Odisha news

ମଦୁରାଇର ମିନାକ୍ଷୀ ଦେବୀଙ୍କର କଣ ରହିଛି ୩ଟି ସ୍ତନର ରହସ୍ୟ

0

ମା ମିନାକ୍ଷୀ ଦେବୀଙ୍କ ର ଗୋଟିଏ ଭବ୍ୟ ମନ୍ଦିର ତାମିଲନାଡୁ ର ମଦୁରାଇ ସହରରେ ଅବସ୍ଥିତ l ଏହା ଭାରତର ଗୋଟିଏ ପ୍ରାଚୀନ ମନ୍ଦିର ଅଟେ l ଏହି ମନ୍ଦିରର ଗର୍ଭ ଗୃହ ୩୫୦୦ ବର୍ଷରୁ ଅଧିକ ପୁରୁଣା ବୋଲି ମାନ୍ୟତା ରହିଛି l ଏବଂ ଏହି ମନ୍ଦିର ଭାରତ ବର୍ଷର ଗୋଟିଏ ଧନୀ ମନ୍ଦିର ବୋଲି କୁହାଯାଇଥାଏ l ହିନ୍ଦୁ ପୌରାଣିକ ଗ୍ରନ୍ଥ ଅନୁସାରେ  ଭଗବାନ ଶିବ ସୁନ୍ଦରେଶ୍ୱର ରୂପରେ ନିଜର ଗଣଙ୍କ ସହିତ ପାଣ୍ଡ୍ୟ ରାଜା ମଳୟଧ୍ବଜ ଙ୍କ କନ୍ୟା ରାଜକୁମାରୀ ମିନାକ୍ଷୀ ଙ୍କୁ ବିବାହ କରିବା ପାଇଁ ମଦୁରାଇ ଆସିଥିଲେ l କାହିଁକି ନା ମିନାକ୍ଷୀ ଦେବୀ ମା ପାର୍ବତୀ ଙ୍କ ରୂପ ଅଟନ୍ତି l

ଏହି  ମନ୍ଦିର କୁ ଦେବୀ ପାର୍ବତୀ ଙ୍କ ଗୋଟିଏ ସ୍ଥାନ ମଧ୍ୟରୁ ଗୋଟିଏ ସ୍ଥାନ ବୋଲି ଗଣନା କରାଯାଇ ଥାଏ l ଦେବୀ ପାର୍ବତୀ ପାଣ୍ଡ୍ୟ ରାଜା ମଳୟଧ୍ବଜ ଙ୍କର ଘୋର ତପସ୍ୟା କାରଣରୁ ତାଙ୍କ ଘରେ ମା ଗୋଟିଏ କନ୍ୟା ରୂପରେ ଅବତାର ନେଇ ଜନ୍ମ ନେଇଥିଲେ l ମଦୁରାଇ ର ମିନାକ୍ଷୀ ମନ୍ଦିର ର ସ୍ଥାପତ୍ୟ ଏବଂ ବାସ୍ତୁ କଳା ଖୁବ ରୋଚକ ଅଟେ l ଯେଉଁ କାରଣରୁ ଏହି ମନ୍ଦିର କୁ ବିଶ୍ୱର ୭ଟି ଆଶ୍ଚର୍ଯ୍ୟ କର ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ଗଣନା କରାଯାଇଛି l ଏହି ମନ୍ଦିର ମୀନ ଆକ୍ଷି ବା ମାଛ ଆକ୍ଷି ଆକୃତିର ଦେବୀ ଙ୍କୁ ସମର୍ପିତ ଅଟେ l ମାଛ ପାଣ୍ଡ୍ୟ ରାଜାଙ୍କ ରାଜ ଚିହ୍ନ ଅଟେ l

