ଆଜି ହେଉଛି ଗୁରୁବାର ଓ ସରସ୍ବତୀ ପୂଜା , ମାତା ଲକ୍ଷ୍ମୀ ଓ ସରସ୍ବତୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହିସବୁ ଜିନିଷ ଅର୍ପଣ କରନ୍ତୁ
ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସରସ୍ବତୀ ପୂଜା ପାଳିତ ହୋଇଥାଏ l ଚଳିତ ଥର ସରସ୍ବତୀ ପୂଜା ଜାନୁଆରୀ ୨୬ ତାରିଖ ଗୁରୁବାର ଦିନ ପଡୁଛି l ଏହିଦିନ ବିଶେଷ ଯୋଗ ଘଟୁଛି , ତେଣୁ ଶାସ୍ତ୍ରଜ୍ଞ ମାନଙ୍କ ମତରେ ଏହିଦିନ ଲକ୍ଷ୍ମୀଙ୍କ ସହିତ ସରସ୍ବତୀ ଙ୍କୁ ପୂଜା କରିବା ଦ୍ୱାରା ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ l ବସନ୍ତ ପଞ୍ଚମୀ ଠାରୁ ବସନ୍ତ ଋତୁର ଆଗମନ ହୋଇଥାଏ l ଏହି ସମୟରେ ଗଛ ଗୁଡିକ ପତ୍ର ଝଡା ଦେଇ ଥାଆନ୍ତି ଓ ନୂତନ ପତ୍ର ଧାରଣ କରି ଥାଆନ୍ତି l ସମଗ୍ର ବାତାବରଣ ପାଚିଲା ହଳଦିଆ ରଙ୍ଗରେ ପତ୍ରରେ ପୁରୀ ଉଠିଥାଏ l ତେଣୁ ଏହି ଦିନରେ ହଳଦିଆ ରଙ୍ଗର ଅନେକ ମହତ୍ୱ ରହିଥାଏ l
ବସନ୍ତ ପଞ୍ଚମୀ ଦିନ ର ଗୁରୁ ବୃହସ୍ପତି ଙ୍କ ସହିତ ଖୁବ ଗଭୀର ସମ୍ପର୍କ ରହିଛି l ବସନ୍ତ ଋତୁ କୁ ଋତୁ ମାନଙ୍କର ରାଜା ବୋଲି କୁହାଯାଏ l ବସନ୍ତ ପଞ୍ଚମୀ ଦିନ ଜ୍ଞାନ, ବୁଦ୍ଧି , କାଳର ଦେବୀ ମତ ସରସ୍ଵତୀଙ୍କର ପୂଜା କରାଯାଇ ଥାଏ କିନ୍ତୁ ଚଳିତ ବର୍ଷର ସରସ୍ବତୀ ପୂଜାରେ ଲକ୍ଷ୍ମୀ ଓ ସରସ୍ବତୀ ଙ୍କୁ ପୂଜା କରି ହଳଦିଆ ବସ୍ତୁ ଅର୍ପଣ କରିବା ଦ୍ୱାରା ଜୀବନ ରେ ସମସ୍ତ ବିଘ୍ନ ଦୂର ହୋଇଥାଏ l ହଳଦିଆ ରଙ୍ଗକୁ ହିନ୍ଦୁ ଧର୍ମରେ ଖୁବ ଶୁଭ ଭାବରେ ଗ୍ରହଣ କରାଯାଇ ଥାଏ l
କାହିଁକି ହିନ୍ଦୁ ଧର୍ମରେ ପବିତ୍ର ଭାବରେ ଗ୍ରହଣ କରାଯାଇ ଥାଏ –
– ହିନ୍ଦୁ ଧର୍ମରେ ହଳଦିଆ ରଙ୍ଗକୁ ଶୁଭ ବୋଲି କୁହାଯାଇ ଥାଏ l
– ହଳଦିଆ ରଙ୍ଗ ଶୁଦ୍ଧ ସାତ୍ଵିକ ର ପ୍ରତୀକ ଅଟେ l
– କୁହାଯାଏ ଯେ ହଳଦିଆ ରଙ୍ଗ ବୃହସ୍ପତିଙ୍କ ପ୍ରତୀକ ଅଟେ l
– ତେଣୁ ସରସ୍ବତୀ ପୂଜାରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବାର ମହତ୍ୱ ରହିଥାଏ l
– ବସନ୍ତ ପଞ୍ଚମୀ ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ଥାଆନ୍ତି l ସୂର୍ଯ୍ୟଙ୍କ କିରଣ ଦ୍ୱାରା ପୃଥିବୀ ହଳଦିଆ ହୋଇ ଯାଇଥାଏ l
– ଏହିଦିନ ମା ସରସ୍ବତୀଙ୍କ ନିକଟରେ ହଳଦିଆ ପୁଷ୍ପ ଅର୍ପଣ କରାଯାଇ ଥାଏ l ହଳଦିଆ ବସ୍ତ୍ର ଓ ହଳଦିଆ ପ୍ରସାଦ ମଧ୍ୟ ଅର୍ପଣ କରାଯାଏ l
ଏହିସବୁ ହଳଦିଆ ଜିନିଷ ଅର୍ପଣ କରି ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ କରନ୍ତୁ ସନ୍ତୁଷ୍ଟ -:
– ଚଳିତ ଥର ଶ୍ରୀ ପଞ୍ଚମୀ ଦିନ ମାତା ସରସ୍ବତୀ ଓ ଲକ୍ଷ୍ମୀଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରିବା ଦ୍ୱାରା ଜୀବନ ରୁ କ୍ଳେଶ ଦୂର ହୋଇଥାଏ l
– ହଳଦିଆ ପୁଷ୍ପ ଅର୍ପଣ କରିବା ଦ୍ୱାରା ଜୀବନ ରେ ସମୃଦ୍ଧି ଲାଭ ହୋଇଥାଏ l
– ହଳଦିଆ ରଙ୍ଗର ଫଳ ଅର୍ପଣ କରିବା ଦ୍ୱାରା ଧନ ଓ ଯଶଲାଭ ହୋଇଥାଏ l
– ଆଜିର ଦିନରେ ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ହଳଦିଆ କଉଡ଼ି ଓ ହଳଦୀ ଲାଗ ଯାଇଥିବା ଗୁଆ ଅର୍ପଣ କଲେ ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ l
– ଯଦି ଆପଣ ଆଜିର ଦିନରେ ଦୁବ ସହିତ ବରକୋଳି ପତ୍ର ହଳଦିଆ ସୂତାରେ ବାନ୍ଧି ସରସ୍ବତୀଙ୍କ ନିକଟରେ ଅର୍ପଣ କରିବେ ତେବେ ପରିବାର ରେ ସୁଖ ସମୃଦ୍ଧି ସର୍ବଦା ବିରାଜମାନ କରିବ l
