ଆଜି ଲାଗୁଚି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ : ଭୁଲରେ ସୁଦ୍ଧା ତୁଳସୀ ସହିତ ଯୋଡି ହୋଇଥିବା ଏହି ସବୁ ଭୁଲ କୁ କରନ୍ତୁ ନାହିଁ
ଚନ୍ଦ୍ର ଗ୍ରହଣ ହେଉ କିମ୍ବା ସୂର୍ଯ୍ୟ ପରାଗ ହେଉ ଆମେ ଖାଦ୍ୟ ପଦାର୍ଥ ରେ କିଛିଟା ତୁଳସୀ ପତ୍ର ଛିଡି଼ ପକାଇ ଦେଇଥାଉ l ମାନ୍ୟତା ରହିଛି ଯେ ଏହାଦ୍ୱାରା ଖାଦ୍ୟ ପଦାର୍ଥ ରେ ଗ୍ରହଣ ର ପ୍ରଭାବ ପଡି ନଥାଏ l ମଇ ୫ ତାରିଖଦିନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇ ଥାଏ ଏହିଦିନ ତୁଳସୀ ସଂହିତ ଏହିସବୁ ଭୁଲ କୁ କରିବା ଠିକ ନୁହେଁ l କିନ୍ତୁ ଏହା ଭାରକୁ ଦୃଶ୍ୟ ନୁହେଁ l
ମଇ ମାସ ୫ତାରିଖ ଶୁକ୍ରବାର ଦିନ ଲାଗୁଛି ଉପ ଛାୟା ଚନ୍ଦ୍ରଗ୍ରହଣ l ଏହା ହେଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ l ଏହା ଭାରତୀୟ ସମୟ ରାତି ୮ଟା ୪୪ ମିନିଟ ରେ ଆରମ୍ଭ ହେବ ଯେତେବେଳେ ଚନ୍ଦ୍ର ଉପ ଛାୟା ରେ ପ୍ରବେଶ କରିବେ l ରାତି ୧୦ ଟା ୫୨ ମିନିଟ ରେ ଚନ୍ଦ୍ର ସମ୍ପୂର୍ଣ ଉପ ଛାୟା ରେ ପ୍ରବେଶ କରିବ l ଏହି ଚନ୍ଦ୍ର ଗ୍ରହଣ ବିଳମ୍ବିତ ରାତି ୧ଟା ୧ ମିନିଟ ରେ ସମାପ୍ତ ହେବ l ଏହି ଚନ୍ଦ୍ର ଗ୍ରହଣ ଏସିଆ, ଅଷ୍ରେଲିଆ, ଆଫ୍ରିକା, ପ୍ରଶାନ୍ତ ମହାସାଗର ପ୍ରଭୃତି ସ୍ଥାନରେ ଦୃଶ୍ୟ ହେବ l ଏହା ଭାରତରେ ଦୃଶ୍ୟ ହେବ ନାହିଁ l ତଥାପି ଶାସ୍ତ୍ରବିତ ମାନେ ଏହାକୁ ନେଇ ଅନେକ ମତ ଦେଇଛନ୍ତି l
-ଗ୍ରହଣ ସମୟରେ ତୁଳସୀ ଗଛକୁ ସ୍ପର୍ଶ କରିବା ଉଚିତ ନୁହେଁ l ଏହାଦ୍ୱାରା ମହା ବିଘ୍ନ ହୋଇଥାଏ ଓ ସନ୍ତାନ ମାନଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ l
– ଯଦି ଆପଣ ଗ୍ରହଣ ସମୟରେ ଖାଦ୍ୟ ପଦାର୍ଥ ରେ ତୁଳସୀ ପତ୍ର ପକାଇବେ ତେବେ ଏହାକୁ ଗ୍ରହଣ ପୂର୍ବରୁ ଛିଡି଼ ରଖିବା ଜରୁରୀ l
– ଗ୍ରହଣ ସମୟରେ ତୁଳସୀ ବୃକ୍ଷକୁ ଛୁଇଁବା ଦ୍ୱାରା ମା ଲକ୍ଷ୍ମୀ ରୁଷ୍ଟ ହୋଇ ଥାଆନ୍ତି l ଏହାଦ୍ୱାରା ବ୍ୟକ୍ତି ଦୁର୍ଭାଗ୍ୟ ଓ ଦରିଦ୍ରତା ର ଶିକାର ହୋଇଥାଏ l
– ଗ୍ରହଣ ର ଅଶୁଭ ପ୍ରଭାବ ତୁଳସୀର ଔଷଧୀୟ ପ୍ରଭାବ କୁ ନଷ୍ଟ କରିଥାଏ l ତେଣୁ ତୁଳସୀ ଗଛ ଉପରେ ଅଭିର ଲଗାଇବା ଶୁଭ ହୋଇଥାଏ l
– ଗ୍ରହଣ ସମୟରେ ତୁଳସୀ ବୃକ୍ଷକୁ ସେଭଳି ଖାଲିରେ ଚଡ଼ନ୍ତୁ ନାହିଁ, ଏଥିରେ ଗୋଟିଏ ନାଲିକପଡା ବାନ୍ଧି କି ରଖନ୍ତୁ l