Odisha news

ଗୋଟିଏ ନିଆରା ପ୍ରେମ କାହାଣୀ : କୋଠରୀ ବାହାରେ କରେଣ୍ଟ ରେ ଚାର୍ଜ କରି ୧୦ ବର୍ଷ ଧରି ଯୁବତୀଙ୍କୁ ରଖିଥିଲେ ବନ୍ଦୀ

ନୂଆଦିଲ୍ଲୀ : କଣ ଆପଣ କେହି ବିଶ୍ୱାସ କରି ପାରିବେ ଯେ ଘର ଭିତରେ କେହି ନିଜ ପ୍ରେମିକାଙ୍କୁ ୧୦ ବର୍ଷ ଧରି ଲୁଚାଇ ରଖି ପାରୁଛି l କିନ୍ତୁ ଏହା ଦଶବର୍ଷ ଚାଲିବା ପରେ ସଫଳତା ର ସହିତ ହାପି ଏଣ୍ଡିଙ୍ଗ ହେଲା l କେରଳରେ ରହମାନ ୧୦ ବର୍ଷ ପର୍ଯ୍ୟନ୍ତ ନିଜ ପ୍ରେମିକା ସାଜିତା କୁ ନିଜ ଘରର ଗୋଟିଏ କୋଠରୀରେ ସମସ୍ତଙ୍କ ନଜରରୁ ଲୁଚେଇ ରଖିଥିଲେ l ରହମାନ ଙ୍କ ଭାଇ ବଜିର କହିଛନ୍ତି ଯେ ସେ ମଧ୍ୟ ଏହି କଥାକୁ ଜାଣି ପାରିଲେ ନାହିଁ ଯେ ତାଙ୍କ ଘରେ ଜଣେ ଅଜଣା ମଣିଷ ରହିଛି l

ରେହେମାନ ପେସାରେ ଜଣେ ଇଲେକ୍ଟ୍ରି ସିଆନ ,ତେଣୁ ସେ ନିଜ ସ୍କିଲ ର ଖୁବ ଲାଭ ଉଠାଇ ପାରିଲେ l ଯେଉଁ କୋଠରୀରେ ସାଜିତା ରହୁଥିଲେ ସେହି କୋଠରୀରେ କବାଟରେ ଅଟୋମେଟିକ ଲକ ଫିଟ କରିଥିଲେ l ଯାହାକୁ କେହି ଖୋଲି ପାରିବେ ନାହିଁ l ଇଲେକ୍ଟ୍ରି ତାର ଜରିଆରେ ଏପରି ସିଷ୍ଟମ ଫିଟ କରିଥିଲେ ତା ନିକଟକୁ ଯିବା ଦ୍ୱାରା ଘର ଲୋକଙ୍କୁ ବିଜୁଳି ସକ ଖାଇବାକୁ ପଡୁଥିଲା l ରହମାନ ନିଜ ଘର ଲୋକଙ୍କୁ ଲୁଚାଇବା ପାଇଁ ଅଦ୍ଭୁତ ବ୍ୟବହାର କରୁଥିଲା l ସେ ଅଧିକ ଖାଦ୍ୟ ଖାଇବାକୁ ଆରମ୍ଭ କଲା l ସେ ସେହି ଖାଦ୍ୟକୁ ନିଜ ପରିବାର ସହ  ନଖାଇ ଏକୁଟିଆ ଖାଉଥିଲା ,ଅର୍ଥାତ ସେହି ଖାଦ୍ୟକୁ ସେ ସାଜିତା ସହିତ ବାଣ୍ଟି ଖାଉଥିଲା l

ସାଜିତା ର ଏଣ୍ଟରଟେନମେଣ୍ଟ ପାଇଁ ସେ କେବଳ ଗୋଟିଏ ଇଅର ଫୋନ ଜରିଆରେ ଖାଲି ଟିଭି ଦେଖୁଥିଲା l ସାଜିତା ଝାଡା ପରିସ୍ରା ଯିବା ପାଇଁ ରାତି ସମୟକୁ କେବଳ ବ୍ୟବହାର କରୁଥିଲେ l ତାହା ପୁଣି ସେତେବେଳେ ଯେତେବେଳେ ସମସ୍ତେ ସୋଇ ପଡୁଥିଲେ l ଝିଅ ର ଘର ରାହେନମାନ ଘର ଠାରୁ ମାତ୍ର ୫୦୦ମିଟର ଦୂର ଥିଲା l ଝିଅର ପରିବାର ଲୋକେ ତାକୁ ଦେଖିବାର ସମସ୍ତ ଆଶା ଛାଡି ଦେଇଥିଲେ l ୧୦ ବର୍ଷ ପରେ ରେହେମାନ ନିଜ ପ୍ରେମିକା କୁ ବିବାହ କରିଥିଲେ l

Shares