Odisha news

ପିସିସି ସଭାପତି ପରିବର୍ତନ ମନ୍ତବ୍ୟକୁ ବିଧାୟକ ସୁର ରାଉତରାୟଙ୍କ ଖଣ୍ଡନ

0

ଭୁବନେଶ୍ୱର,୧୩ ଜୁଲାଇ – ପିସିସି ସଭାପତି ପରିବର୍ତନ ହେବା ନେଇ ଗତକାଲି ଗଣମାଧ୍ୟମରେ ବୟାନ ଦେଇଥିବା କଂଗ୍ରେସର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଏହାକୁ ଖଣ୍ଡନ କରିଛନ୍ତି । ଏଭଳି କଥା କୌଣସି ଗଣମାଧ୍ୟମକୁ କହିନାହାଁନ୍ତି ବୋଲି ସୋମବାର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି । ଗତକାଲି ଗୁଜୁରାଟରେ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ନିଯୁକ୍ତି ହେଲାପରେ ରାଜ୍ୟ କଂଗ୍ରେସରେ ସେହିପରି କିଛି ପରିବର୍ତନ ହେବାର ଆଶଙ୍କା ଅଛି କି ନାହିଁ ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି କି ରାଜ୍ୟରେ ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ଚିରଞ୍ଜିବ ବିଶ୍ୱାଳ ଏବଂ ପ୍ରଦୀପ ମାଝୀ ଥିଲାବେଳେ ଗୋଟିଏ କାର୍ଯ୍ୟକାରୀ ସଭପତି ପଦ ଖାଲି ପଡ଼ିଛି । ଏହି ଖାଲି ପଡ଼ିଥିବା କାର୍ଯ୍ୟକାରୀ ସଭାପତି ପଦ ପାଇଁ ଏକ ଯୁବ ନେତାଙ୍କୁ ଦାୟିତ୍ୱ ଦେବା ଉଚିତ୍ । ସଭାପତି ଦୌଡ଼ରେ ୧୩ଜଣ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ଅମର ପ୍ରଧାନ, ମହମ୍ମଦ ମୋକିମ, ରଞ୍ଜିବ ବିଶ୍ୱାଳ, ବିଶ୍ୱ ମହାନ୍ତି, ତାରାପ୍ରସାଦ ବାହିନୀପତି, ଭକ୍ତ ଦାସ, ବିଜୟଲକ୍ଷ୍ମୀ ସାହୁ ଅଛନ୍ତି । କିନ୍ତୁ ଅଖିଳ ଭାରତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଯାହାକୁ ଦାୟିତ୍ୱ ଦେବେ ସିଏ ଯୁବକ ହେଉ, ଛାତ୍ର ହେଉ, ମହିଳା ହେଉ, ଆଦିବାସୀ ହେଉ କି ହରିଜନ ହେଉ, ସଂଖ୍ୟାଲଘୁ ସଂପ୍ରଦାୟର ହେଉ ଯିଏବି ହେଉ ତାକୁ ଆମ୍ଭେ ମାନିବୁ ବୋଲି କହିଥିଲିି ।

Nalco
Leave A Reply