Odisha news

ଆଜି ହେଉଛି ଶ୍ୟାମାକାଳୀ ପୂଜା ଓ ପବିତ୍ର ଦୀପାବଳୀ ଅମାବାସ୍ୟା ଘରର କେଉଁ ସ୍ଥାନରେ କିଭଳି ଦୀପ ଜଳାଇବା ଜରୁରୀ

0

ଅକ୍ଟୋବର ୩୧ ତାରିଖ ଗୁରୁବାର ଦିନ ଶ୍ୟାମାକାଳୀ ପୂଜା ସହିତ ଦୀପ ଦାନ ଉତ୍ସବ ମଧ୍ୟ ପାଳନ କରାଯିବ, ହିନ୍ଦୁ ମାନ୍ୟତା ଅନୁସାରେ ଏହିଦିନ ଶ୍ୟାମାକାଳୀ ପୂଜା ସହିତ ଦୀପାବଳୀ ପାଳନ କରିବା ଦ୍ୱାରା ଜୀବନର ଅନେକ କଷ୍ଟ ଦୂର ହୋଇଥାଏ l

ଏହିଦିନ ପୂଜାରେ ଉଭୟ ଘିଅ ଓ ତେଲ ଦୀପ ଜଳାଇବାର ମହତ୍ୱ ରହିଛି , ଆଜିର ଦିନରେ ଉଭୟ ଘିଅ ଓ ତେଲ ଦୀପ ର ବ୍ୟବହାର ହୋଇଥାଏ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଘରର ଇଷ୍ଟ ଦେବଦେବୀ ଙ୍କ ନିକଟରେ ଘିଅ ଦୀପ ଅର୍ପଣ କରାଯାଇ ଥାଏ l

ଆଜିର ଦିନରେ ଘରର ଅନ୍ୟ ସ୍ଥାନରେ ତେଲ ଦୀପ ଜଳାଇ ରଖାଯାଏ l ଏହାଦ୍ୱାରା ଶନି ଙ୍କ ଅଶୁଭ ପ୍ରଭାବ କମ ହୋଇଥାଏ l ଆଜି ଘିଅ , ରାଶି ତେଲ ଓ ସୋରିଷ ଟେଲର ଦୀପ ଘରର ବିଭିନ୍ନ ସ୍ଥାନରେ ଅର୍ପଣ କରାଯାଏ l ଯଦି ଆମେ ଅଳସି ତେଲ ର ଦୀପ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରିଥାଉ ତେବେ ଲକ୍ଷ୍ମୀ କୃପା ଲାଭ କରିଥାଉ l ଏବଂ ଜାତକ ରେ ରlହୁ ଓ କେତୁ ଙ୍କ ପ୍ରଭାବ ହ୍ରାସ ହୋଇଥାଏ l

ଦୀପାବଳୀ ରେ ଘରେ ଅତି କମ ରେ ୧୩ ଟି ଦୀପ ନିହାତି ଜଳାଇ ରଖନ୍ତୁ , ଏଥିରୁ ଅଧିକ ଓ କମ ମଧ୍ୟ ରଖି ପାରିବେ l ଏବଂ ଦୀପ ର ମୁଖ ସର୍ବଦା ପୂର୍ବ ଦିଗକୁ ହେବା ଜରୁରୀ l ଏହାଦ୍ୱାରା ଆଶୀର୍ବାଦ ଲାଭ ହୋଇଥାଏ l

ଦୀପାବଳୀ ଦିନ ତୁଳସୀ ଓ ଓସ୍ତ ବୃକ୍ଷ ନିକଟରେ ନିହାତି ଦୀପ ଦାନ କରନ୍ତୁ l ଏହାଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l ସୂର୍ଯ୍ୟାସ୍ତ ପୂର୍ବରୁ ଏହି ଦୁଇ ସ୍ଥାନରେ ଦୀପ ଜଳାଇବା ଜରୁରୀ l ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଦୀପାବଳୀ ଅମାବାସ୍ୟା  ରେ ଘରର ଠାକୁରଙ୍କ ନିକଟରେ ମହୁଆ ତେଲ ର ଦୀପ ନିହାତି ଜଳାନ୍ତୁ l ଏହାଛଡା ସମ୍ପର୍କ ମଧ୍ୟ ମଧୁର ହୋଇଥାଏ l

Leave A Reply