Odisha news

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠରେ ପୁଣି ୮୧ବର୍ଷପରେ ମହା ଯଜ୍ଞ

0
ଛତ୍ରପୁର ,  ୧୧।୧ :   ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା ଶ୍ରୀ ରାମଚଣ୍ଡୀ ମନ୍ଦୀର ଗଞ୍ଜାମ ବ୍ଲକ କରପଡ଼ା ପଞ୍ଚାୟତ  ନୀଳାଦ୍ରି ପୁର ପାହାଡ଼ ଉପରେ ରହିଛି, ଏହି ପୀଠର ମାହାତ୍ମ୍ୟ ଯେ ରେ ସପ୍ତଶତୀ ଚଣ୍ଡୀ ରେ ବର୍ଣ୍ଣିତ ତ୍ରି ଶକ୍ତି ମହା କାଳୀ, ସରସ୍ଵତୀ ଓ ମହାଲକ୍ଷ୍ମୀ ରାମଚଣ୍ଡୀ ରୂପେ ପୂଜା ପାଉଛନ୍ତି, ଏ ଭଳି ତ୍ରୀ ଶକ୍ତି ମା ବୈଷ୍ଠବୀ ଠାରେ ଥିବା ଜଣାଯାଏ, ଜନ ଶ୍ରୁତି ଅନୁଯାୟୀ ପ୍ରଭୁ ଶ୍ରୀ ରାମଚନ୍ଦ୍ର  ବନବାସ ସମୟରେ ଦଣ୍ଡକାରଣ୍ୟ ଯିବା ସମ ୟରେ ପବିତ୍ର ଋଷିକୁଲ୍ୟା ନଦୀ ତଟ ପାହାଡ଼ରେ ମା ଙ୍କୁ ପୁଜା କରଥିଲେ, ମା ଶ୍ରୀ ରାମଚନ୍ଦ୍ର ଙ୍କ ଦ୍ଵାରା ପୂଜିତ ଦେବୀ ଅଟ ନ୍ତି, ଲତା ବୃକ୍ଷ ମଧରେ ପୂଜିତ ମାଆଙ୍କ ବିଜେସ୍ଥଳୀରେ ବିପୁଳୀଙ୍ଗି ଗ୍ରାମର ସ୍ବର୍ଗତ ଜମିଦାର ନିତ୍ୟାନନ୍ଦ ପଣ୍ଡା ତାଙ୍କର ଇଷ୍ଟ ଦେବୀଙ୍କ ପାଇଁ ମନ୍ଦିର ନିର୍ମାଣ କରିବା ସହ ଶାରଦୀୟ ନବରାତ୍ର ପୂଜା ଆରମ୍ଭ କରି ଥିଲେ, ତାଙ୍କର ବଂଶଧର ବର୍ତ୍ତମାନ ଏହି କାର୍ଯ୍ୟ କରୁଛନ୍ତି, ମନ୍ଦିର ର ପ୍ରତିଷ୍ଠା ଉତ୍ସବ ୧୯୪୨ ମସିହାରେ ଦିବ୍ୟସିଂହ ପୁର ଶାସନ ର ସ୍ବର୍ଗତ ବିଦ୍ୱାନ୍ ପଣ୍ଡିତ ତଥା ପୁରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବ୍ୟାକରଣ ଆଚାର୍ଯ୍ୟ ଶ୍ରୀ ବନମାଳୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଓ ନିତ୍ୟାନନ୍ଦ ପଣ୍ଡା ଙ୍କ ପୌରହିତ୍ୟରେ ମହା ଯଜ୍ଞ ଅନୁଷ୍ଠିତ ହୋଇଥିଲା, ପୁଣି ୮୧ବର୍ଷ ପରେ ମନ୍ଦିର କମିଟି, ମନ୍ଦିର ଟ୍ରଷ୍ଟ ଙ୍କ ଉଦ୍ୟମ  ଓ ବଦାନ୍ୟ ଶ୍ରଦ୍ଧାଳୁ ଭକ୍ତ ଙ୍କ ଆର୍ଥିକ ସହାୟତା ରେ ଗତ ୨୦୧୮ ମସିହାରୁ ମନ୍ଦିର ର ପୁନଃ ନିର୍ମାଣ କାର୍ଯ୍ୟ ହୋଇଛି,ଏହି ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଆସନ୍ତା ଫେବୃଆରୀ ୮ ତାରିଖ ରୁ ୧୨ ତାରିଖ ଘୃତ ଯଜ୍ଞ, ନାମ ଯଜ୍ଞ, ଜ୍ଞାନ ଯଜ୍ଞ, ସମେତ ବିଭିନ୍ନ ଯଜ୍ଞ ଅନୁଷ୍ଠିତ ହେବା, ପର୍ଯ୍ୟଟକ ମାନେ ଏହି ମନ୍ଦିର ର ପାର୍ଶ୍ଵ ରେ ଥିବା ପ୍ରାକୃତିକ ଶୋଭା ମନମୁଗ୍ଧକର ପରିବେଶ ଓ ଉପଭୋଗ କରିବା ସହ ମା ଙ୍କ ଆଶ୍ରି ବାଦ ଲାଭ କରିବା ଉଚିତ୍, ସରକାରଙ୍କ ଅନୁଦାନରେ ରାସ୍ତା ସହ ଭିତ୍ତିଭୂମି ର ବିକାଶ ହୋଇ ଛି, ଆହୁରି ଏହି ମନ୍ଦିର ର ଭିତ୍ତିଭୂମିର ବିକାଶପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ରହିଛି  l
Nalco
Leave A Reply