Odisha news

ମାଘ ସପ୍ତମୀ ବୁଡ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ସମାଗମ

0

କୋଣାର୍କ,‌ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମାଘ ସପ୍ତମୀ ବୁଡ ପକାଇବା ପାଇଁ  ଶୁକ୍ରବାର ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶ୍ରଦ୍ଧାଳୁମାନେ ବାଉଁଶ କଣିରେ କୁଡ଼ିଆ ତିଆରି କରି ବିଶ୍ରାମ ନେଇଥିଲେ। ମାଟି ହାଣ୍ଡିରେ  ରୋଷେଇ ସାରି କୁଡ଼ିଆରେ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁମାନେ। ନିଷ୍ପତ୍ତି ଅନୁଯାୟୀ  ଶ୍ରୀଶ୍ରୀ ତ୍ରିବେଣୀଶ୍ବର, ଇସାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ରାତି ୮ଟା ପରେ ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିଥିଲେ। ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା ସହ କୋଣାର୍କ ଏନଏସି ମଣ୍ଡପ, ତହସିଲ କାର୍ଯ୍ୟାଳୟ,ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପୂଜାର୍ଚ୍ଚନା କରଯାଇଥିଲା। ପୂଜା ସମାପନ ପରେ  ରାତି ୩ସୁଧା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଁଚିବେ ।

ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ସରିଲେ ୨୮ତାରିଖ ସପ୍ତମୀ ତୀଥିରେ ମାହେନ୍ଦ୍ରବେଳା ୩ଟା୫୦ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ସ୍ନାନ କରିବେ । ରାତି ୪ଟା୪୧ରୁ ସାଧୁସନ୍ଥ ଓ ଅପେକ୍ଷା ରତ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବେ। ଗ୍ରହ ଶାନ୍ତି ନିମନ୍ତେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରୁ ପାଦରେ ଚାଲି ଚାଲି ଆସି ନବଗ୍ରହଙ୍କ ନିକଟରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରିଥାନ୍ତି। ମେଳାପଡିଆରେ ସ୍ବାସ୍ଥ୍ୟ ସେବା ଶିବିର, ଅସ୍ଥାୟୀ ଶୈଚାଳୟ, ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବେଳାଭୂମିରେ ଦୁଇଟି ଦମକଳ ଗାଡି ମୃତୟନ, ଶୁକ୍ରବାର ସାରା ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ଶାନ୍ତି ଶୃଙ୍ଖଳା ନିମନ୍ତେ କୋଣାର୍କ ଓ ଚନ୍ଦ୍ରଭାଗାରେ ୩୦ପ୍ଲାଟୁନ ଫୋର୍ସ ନିୟୋଜିତ ରହିଛନ୍ତି

Nalco
Leave A Reply