ମା ମିନାକ୍ଷୀ ଦେବୀଙ୍କ ର ମୀନ ସମାନ ଚକ୍ଷୁ ହେବା ସହିତ ମା ୩ ସ୍ତନ ବିଶିଷ୍ଟ ଥିଲେ l ନିଜ କନ୍ୟାଙ୍କ ୩ଟି ସ୍ତନ ଦେଖି ରାଜା ଓ ରାଣୀ ଖୁବ ଚିନ୍ତିତ ହୋଇଯାଇ ଥିଲେ l ରାଜା ଅତି ଦୁଃଖରେ ଭଗବାନ ଙ୍କୁ ପ୍ରାର୍ଥନା କରିଥିଲେ, ଏବଂ ଏହାପରେ ଭଗବାନ ଶିବ ରାଜା ଙ୍କୁ ଦର୍ଶନ ଦେଇ କହିଥିଲେ ଯେତେବେଳେ ତୁମକୁ ତୁମ କନ୍ୟା ଙ୍କ ପାଇଁ ଯୋଗ୍ୟ ବରପାତ୍ର ମିଳିଯିବ, ସେତେବେଳେ ଏହି ତୃତୀୟ ସ୍ତନ ସ୍ୱୟଂ ଲୀନ ହୋଇଯିବ l ଏହାଛଡା ଭଗବାନ ଶିବ କହିଥିଲେ ରାଜକନ୍ୟା ଖୁବ ସାହସୀ ଅଟନ୍ତି ଏବଂ ରାଜ୍ୟ ଶାସନ କରିବେ l

ସାହସୀ ମିନାକ୍ଷୀ ଦେବୀ ସମଗ୍ର ସଂସାର ଉପରେ ଶାସନ କରିବାକୁ ଇଚ୍ଛା କରୁଥିଲେ –
ମିନାକ୍ଷୀ ଦେବୀ ଖୁବ ସାହସୀ ଥିଲେ , ଯେଉଁ କାରଣରୁ ସେ ସମଗ୍ର ସଂସାର ରେ ଶାସନ କରିବାକୁ ଚାହୁଁଥିଲେ l ନିଜର ଉଦେଶ୍ୟକୁ ପୁରା କରିବା ପାଇଁ ସେ ଅନେକ ରାଜାଙ୍କୁ ପରାଜିତ କରିଥିଲେ l କେବଳ ରାଜା ନୁହନ୍ତି ଅନେକ ଦେବତାଙ୍କୁ ମଧ୍ୟ ପରାଜିତ କରିଥିଲେ l ନିଜ ବିଜୟ ରଥ ଉପରେ ସବାର ହୋଇ ମିନାକ୍ଷୀ ଦେବୀ ଏକଦା ଗୋଟିଏ ବଣରେ ପହଁଚିଲେ l ଯେଉଁଠାରେ ତାଙ୍କୁ ଜଣେ ଯୁବ ସନ୍ୟାସୀ ମିଳିଲେ l ଏହାପରେ ତାଙ୍କର ତୃତୀୟ ସ୍ତନ ସେହିଠାରେ ଲୀନ ହୋଇଗଲା l ମହାଦେବ ଙ୍କ କଥା ଅନୁସାରେ ସେହିଁ ଥିଲେ ମା ମିନାକ୍ଷୀ ଦେବୀଙ୍କ ପାଇଁ ଯୋଗ୍ୟ ବର l ଏହି ସନ୍ୟାସୀ ଆଉ କେହି ନୁହେଁ ସେ ହିଁ ସ୍ୱୟଂ ମହାଦେବ ଥିଲେ l ଏହି ସନ୍ୟାସୀଙ୍କ ନାମ ଥିଲା ସୁନ୍ଦରେଶ୍ଵର l ଏହାପରେ ମା ମିନାକ୍ଷୀ ପୂର୍ବର ସମସ୍ତ ଘଟଣାକୁ ସ୍ମରଣ କରିଥିଲେ ଓ ମହାଦେବଙ୍କୁ ଚିହ୍ନି ପାରିଥିଲେ l ଏବଂ ମହାଦେବ ଙ୍କ ସହିତ ମିନାକ୍ଷୀ ଦେବୀ ଙ୍କ ବିବାହ କାର୍ଯ୍ୟ ହୋଇଥିଲା l

Ad2
Leave A Reply