ନୂଆଦିଲ୍ଲୀ : ଜର୍ମାନୀର ଜଣେ ସାଇକୋଲୋଜି ଛାତ୍ରୀ ୟୁଟ୍ୟୁବରେ ଜଣେ ଫିଲୋସଫି ଶିକ୍ଷକଙ୍କର ଭିଡିଓ ଦେଖିବା ପରେ ତାଙ୍କ ସହିତ ସମ୍ପର୍କ ଯୋଡିବାକୁ ଇଛା କରିଥିଲେ ଓ କିଛି ଦିନ ପରେ ଉଭୟ ସମ୍ବଧରେ ରହିଥିଲେ l ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲାଯେ ଉଭୟଙ୍କ ମଧ୍ୟରେ ୨୭ ବର୍ଷର ବୟସ ବ୍ୟବଧାନ ରହିଛି ,ଯେଉଁ କାରଣରୁ ଏହି ଦୁଇଜଣଙ୍କର ସମ୍ପର୍କ ନିଜ ପରିବାର ସହିତ ଖରାପ ହୋଇଛି l ୨୧ ବର୍ଷୀୟା ସାଇକୋଲୋଜି ଛାତ୍ରୀ ଜେନା କେବେବି ଭାବି ନଥିଲେ ଯେ ୟୁଟୁବ ଜରିଆରେ ତାଙ୍କର ସମ୍ପର୍କ ଏପରି ଜଣେ ବ୍ୟକ୍ତିଙ୍କ ସହିତ ହେବ l ଜେନା ଯେତେବେଳେ ୧୮ ବର୍ଷର ଥିଲେ ସେତେବେଳେ ସେ ଫିଲୋସଫିର ଶିକ୍ଷକ ପୀଟର ହେଂରିଚଙ୍କ ଭିଡିଓ ଦେଖିଥିଲେ ଓ ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ଇ-ମେଲ୍ ଜରିଆରେ ସମ୍ପର୍କ ସ୍ଥାପନ ହେଲା l
ଏହା ପରେ ଡିସେମ୍ବର ୨୦୧୭ ରେ ଉଭୟ ସାକ୍ଷାତ କରି ଥିଲେ l ପ୍ରଥମ ଥର ଦେଖାରେ ତାଙ୍କ ଭିତରେ ପ୍ରେମ ଗଢି ଉଠିଥିଲା l ଜେନା ଏହି ମାମଲାରେ କହିଛନ୍ତି ଯେ ବିଶ୍ୱ ବିଦ୍ୟାଳୟ ସ୍ଥରରେ ମୁଁ ଫିଲୋସଫି କିମ୍ବା ସାଇକୋଲୋଜି ପଢିବାକୁ ଚାହୁଁଥିଲି ତେଣୁ ସବୁବେଳେ ୟୁଟ୍ୟୁବରେ ଭିଡିଓ ଦେଖୁଥିଲି l ପ୍ରଫେସରଙ୍କ ଭିଡିଓ ଦେଖି ମୁଁ ଅନେକ ପ୍ରଭାବିତ ହୋଇଛି ତେଣୁକରି ତାଙ୍କ ସହ ମୁଁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲି l ଏହି ସମ୍ପର୍କକୁ ନେଇ ଉଭୟଙ୍କୁ ନିଜ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l
କାରଣ ଜେନାଙ୍କ ଅଭିଭାବକ ଏହି ସମ୍ପର୍କକୁ ନେଇ ଅସନ୍ତୁଷ୍ଟ ଅଟନ୍ତି ,ସେମାନେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ଅନେକ ବୟସ ପାର୍ଥକ୍ୟ ରହିଛି l ଜେନା କହିଛନ୍ତି ଯେ ଲୋକମାନେ ବୁଝିବା ଦରକାର କିଏ କାହାକୁ ନେଇ ଖୁସିରେ ରହି ପାରୁଛି ,ପ୍ରେମ ପାଇଁ କୌଣସି ବୟସ ଏବଂ ଲୋକମାନଙ୍କର ମନ୍ତବ୍ୟ କେବେବି ବାଧା ସୃଷ୍ଟି କରିପାରେ ନାହିଁ l ଜେନା ଓ ପୀଟର ଦୁଇଜଣ ପରସ୍ପରଙ୍କ ଠାରୁ ଅନେକ ଦୂରରେ ରହୁଛନ୍ତି କିନ୍ତୁ ଉଭୟଙ୍କ ମଧ୍ୟରେ ଗୋଟିଏ ସୁନ୍ଦର ସମ୍ପର୍କ ରହିଛି l ଜେନା ଏହା ମଧ୍ୟ କହିଛନ୍ତି ଯେ ସେ ସବୁବେଳେ ନିଜ ହୃଦୟର କଥା ଶୁଣିବାକୁ ପସନ୍ଦ କରି ଥାନ୍ତି l
