ଅଜବ ପ୍ରେମର ଗଜବ କାହାଣି : ସମ୍ପର୍କ ବଞ୍ଚାଇବା ପାଇଁ ଉଭୟ ଉଭୟଙ୍କୁ ଲଗାଇଲେ ହାତକଡ଼ି

ନୁଆଦିଲ୍ଲୀ : ୟୁକ୍ରେନର ଜଣେ ଦମ୍ପତି ପ୍ରତେକ ଦିନ ଝଗଡା ହେବା କାରଣରୁ ଅଲଗା ହେବ ପାଇଁ ଚିନ୍ତା କରିଥିଲେ l ୩୩ ବର୍ଷୀୟ ସେଲସମ୍ୟାନ ଆଲେକ ଜେନ୍ଦ୍ର ଓ ୨୮ ବର୍ଷୀୟା ଭିକ୍ଟୋରିଆ କହିଛନ୍ତି ଯେ ସେମାନେ ଉଭୟ ପ୍ରତେକ ସପ୍ତାହରେ ଅଲଗା ହୋଇଥାନ୍ତି ତେଣୁ ସେମାନେ ଥରେ ସ୍ଥିର କଲେ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇ ଯିବେ କିନ୍ତୁ ଅଲଗା ହେବା ପୂର୍ବରୁ ଦୁଇଜଣ ଆଉଥରେ ଶେଷ ମଉକା ଦେବାର ନିଷ୍ପତି କଲେ l
ଭାଲେଟାଇନ୍ସ ଡେ ଦିନ ଉଭୟ ତିନିମାସ ପାଇଁ ନିଜକୁ ହାତକଡ଼ି ବାନ୍ଧି ନେଲେ ,କାହିଁକିନା ସେମାନେ ଯେପରି ଏକା ସହିତ ସମୟ ବିତାଇ ପାରିବେ l ତିନିମାସ ପରେ ସେମାନଙ୍କ ଉପାୟ ଜୀବନରେ ରଙ୍ଗ ଭରିଦେଲା ଓ ବର୍ତମାନ ଦୁଇଜଣ ଏକାଠି ରହୁଛନ୍ତି l ଏହି ଦମ୍ପତି ଜଣଙ୍କ ନିଜ ଉପରେ ବିତିଥିବା ସମସ୍ତ ଘଟଣା ଇନ୍ଷ୍ଟଗ୍ରାମରେ ସେୟାର କରିଛନ୍ତି l ସେମାନେ ନିଜ ଭିତରେ ଝଗଡା ହେବାକୁ ନେଇ ଅଲଗା ହେବାକୁ ଚାହୁଁଥିଲେ l ମହିଳା ଜଣଙ୍କ କହିଛନ୍ତି ମୁଁ ମୋ ସ୍ୱାମୀଙ୍କୁ ଖୁବ ଭଲ ପାଏ ଓ ସେ ମଧ୍ୟ ମତେ ଭଲ ପାଆନ୍ତି l ମୁଁ ଯେତେବେଳେ ବିବାହ ବିଚ୍ଛେଦ ପାଇଁ କହିଲି ମୋ ସ୍ୱାମୀ ମନାକରିଥିଲେ l
ତେଣୁ ଆମେ ତିନିମାସ ପାଇଁ ଏହି ଉପାୟ ବାହାର କଲୁ l ସେ ଯେଉଁ କାମ କରନ୍ତି ମୋ ହାତ ତାଙ୍କ ହାତରେ ଝଞ୍ଜିରରେ ବନ୍ଧା ହୋଇଥିବା କାରଣରୁ ମୁଁ ତାଙ୍କ ପାଖରେ ଠିଆ ହୁଏ l ଯେପରିକି ମୁଁ ଯଦି ରୋଷେଇ ଘରେ ବାସନ ଇତ୍ୟାଦି ମାଜେ ସେ ମଧ୍ୟ ମୋ ପାଖରେ ଠିଆ ହୋଇ ରୁଅଛନ୍ତି l ଆମେ ଉଭୟ ଜାଣି ପାରିଲୁ ଆମେ କେହି କାହା ବିନା ରହି ପାରିବୁ ନାହିଁ l ବର୍ତମାନ ଝଗଡା ହେଉଛି କିନ୍ତୁ କେହି ଅଲଗା ହେବ ବିଷୟ କହୁ ନାହାନ୍ତି l ଏହି ଦମ୍ପତିଙ୍କର କାହାଣୀକୁ ଇନ୍ଟାଗ୍ରାମରେ ଖୁବ ପ୍ରଶଂସା କରାଯାଇଛି l