ଯଦି ଆପଣଙ୍କୁ ଦିନସାରା ଥକା ଲାଗୁଛି , କାମ କରିବାକୁ ଇଚ୍ଛା ହେଉନାହିଁ , ସାମାନ୍ୟ କାମ କଲେ ହାଲିଆ ହୋଇ ପଡ଼ୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଶରୀରରେ ମାଗ୍ନେଶୀୟମ ର କମି ରହିଛି । ଶରୀରକୁ ସୁସ୍ଥ ରଖିବା ପାଇଁ ମାଗ୍ନେଶୀୟମ ଗୋଟିଏ ଜରୁରୀ ପୋଷାକ ତତ୍ତ୍ଵ , ଯାହା ୩୦୦ରୁ ଅଧିକ ଏଞ୍ଜାଇ ମେଟିକ ରିଆକ୍ସନ୍ ପାଇଁ ଜରୁରୀ ଅଟେ । ମାଗ୍ନେଶୀୟମ ହାଡ , ଟିଶୁ କୁ ସୁଦୃଢ କରିଥାଏ ଓ ରକ୍ତ ଚାପ କୁ ନିୟନ୍ତ୍ରିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
ଏହା ବ୍ୟତୀତ ରକ୍ତ ଶର୍କରା କୁ ମଧ୍ୟ ମାଗ୍ନେଶୀୟମ ନିୟନ୍ତ୍ରିତ କରିଥାଏ । ଯଦି ଆପଣଙ୍କ ଶରୀରରେ ଉଚିତ୍ ମାତ୍ରାରେ ମାଗ୍ନେଶୀୟମ ନାହିଁ ତେବେ ଥକାପଣ , ଦୁର୍ବଳ ଲାଗିବା ଓ ମୁଣ୍ଡ ବୁଲାଇ ବାନ୍ତି ସମସ୍ୟା ଦେଖାଦିଏ । ମାଗ୍ନେଶୀୟମ କମିବା ଦ୍ଵାରା ହୃଦଘାତ ଭଳି ସାଙ୍ଘାତିକ ସମସ୍ୟା ଦେଖାଦିଏ ଓ ଅଷ୍ଟ୍ରିଓ ପୋରୋଷିସ୍ ମଧ୍ୟ ହୋଇଥାଏ ।
ତେଣୁ ମାଗ୍ନେଶୀୟମ ଶରୀରରୁ କମିବା ସମସ୍ୟା କୁ ଦୁର କରିବା ପାଇଁ କିଛିଟା ଖାଦ୍ୟ ଖାଇବା ନିହାତି ଜରୁରୀ ଅଟେ । ଆସନ୍ତୁ ଜାଣିବା ।
* ମାଗ୍ନେଶୀୟମ ଯୁକ୍ତ ଖାଦ୍ୟ – ପାଳଙ୍ଗ , ସବୁଜ ପତ୍ର ଯୁକ୍ତ ପନିପରିବା ନିୟମିତ ଭାବରେ ଖାଇବା ଉଚିତ୍ ।
* ତା ସହିତ ଚୀନା ବାଦାମ , କାଜୁ ଓ ମଟର ଭଳି ଅନ୍ୟ ଶସ୍ୟ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।
* ଏହା ବ୍ୟତୀତ ଭାତ , ମଇଦା ବ୍ରେଡ୍ , ସୋୟା କ୍ଷୀର , ପନିର କାଜୁ ଇତ୍ୟାଦି ଖାଇବା ଆବଶ୍ୟକ ।
ଏହିସବୁ ଜିନିଷକୁ ନିୟମିତ ଖାଇବା ଦ୍ୱାରା ମାଗ୍ନେଶୀୟମ ଅସୁବିଧା ଶରୀରରୁ ଦୂରେଇ ଯାଇଥାଏ ।
Comments are closed.