Odisha news

ଆପଣ ଜାଣନ୍ତି କି ମହାଭାରତ ଯୁଦ୍ଧ ପରେ କୁନ୍ତୀ,ଗାନ୍ଧାରୀ ଓ ଧୃତରାଷ୍ଟ୍ର କେଉଁଆଡେ ଗଲେ : ଆସନ୍ତୁ ଜାଣିବା

0

ମହାଭାରତର ଯୁଦ୍ଧ ଯାହାକୁ କୁରୁକ୍ଷେତ୍ର ଯୁଦ୍ଧ ମଧ୍ୟ କୁହାଯାଏ ,ତାହା ୧୮ ଦିନ ପର୍ଯ୍ୟନ୍ତ ଚାଲିଥିଲା l ଏହି ଯୁଦ୍ଧରେ ଏତେ ଲୋକ ସଂହାର ହୋଇଥିଲେ ଯେ ଯେଉଁଥିରେ କୌରବ ମାନଙ୍କର ପୁରା ସୈନ୍ୟବାହିନୀ ଓ ପାଣ୍ଡବ ମାନଙ୍କ ପକ୍ଷରୁ ଅଭିମନ୍ୟୁଙ୍କ ଭଳି ଯୋଦ୍ଧା ମୃତ୍ୟୁ ବାରଣ କରିଥିଲେ l ଯୁଦ୍ଧରେ ଜୟଲାଭ କରିବା ପରେ ପାଣ୍ଡବ ମାନେ ହସ୍ତିନା ପୁରରେ ରାଜଗାଦି ଅଭିଷିକ୍ତ କରିଥିଲେ l

କିନ୍ତୁ ଏହି ଯୁଦ୍ଧରେ କୁନ୍ତୀ ,ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କର କଣ ହୋଇଥିଲା ସେ ବିଷୟରେ କେବେ ଆଲୋକ ହଣା କରାଯାଏ ନାହିଁ l ଧୃତରାଷ୍ଟ୍ରଙ୍କୁ କୁରୁକ୍ଷେତ୍ର ଯୁଦ୍ଧର ବିବରଣୀ ଶୁଣାଉଥିବା ସଂଞ୍ଜୟଙ୍କର କଣ ହେଲା ସେ ବିଷୟରେ ମଧ୍ୟ ଜଣା ପଡେ ନାହିଁ l ଆଜି ଆସନ୍ତୁ ଜାଣିବା ଏହି ବିଷୟରେ l

ପୌରାଣିକ କଥାନୁସାରେ ଯାହା ବର୍ଣ୍ଣନା କରାଯାଇଛି ଯୁଦ୍ଧର ପାଖାପାଖି ୧୫ ବର୍ଷ ପରେ ପାଣ୍ଡବ ମାନଙ୍କର ମlତ କୁନ୍ତୀ ଓ କୌରବ ମାନଙ୍କର ମାତାପିତା ଗାନ୍ଧାରୀ ଓ ଧୃତରାଷ୍ଟ୍ର ହସ୍ତିନାପୁର ଛାଡି ଜଙ୍ଗଲରେ ରହିବା ପାଇଁ ନିର୍ଣ୍ଣୟ ନେଇଥିଲେ l ତାଙ୍କ ସହିତ ସଂଞ୍ଜୟ ମଧ୍ୟ ଯାଇଥିଲେ l ଏହି ଚାରିଜଣ ପାଖାପାଖି ୩ ବର୍ଷ ଜଙ୍ଗଲରେ ଅତିବାହିତ କରିଥିଲେ l ଥରେ ଧୃତରାଷ୍ଟ୍ର ନଦୀରେ ସାନ୍ନ କରିବାକୁ ଯାଇଥିବା ବେଳେ ଜଙ୍ଗଲରେ ନିଆଁ ଲାଗିଗଲା l ଏହି ସମୟରେ ସଞ୍ଜୟ କହିଥିଲେ ଜଙ୍ଗଲ ଛାଡି ପଳାଇବା ପାଇଁ ,କିନ୍ତୁ ଧୃତରାଷ୍ଟ୍ର ପଳାଇବା ବଦଳରେ ସେଠାରେ ରହି ପାପର ପ୍ରାଶ୍ଚିତ କରିବା ପାଇଁ ଚିନ୍ତା କଲେ l କୁନ୍ତୀ ,ଗାନ୍ଧାରୀ ଓ ଧୃତରାଷ୍ଟ୍ର ଗୋଟିଏ ଜାଗାରେ ବସି ତପସ୍ୟା କରିବାକୁ ଲାଗିଲେ ଓ ସମାଧୀରେ ଲୀନ ହୋଇଗଲେ l ସେହି ଜଙ୍ଗଲର ନିଆଁରେ ୩ ଜଣଙ୍କର ପ୍ରାଣ ଚାଲିଗଲା l

ସଞ୍ଜୟ ହିମାଳୟରେ ତପସ୍ୟା କଲେ –

ଜଙ୍ଗଲରେ ଯେଉଁଠାରେ କୁନ୍ତୀ ,ଗାନ୍ଧାରୀ ଓ ଧୃତରାଷ୍ଟ୍ର ପ୍ରାଣ ତ୍ୟାଗକରିବାର ନିର୍ଣ୍ଣୟ ନେଇଥିଲେ ,କିନ୍ତୁ ସଞ୍ଜୟ ଏହି ନିର୍ଣୟକୁ ନମାନି ୩ ଛାଡି ହିମାଳୟ ଚାଲି ଯାଇଥିଲେ l ସେଠାରେ ସେ  ତପସ୍ୟା କରିଥିଲେ l ଏହା ପରେ ନାରଦ ପାଣ୍ଡବ ମାନଙ୍କୁ କୁନ୍ତୀ ,ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କ ସହିତ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ l

କିଏ ଥିଲେ ସଞ୍ଜୟ –

ମହାଭାରତର ମୁଖ୍ୟ ପାତ୍ର କୁନ୍ତୀ ,ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କୁ ତ ଆପଣ ଜାଣିଛନ୍ତି କିନ୍ତୁ ସଞ୍ଜୟ କିଏ ଥିଲେ ତାହା ଆପଣ ଜାଣି ନାହାନ୍ତି l ମହାଭାରତରେ ଧୃତରାଷ୍ଟ୍ର ନେତ୍ରହୀନ ଥିଲେ ଓ ସଞ୍ଜୟ ତାଙ୍କର ଚକ୍ଷୁ ଥିଲେ ବୋଲି କହିଲେ କିଛି ଭୁଲ ହେବନାହିଁ l ସଞ୍ଜୟ ମହର୍ଷି ବେଦବ୍ୟାସଙ୍କର ଶିଷ୍ୟ ଥିଲେ ଓ ଧୃତରାଷ୍ଟ୍ରଙ୍କର ରାଜସଭାରେ ସମ୍ମାନିତ ସଦସ୍ୟ ମଧ୍ୟ ଥିଲେ l କୁରୁକ୍ଷେତ୍ର ଯୁଦ୍ଧକୁ ଜଡ଼ିକେହି ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିଥିଲେ ସେ ଥିଲେ ସଞ୍ଜୟ ଏବଂ ସେ ଯୁଦ୍ଧର ସମସ୍ତ ଘଟଣା ଧୃତରାଷ୍ଟ୍ରଙ୍କୁ କହୁଥିଲେ l

 

Leave A Reply