Odisha news

ନବରାତ୍ରୀ ର ଅଷ୍ଟମ ଦିନରେ ମା ମହାଗୌରୀଙ୍କୁ ପୂଜା କଲେ ହୋଇଥାଏ ସମସ୍ତ ମନସ୍କାମନା ପୂର୍ଣ୍ଣ

ନବରାତ୍ରୀ ର ଅଷ୍ଟମ ଦିନରେ ମା ମହାଗୌରୀ ଙ୍କୁ ପୂଜା କରାଯାଏ । ମା ଗୌରୀ ଶିବଙ୍କୁ ପ୍ରାପ୍ତ କରିବା ପାଇଁ କଠୋର ତପସ୍ୟା କରିଥିଲେ । ଯେଉଁ କାରଣରୁ ତାଙ୍କ ଶରୀର କଳା ପଡ଼ି ଯାଇଥିଲା । ଯେତେବେଳେ ମହାଦେବ ତାଙ୍କୁ ଦର୍ଶନ ଦେଲେ ମା ଙ୍କ ଶରୀର ଶ୍ୟାମଳ ରଙ୍ଗରୁ ଗୌର ରଙ୍ଗ ହୋଇଥିଲା । ଯାହାଦ୍ଵାରା ଚତୁର୍ଦ୍ଦିଗ ଆଲୋକିତ ହୋଇ ଯାଇଥିଲା । ତେଣୁ ମାଙ୍କ ର ଏହି ରୂପକୁ ମହାଗୌରି କୁହାଯାଏ ।
ପୌରାଣିକ ମାନ୍ୟତା ଅନୁସାରେ ମାତା ସୀତା ମଧ୍ୟ ରାମଚନ୍ଦ୍ର ଙ୍କୁ ଲାଭ କରିବା ପାଇଁ ମା ଗୌରୀ ଙ୍କୁ ତପସ୍ୟା କରିଥିଲେ ।
* ବିବାହ ସମ୍ବନ୍ଧୀୟ ସମସ୍ୟା ପାଇଁ ମା ଗୌରୀ ଙ୍କୁ ପୂଜା କରାଯିବା ଖୁବ୍ ଫଳାଦୟୀ । ମହାଷ୍ଟମୀ ଦିନ ମାଙ୍କ ନିକଟରେ ବ୍ରତ କରିବା ଦ୍ୱାରା ସମସ୍ତ ବ୍ୟାଧି ଦୁର ହୋଇଥାଏ ।
* ମା ମହାଗୌରୀଙ୍କୁ ଧଳା ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରାଯାଏ । ଆପଣ ଏହିଦିନ ମାଙ୍କ ନିକଟରେ ଗୁଆ ବସାଇ ବ୍ରତ ମଧ୍ୟ ରଖି ପାରିବେ ।
* ମାଙ୍କ ନିକଟରେ ହଳଦିଆ ରଙ୍ଗର ଫୁଲ ସହିତ ଧଳା ଫୁଲ ମଧ୍ୟ ଅର୍ପଣ କରାଯାଇଥାଏ ।
* ଅଷ୍ଟମୀ ତିଥିରେ କନ୍ୟା ମାନଙ୍କୁ ଭୋଜନ ଦିଆ ଯାଇଥାଏ ଓ ଏହିଦିନ ବିଶେଷ ଭାବରେ ଘରର ସୁଖ ଓ ସମୃଦ୍ଧି ପାଇଁ ମଧ୍ୟ କନ୍ୟା ମାନଙ୍କୁ ପୂଜା କରାଯାଏ ।
* ମା ଗୌରୀ ଙ୍କୁ ଏହିଦିନ ବିଶେଷ ଭାବରେ ଦୁଗ୍ଧ ରେ ରୂପା ମୁଦ୍ରା ଅର୍ପଣ କରାଯାଇଥାଏ । ଏହାପରେ ଏହି ମୁଦ୍ରାକୁ ନିଜ ପାଖରେ ରଖିବା ଦ୍ଵାରା ଆର୍ଥିକ ଅନାଟନ ଦୁର ହୁଏ ।
* ମହାଷ୍ଟମୀ ଦିନ ମାଙ୍କ ନିକଟରେ ଆପଣ ଯେ କୌଣସି ମନ ସ୍କମାନା ରଖି ଯଦି ଉପାସନା କରିବେ , ତାହା ନିଶ୍ଚିନ୍ତ ପୂରଣ ହେବ । ମା ଗୌରୀ ସର୍ବ ଇଚ୍ଛା ପୂରଣ କାରୀ ।
Shares