Odisha news

ମା କାଳୀଙ୍କ ଅପମାନକୁ ନେଇ ହିନ୍ଦୁ ମାନଙ୍କ ସମର୍ଥନ ଆସିଲା : ରୁଷ ଓ UN ୟୁକ୍ରେନ ର ଏହିଭଳି କାର୍ଯ୍ୟ କୁ କରିଛି ନିନ୍ଦା

0

ନିକଟରେ ୟୁକ୍ରେନ ର ରକ୍ଷା ମନ୍ତ୍ରଣାଳୟ ନିଜର ଅଧିକାରିକ ଟୁଇଟର ହ୍ୟାଣ୍ଡେଲ ରେ ମା କାଳୀଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରିଥିଲା l  ଯାହାକୁ ଦେଖି ହିନ୍ଦୁ ଧର୍ମାବଲମ୍ବୀ ମାନେ ୟୁକ୍ରେନିଆନ ଅଧିକାରୀ ମାନଙ୍କୁ ଟୁଇଟର ରେ ଖୁବ ହଂଗାମା ହୋଇଥିଲା l ଏହାପରେ ଏହି ଆପତ୍ତିଜନକ ଫଟୋକୁ ହଟାଇ ଦିଆଗଲା ଓ ୟୁକ୍ରେନ ମଧ୍ୟ କ୍ଷମା ମାଗିଥିଲl l ବର୍ତମାନ ଏହି ମାମଲାରେ ରୁଷ ମଧ୍ୟ ୟୁକ୍ରେନ କୁ  ଶୁଣାଇଥିଲା l ସଂଯୁକ୍ତ ରାଷ୍ଟ୍ର ରେ ରୁଷ ର ପ୍ରତିନିଧି ଡ଼ିମିତ୍ରୀ ପୁଲିଂସ୍କି ଭାରତର ସମର୍ଥନ ରେ କହିଥିଲେ ୟୁକ୍ରେନ ସରକାର କାହାର ଆସ୍ଥା କୁ ଖାତିର ନକରୀ , ସିଏ ହିନ୍ଦୁ ହେଉ କି, ମୁସଲିମ ହେଉ କିମ୍ବା ଇସ୍ହାଇ l  ୟୁକ୍ରେନ ସୈନିକ କୋରାନ ଜଳାଉଛନ୍ତି, ମା କାଳୀଙ୍କ ମଜାକ ଉଡାଉଛନ୍ତି ଓ ଅର୍ଥଡ଼କ୍ସ ଖ୍ରୀଷ୍ଟିଆନ ଙ୍କ ପବିତ୍ର ସ୍ଥଳ କୁ ନଷ୍ଟ କରୁଛନ୍ତି l  ପୋଲିନସ୍କି କହିଛନ୍ତି ଯେ ସେମାନେ କେବଳ ନାଜି ବିଚାରଧାରା କୁ ମାନୁଛନ୍ତି l ସେମାନେ ଏହା ଭାବୁଛନ୍ତି ଯେ ୟୁକ୍ରେନ ସବୁଠୁ ଊର୍ଧ୍ୱରେ l

ୟୁକ୍ରେନ ସରକାର କ୍ଷମା ମାଗନ୍ତୁ –
ଏହା ପୂର୍ବରୁ ୟୁକ୍ରେନ ସରକାର କ୍ଷମା ମାଗି କହିଥିଲେ ଯେ ‘ଆମେ ଓ ଆମର ରକ୍ଷା ମନ୍ତ୍ରଣାଳୟ ମା କାଳୀ ଙ୍କୁ ଭୁଲ ଭାବରେ ଦେଖାଇବାକୁ ନେଇ ଲଜିତ ଅନୁଭବ କରୁଛୁ l  ୟୁକ୍ରେନ ଓ ୟୁକ୍ରେନ ର ଲୋକ ଭାରତୀୟ ସଂସ୍କୃତି ର ସମ୍ମାନ କରନ୍ତି l ଏବଂ ତାଙ୍କର ପ୍ରଶଂସା କରନ୍ତି l

ସମ୍ପୂର୍ଣ ଘଟଣାଟି ଏହିପରି ରହିଥିଲା, ଅପ୍ରେଲ ୩୦ ତାରିଖ ରେ ୟୁକ୍ରେନ ର ରକ୍ଷା ମନ୍ତ୍ରଣାଳୟ ର ଅଫିସିଆଲ ଟୁଇଟର ହାଣ୍ଡେଲ ରେ ଗୋଟିଏ ଟୁଇଟ ରେ ଦୁଇଟି ଫଟୋ ସେୟାର କରାଯାଇ ଥିଲା l ଯେଉଁଥିରେ ଗୋଟିଏ ବିସ୍ଫୋଟ ପରେ ଉଠୁଥିବା ଧୂଆଁ କୁ ମା କାଳୀ ଭାବରେ ପ୍ରଦର୍ଶିତ କରାଯାଇ ଥିଲା l ଟୁଇଟର ରେ ଏହାକୁ ଅନେକ ଲୋକ ଦେଖି ଏହାକୁ ମାକାଳୀ ଙ୍କ ଅପମାନ ବୋଲି କହିଥିଲେ l ଏବଂ ଅନେକ ଲୋକ ଏହାକୁ ନେଇ ଏଲନ ମସ୍କ ଙ୍କୁ ୟୁକ୍ରେନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ l

Leave A Reply