯାଇ ଥାଆନ୍ତା l
– ପାଶୁପାତସ୍ତ୍ର – ଏହି ଅସ୍ତ୍ରଟି ହଗବନ ଶିବ ଙ୍କର ସର୍ବ ବିନାଶକ ଅସ୍ତ୍ର ବୋଲି କୁହାଯାଇ ଥାଏ l ମହାଦେବ ଅର୍ଜୁନ ଙ୍କ ତପସ୍ୟା ରେ ସନ୍ତୁଷ୍ଟ ହୋଇ ଏହି ଅସ୍ତ୍ର ଦେଇଥିଲେ l ଏହାର ବିଶେଷତ୍ୱ ଥିଲା ଏହି ଅସ୍ତ୍ର ଗୋଟିଏ କ୍ଷଣରେ ସମଗ୍ର ସଂସାର କୁ ଧ୍ବଂସ କରି ଦେଇଥାଏ l କୁହାଯାଇଥାଏ ଯେ କେବଳ ଦୁଷ୍ଟ ଙ୍କ ସହନର ପାଇଁ ଏହି ଅସ୍ତ୍ର ବ୍ୟବହାର କରାଯାଇ ଥାଏ l ଏହାକୁ ରୋକିବା ପାଇଁ କେବଳ ସକ୍ଷମ ଥିଲେ ମହାଦେବ ଙ୍କ ତ୍ରିଶୂଳ ଓ ବିଷ୍ଣୁ ଙ୍କର ସୁଦର୍ଶନ l
– ନାରାୟଣାସ୍ତ୍ର – ଏହା ଭଗବାନ ବିଷ୍ଣୁ ଙ୍କ ଅସ୍ତ୍ର ଅଟେ l କୁହାଯାଏ ଯେ ଯୁଦ୍ଧ ଭୂମିରେ ଯଦି କୌଣସି ଯୋଦ୍ଧା ଏହାକୁ ରୋକିବା ପାଇଁ ଚେଷ୍ଟା କରିଥାଏ ତେବେ ଏହି ଅସ୍ତ୍ର ଶକ୍ତି ଦୁଇଗୁଣ ବୃଦ୍ଧି ହୋଇ ଯାଇଥାଏ l କେବଳ ମନୁଷ୍ୟର ଆତ୍ମସମର୍ପଣ ହିଁ ଏହାକୁ ଅଟକାଇ ପାରିଥାଏ l ଯେତେବେଳେ ମହାଭାରତ ଯୁଦ୍ଧରେ ଅଶ୍ଵସ୍ଥାମା ଏହାକୁ ପାଣ୍ଡଵ ଙ୍କ ଉପରକୁ ପ୍ରୟୋଗ କରିଥିଲେ ସେତେବେଳେ ଏହି ଅସ୍ତ୍ର ନିକଟରୁ ରକ୍ଷା ପାଇବାର ରହସ୍ୟ ଭଗବାନ ଶ୍ରୀକୃଷ୍ଣ ହିଁ ପାଣ୍ଡବଙ୍କୁ ବାଟ ବତାଇଥିଲେ l
– ବଶାବି ଶକ୍ତି – ଇନ୍ଦ୍ର ଦେବ ଙ୍କର ଏହି ଶକ୍ତିଶାଳୀ ଅସ୍ତ୍ର ଖୁବ ପ୍ରଳୟଙ୍କାରୀ ଥିଲା l ଏହାକୁ ଅମୋଘ ଶକ୍ତି ମଧ୍ୟ କୁହାଯାଉ ଥିଲା l ଏହି ଅସ୍ତ୍ରଟିର ବିଶ୍ୱସଂତ୍ଵ ଥିଲା;ଏ ଯେ ଏହାକୁ ଠାରେ ମାତ୍ର ପ୍ରୟୋଗ କରାଯାଇ ପାରିବ l ଏହି ଅସ୍ତ୍ର କୁ କେହି ମଧ୍ୟ ପରାଜିତ କରିପାରୁ ନଥିଲେ l ଏହି ଅସ୍ତ୍ର କର୍ଣ୍ଣଙ୍କୁ ଇନ୍ଦ୍ର ଙ୍କ ଦ୍ୱାରା ପ୍ରାପ୍ତ ହୋଇଥିଲା l ଏହି ଅସ୍ତ୍ର କୁ କର୍ଣ୍ଣ ଅର୍ଜୁନ ଙ୍କ ଵଧ ପାଇଁ ରଖିଥିଲେ l କିନ୍ତୁ ବାଧ୍ୟ ବଶତଃ ଭୀମପୁତ୍ର ଘଟୋତ୍କଚ ଙ୍କ ଉପରେ କରିଥିଲେ l
