Odisha news

ଯଦି ଘରେ ଲକ୍ଷ୍ମୀ ଙ୍କ ଅଖଣ୍ଡ ବାସ ଚାହୁଁଛନ୍ତି ତେବେ ନିୟମିତ କରନ୍ତୁ ଏହି ଉପାୟ

0
ଧନ ର ଦେବୀ ମା ଲକ୍ଷ୍ମୀ ଙ୍କ ଗୁରୁତ୍ଵ ସମସ୍ତ ହିନ୍ଦୁ ପରିବାର ରେ ରହିଥାଏ । ତେଣୁ ମାଆ ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ଆମେ ମଧ୍ୟ ଅନେକ ଉପାୟ କରି ଥାଉ । ଯାହା ଦ୍ଵାରା ଆମେ ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ବିଭିନ୍ନ ବ୍ରତ କରିବା ସହିତ ନିୟମିତ ପୂଜା କରିଥାଉ ।
ମା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉପାୟ :-
* ଧନ ପ୍ରାପ୍ତି ପାଇଁ – ଧନ ପ୍ରାପ୍ତି କରିବା ପାଇଁ ପ୍ରତି ଦିନ ଗୋଟିଏ ଲୁହା ପାତ୍ର ଆଣନ୍ତୁ । ସେଥିରେ ଜଳ, ଚିନି, ଦୁଗ୍ଧ ଓ ଘିଅ ମିଶାଇ ରଖନ୍ତୁ । ଏହାପରେ ତାକୁ ଓସ୍ତ ଗଛ ମୂଳ ରେ ଢାଳି ଦିଅନ୍ତୁ । ଏହାଦ୍ବାରା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ ।
* ବ୍ୟବସାୟ ରେ ଉନ୍ନତି ପାଇଁ-
ପ୍ରତିଦିନ ଶିବ ଲିଙ୍ଗ ରେ ଦୁଗ୍ଧ ଅର୍ପଣ କରନ୍ତୁ । ଏହାପରେ ରୁଦ୍ରାକ୍ଷ ଦ୍ଵାରା ଓଁ ସ୍ଵମେଶ୍ୱରୟ ନମଃ ମନ୍ତ୍ର କୁ ୧୦୮ ଥର ପାଠ କରନ୍ତୁ । ଏହାପରେ ସମସ୍ତ ପୂର୍ଣ୍ଣିମା ରେ ଜଳ ରେ ଦୁଗ୍ଧ ମିଶାଇ ଚନ୍ଦ୍ରମା ଙ୍କୁ ଅର୍ଘ୍ୟ ଦେବା ଦ୍ଵାରା ଜୀବନ ରୁ ସକ୍ତଟ ଦୂର ହୋଇଥାଏ ।
* ଅସାଧ୍ୟ ରୋଗରୁ ଦୂରେଇ ରହିବା ପାଇଁ :- ପ୍ରତି ଶନିବାର ଦିନ କଞ୍ଚା ଦୁଗ୍ଧ ରେ ମହୁ ମିଶାଇ ଶିବ ଲିଙ୍ଗ ରେ ଅର୍ପଣ କରିବା ଦ୍ୱାରା ଅସାଧ୍ୟ ରୋଗ ରୁ ମୁକ୍ତି ମିଳିଥାଏ ଓ ତା ସହିତ ‘ ଓଁ ଜୁଁ ସ ନମଃ ମନ୍ତ୍ର ପାଠ କରନ୍ତୁ ।
* ଭାଗ୍ୟ ଉଦୟ ପାଇଁ -: ଯେତେ ପରିଶ୍ରମ କରିବା ଦ୍ୱାରା ଜୀବନରେ ଯଦି ଭଲ ଫଳ ପ୍ରାପ୍ତ ହେଉ ନାହିଁ ତେବେ ଭାଗ୍ୟ ର ବିକାସ ପାଇଁ ମା ଲକ୍ଷ୍ମୀ ଙ୍କ ନିକଟରେ ପ୍ରତି ଦିନ ହଳଦୀ ପକା ଖେଚୁଡ଼ି ଭୋଗ ଲଗାନ୍ତୁ ଓ ତାହାକୁ ନେଇ ଗାଈକୁ ଖାଇ ବାକୁ ଦିଅନ୍ତୁ ।
Nalco
Leave A Reply