ଯଦି ସମ୍ପର୍କରେ ବିଶ୍ୱାସ ଘାତକତା ଆସିଲେ ଓ ସନ୍ଦେହ ଆସିଲେ ଭାବି ନେବେ ଯେ ସେହି ସମ୍ପର୍କର ଅନ୍ତ ଅତ୍ୟନ୍ତ ଭୟଙ୍କର ହେବ l ଏହିଭଳି ଗୋଟିଏ ଭୟଙ୍କର ମାମଲା ସାମ୍ନାକୁ ଆସିଛି l ଘଟଣାଟି ଏହିପରି ପ୍ରେମିକା ଗୋଟିଏ ପ୍ରେମିକା ତାର ପ୍ରେମିକର ଯୌନାଙ୍ଗକୁ ରୋଷେଇଘରେ ଥିବା ଧାରୁଆ ଛୁରୀରେ ସେତେବେଳେ କାଟିଲା ଯେତେବେଳେ ତାର ପ୍ରେମିକ ନିଘୋଡ଼ ନିଦରେ ଶୋଇଥିଲା l ପ୍ରେମିକା ଜଣଙ୍କ ସନ୍ଦେହ କରୁଥିଲେ ଯେ ତାଙ୍କ ପ୍ରେମିକ ଜଣଙ୍କ ତାଙ୍କୁ ଧୋକା ଦେଉଛନ୍ତି l ଯେଉଁ କାରଣରୁ ସେ ଏହିଭଳି ଭୟଙ୍କର ପଦକ୍ଷେପ ଉଠାଇଲା ଓ ନିଜ ପ୍ରେମିକକୁ ସେହିଭଳି ରକ୍ତାତ ଅବସ୍ଥାରେ ଛାଡି ଚାଲିଗଲା l ପ୍ରେମିକା ଜଣଙ୍କ ନିଜ ଅପରାଧକୁ ଗ୍ରହଣ କରିଛନ୍ତି l ପ୍ରେମିକାଙ୍କ ନାମ ହେଉଛି ଫୁଂଗ ଓ ପ୍ରେମିକ ଜଣଙ୍କ ନାମ ହେଉଛି ହୁଅଙ୍ଗ l ଉକ୍ତ ବ୍ୟକ୍ତି ଜଣଙ୍କ ବୟସ ହେଉଛି ୫୨ ବର୍ଷ ଓ ସେ ୩ଟି ସନ୍ତାନର ପିତା ଅଟନ୍ତି l
ବ୍ୟକ୍ତି ଜଣଙ୍କ ମଦ ଓ ଚିକେନ ଖାଇ ଗଭୀର ନିଦ୍ରାରେ ଶୋଇଥିଲେ ,ଗଭୀର ନିଦ୍ରାରେ ଥିବା କାରଣରୁ ସେ ଜାଣିପାରି ନଥିଲେ ତାଙ୍କ ସହିତ କଣ ଘଟିଛି ,କିନ୍ତୁ ଯେତେବେଳେ ତାଙ୍କ ନିଦ ଭାଙ୍ଗିଲା ସେତେବେଳେ ସେ ଜାଣିଲେ ତାଙ୍କ ସହ କଣ ଘଟିଛି l ମିଳିଥିବା ସୂଚନା ଅନୁସାରେ ,ପ୍ରେମିକା ଜଣଙ୍କ କାଟିଥିବା ଯୌନାଙ୍ଗକୁ ପାଇଖାନାରେ ଫିଙ୍ଗି ଦେଇଥିଲେ ,କାହିଁକିନା ତାକୁ ଆଉଥରେ ଯୋଡ଼ା ନଯାଉ ଓ ସେ ଆତ୍ମସମର୍ପଣ କରି ଦେଇଥିଲେ l ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ନିକଟତର ଡାକ୍ତର ଖାନାକୁ ନିଆ ଯାଇଥିଲା l
ରକ୍ତସ୍ରାବକୁ ଅଟକାଇବା ପାଇଁ ଡାକ୍ତରମାନେ ଯଥା ଶୀଘ୍ର ଅପରେସନ କରିଥିଲେ l ଡାକ୍ତରମାନେ ସୂଚନା ଦେଇଥିଲେ ଯେ ୧ .୫ ସେଣ୍ଟିମିଟର ପର୍ଯ୍ୟନ୍ତ ତାଙ୍କର ଯୌନାଙ୍ଗ କଟା ଯାଇଛି l ଡାକ୍ତରଖାନାର ନିର୍ଦେଶକଙ୍କ ଦ୍ୱାରା ସୂଚନା ଦିଆ ଯାଇଥିଲା ଯେ ପୀଡିତ ବ୍ୟକ୍ତି ବର୍ତ୍ତମାନ ବିପଦରୁ ମୁକ୍ତ ଅଛନ୍ତି l ସେ ବର୍ତମାନ ଯନ୍ତ୍ରଣା ଅନୁଭବ କଲେ ମଧ୍ୟ ପାଣି ପିଇବା ସହିତ ସାମାନ୍ୟ ଖାଦ୍ୟ ଖାଇପାରିବେ l
ଏହିଭଳି ଭୟଙ୍କର ମାମଲା ଆମ ପାଇଁ ପ୍ରଥମ ମାମଲା ନୁହେଁ l ଏହା ପୂର୍ବରୁ ଆଉ ଜଣେ ୪୯ ବ୍ୟକ୍ତି ପତ୍ନୀଙ୍କ ପେମିକ ଉପରେ ଏହିଭଳି ଆକ୍ରମଣ କରିଥିଲେ l ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କ ପ୍ରେମିକ ଘର ଭିତରକୁ ପଶି ବନ୍ଧୁକ ମୁନରେ ଚୌକିରେ ବାନ୍ଧି ଯୌନାଙ୍ଗ କାଟିଥିଲେ l
ଆଉ ଗୋଟିଏ ଘଟଣାରେ ଜଣେ ବ୍ୟକ୍ତି ପୋର୍ନ ଦେଖିବା ସମୟରେ ନିଜର ଯୌନାଙ୍ଗକୁ କାଟି ଦେଇଥିଲେ l ଥାଇଲ୍ୟାଣ୍ଡରେ ଜଣେ ବ୍ୟକ୍ତି ଆଡଲ୍ଟ ଚଳଚିତ୍ର ଦେଖୁଥିବା ଥିବା ବେଳେ ନିଜର ଯୌନାଙ୍ଗକୁ କାଟିଥିଲେ l ସେ କହିଥିଲେ ଯେ ପୋର୍ନଚଳଚିତ୍ର ଦେଖି ଉନ୍ମାଦ ଗ୍ରସ୍ତ ହୋଇଯାଇ ଏଭଳି ପଦକ୍ଷେପ ନେଇଥିଲେ l

Comments are closed.