ନୂଆଦିଲ୍ଲୀ : ପ୍ରେମରେ ପଡିଥିବା ଦୁଇଜଣ ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି l ଯେପରି ଲାଗିଥିଲା ପ୍ରେମିକ ଜଣଙ୍କ ପ୍ରପୋଜ କରିବା ଦ୍ୱାରା ପ୍ରେମିକା ଅତ୍ୟନ୍ତ ଉତ୍ଫୁଲିତ ହୋଇ ଏହି ପରି ଘଟାଇଛନ୍ତି l ଅଷ୍ଟ୍ରିୟାରେ ଜଣେ ପ୍ରମିକକୁ ନିଜ ପ୍ରେମିକ ପାଇଁ ପ୍ରପୋଜ କରିବା ପଡିଲା ଭାରି l ପ୍ରେମିକ ଜଣଙ୍କ ଏତେ ଖୁସି ହୋଇ ଗଲାଯେ ତାର ପାଦ ଖସି ସେ ପାହାଡର ୬୫୦ ଫୁଟ ତଳେ ଥିବା ପାହାଡ ତଳର ଚଟାଣ ଉପରେ ପଡିଥିଲା l ଯେଉଁଠି ଗୋଟିଏ ପ୍ରେମ ଭଳି ମଧୁର ସମ୍ପର୍କ ଭୟାବହ ଘଟଣାରେ ପରିବର୍ତ୍ତିତହେଲା l ପ୍ରେମିକ ଜଣଙ୍କ ଯେତେବେଳେ ପ୍ରପୋଜ କରିଥିଲେ ସେତେବେଳେ ସେ ଏପରି ଘଟିବ ବୋଲି ଜାଣି ନଥିଲେ l
ମିଳିଥିବା ସୂଚନା ଅନୁସାରେ ୨୭ ବର୍ଷୀୟ ଜଣେ ବ୍ୟକ୍ତି ନିଜ ପ୍ରେମିକକୁ ପ୍ରପୋଜ କରିଥିବା ବେଳେ ତାଙ୍କ ପ୍ରେମିକା ଜଣଙ୍କ ପାହାଡ଼ ତଳକୁ ଖସି ପଡ଼ିଥିଲେ l ପ୍ରପୋଜ କରିବା ପୂର୍ବରୁ ପ୍ରେମୀ ଯୋଡି ଏଠାକୁ ଟ୍ରାକିଙ୍ଗ କରିବାକୁ ଆସିଥିଲେ l ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ୬୫୦ ଫୁଟ ଉଚ୍ଚରୁ ଖସିବା ପରେ ମଧ୍ୟ ଯୁବତୀ ଜଣଙ୍କ ଜୀବିତ ଅଛନ୍ତି ,କାରଣ ବରଫ ପଡିଥିବା ହେତୁ ସେ ଅଧିକ ଆହତ ହୋଇ ନାହାନ୍ତି l ଯୁବକ ଜଣଙ୍କ ନିଜ ପ୍ରେମିକାର ଜୀବନ ବଞ୍ଚାଇବା ପାଇଁ ୫୦ ଫୁଟ ତଳକୁ କୁଦି ପଡ଼ିଥିଲେ କିନ୍ତୁ ସେ ଦୁଇଟି ଚଟାଣ ମଧ୍ୟରେ ଫସି ରହିଥିଲେ ତାଙ୍କର ମଧ୍ୟ ଜୀବନ ବଞ୍ଚି ଯାଇଛି l
ଗଣମାଧ୍ୟମ ସୂଚନା ଅନୁସାରେ ପାହାଡ଼ରୁ ଖସିବା ପରେ ଯୁବତୀ ଜଣଙ୍କ ଗୋଟିଏ ହ୍ରଦ ନିକଟରେ ବେହୋସ ଅବସ୍ଥାରେ ପଡ଼ିଥିଲେ l ଜଣେ ପର୍ଯ୍ୟଟକ ତାଙ୍କୁ ଦେଖିବା ପରେ ସୁରକ୍ଷା କର୍ମୀଙ୍କୁ ଏହାର ସୂଚନା ଦେଇଥିଲେ l ଏହାପରେ ଦୁଇଜଣ ପ୍ରେମୀ ଓ ପ୍ରେମିକାଙ୍କୁ ହେଲିକ୍ୟାପ୍ଟର ଜରିଆରେ ରେସକ୍ୟୁ କରାଯାଇ ଡାକ୍ତର ଖାନରେ ଭର୍ତି କରାଗଲା l ଉଭୟ ଜୀବିତ ଅଛନ୍ତି ଏବଂ ପ୍ରେମିକ ଜଣଙ୍କର ଗୋଡ ଭାଙ୍ଗିଥିବା ବେଳେ ପ୍ରେମିକା ଜଣଙ୍କ ସାମାନ୍ୟ ଆହତ ହୋଇଛନ୍ତି l ଜଣେ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଦୁଇଜଣ ଅତ୍ୟନ୍ତ ଭାଗ୍ୟଶାଳୀ ଥିଲେ ,ଯଦି ଚଟାଣ ଉପରେ ବରଫ ନଥାନ୍ତା ତେବେ ପରିଣାମ ଭୟଙ୍କର ହୋଇ ଥାନ୍ତା l
