Odisha news

ଗଁଦିଆ ସ୍ୱାସ୍ଥ୍ୟ ବିଭାଗର ଜାତୀୟ ସ୍ୱାସ୍ଥ୍ୟ ୟୁନିଟରେ ଝୁଲୁଛି ତାଲା:ଏକା ବେଳେକେ ଛୁଟିରେ ଯାଇଛନ୍ତି ଦୁଇ କର୍ମଚାରୀ

0

Bhuban : ଛୁଟିରେ ବିପିଏମ, କାର୍ଯ୍ୟାଳୟରେ ତାଲା, କୋଭିଡି ନିୟମକୁ ବେଖାତିରି ଜନତାଙ୍କ ଭରସା କେବଳ ସ୍ୱାସ୍ଥ୍ୟ ବିଭାଗ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଠିକା କର୍ମଚାରୀଙ୍କ ହାତରେ ବନ୍ଧା ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସ୍ୱାସ୍ଥ୍ୟ ବ୍ୟବସ୍ଥା । ନିରନ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ସରକାର ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ହେଲେ ସରକାରଙ୍କ କଥାକୁ ଖାତିର ନକରି ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର (ବି ପି ଏମ) , ଓ ବିଏ ଏମ ୫ ଦିନ ହେଲା ଛୁଟି । ମୁଖ୍ୟ ଚିକିସôା ଅଧକାରୀ ନରାଜ । ଘଣ୍ଟ ଘୋଡଡାଉଛନ୍ତି କି ସିଡିଏମଓ । ନା ସବୁ ଜାଣି ଅଜଣା ।

ଏନେଇ ସ୍ୱତନ୍ତ୍ର ରିପୋଟ
୨୦୧୧ ମସିହା ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଚୁକ୍ତି ଭିତିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ଦେଇଛନ୍ତି କର୍ମଚାରୀ । ରାତିଦିନ ଏକ କରି ଖଟୁଛନ୍ତି କର୍ମଚାରୀ । ଯାଜପୁର କରୋନ ଦୃଷ୍ଟିରୁ ଏବେ ହଟସ୍ପଟ । ଢେଙ୍କାନାଳର ସୀମାକୁ ଲାଗିଛି ଯାଜପୁର । ସୀମାନ୍ତରେ ରହିଛି ଭୁବନ ଓ ଗଁଦିଆ ବ୍ଲକର ୧୦ଟି ପଚାଂୟତ । ଏନେଇ ଜିଲ୍ଲା ପ୍ରଶାସନ ସଜାଗ ହୋଇ କରିଛି ସୀମା ସିଲ । ଭୁବନ ଓ ଗଁଦିଆ ପ୍ରଶାସନ କୋଭିଡିର ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ଥିବାବେଳେ ଗଁଦିଆ ସ୍ୱାସ୍ଥ୍ୟ ବିଭାଗର ଜାତୀୟ ସ୍ୱାସ୍ଥ୍ୟ ୟୁନିଟରେ ଝୁଲୁଛି ତାଲା । ଏକା ବେଳେକେ ଛୁଟିରେ ଯାଇଛନ୍ତି ଦୁଇ କର୍ମଚାରୀ । ବିପିଏମ ପ୍ରୟଦର୍ଶନୀ ସାହୁ ଓ ବିଷ୍ଣୁ ସାହୁ । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ସବୁବେଳେ ଚର୍ଚ୍ଚାରେ ଥାଏ ।

କେତେ ବେଳେ ଡାକ୍ତରଙ୍କ ଅନୁପସ୍ଥିତ ତ କେତେ ବେଳେ ଶବ ବ୍ୟବଛେଦ ଗୃହକୁ ନେଇ । ସ୍ୱାସ୍ଥ୍ୟ ସେବା ଯୋଗଇବାରେ ଜିଲ୍ଲର ଆଠ ନମ୍ବର ବ୍ଲକ ଭାବର ଗଣତି ହେଉଛି ବୋଲି ସ୍ୱୀକାର ଦାୟିତ୍ୱରେ ଥିବା ମୁଖ୍ୟ ଚିକିସôାଅଧିକାରୀ ଖୋଦ ଡାକ୍ତର ପ୍ରଦୀପ୍ତ କୁମାର ରାୟ । , ଦୁଇ କର୍ମଚାରୀଙ୍କ ଛୁଟି ଯୋଗୁ ଠିକାରେ କାମ କରୁଥିବା କର୍ମଚାରୀଙ୍କ ଆଶା,କର୍ମୀ , ମହିଳା ସ୍ୱସ୍ଥ୍ୟ କର୍ମୀ , ଆୟୁଷ ଡାକ୍ତର ଆର . ବି ଏସ.ୟାଇ ଷ୍ଟାପଙ୍କ ଦରମା ହୋଇପାରୁନି । ଗଁଦିଆ ବ୍ଲକ କୋଭିଡି ପରିଚାଳନା ନିମନ୍ତେ କରାଯାଉଛି ପ୍ରସ୍ତୁତି ।

୨୯ଟି ପଚାଂୟତରେ ୩୭ଟି ସ୍ଥାନରେ କରାଯାଇଛି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ।ଏକାଥରକେ ୨୯୨୦ ଜଣ ପ୍ରବାସୀ ଓଡିଆଙ୍କ ରହିବା ଭଳି କରାଯାଇଛି ପ୍ରସ୍ତୁତି । ୧୬୬୫ଟି ବେଡ ବ୍ୟବସ୍ଥା ମଧ୍ୟ କରାଯାଇଛି । ସବୁ କେନ୍ଦ୍ର ନିମନ୍ତେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନିୟୋଜିତ କରାଯାଇଛି । କିନ୍ତୁ ଏହି କାମ ପାଇଁ ନିୟୋଜିତ ଗାଡି ଗୁଡିକ ପାଇଁ ମିଳୁନି ତେଲ । ଗଡି ପାରୁନି ଗାଡି । କିଭଳି ତ୍ୱରାନ୍ୱତ ହେବ କୋଭିଡି କାର୍ଯ୍ୟ । ଛୁଟିରେ ଥିବା ବିପିଏମ ପ୍ରୟଦର୍ଶନୀ ସାହୁ କୁହନ୍ତି ମୋର ବ୍ୟକ୍ତିଗତ କାର୍ଯ୍ୟ ନିମନ୍ତେ ଏକ ମାସ ପାଇଁ ଛୁଟି ମାଗିଥିଲି । କାମ ପ୍ରାୟ ଶେଷ ହୋଇ ଗଲାଣି । କିଛି ଦିନ ମଧ୍ୟରେ ମୁଁ କାର୍ଯ୍ୟ ରେ ଯୋଗଦେଇ ପାରେ ।

ଏ ନେଇ କଣକୁହନ୍ତି ଦାୟିତ୍ୱରେ ଥିବା ମୁଖ୍ୟ ଚିକିସôା ଅଧିକାରୀ ପ୍ରଦୀପ୍ତ କୁମାର ରାୟ । ମୁଁ ଚାରି ମାସ ହେଲା ଏଠାରେ କାର୍ଯ୍ୟରେ ଯୋଗଦେଇଛି । ଉନୟନ କାର୍ଯ୍ୟକୁ ତ୍ୱରାନ୍ୱତ କରାଯାଇଛି । ବହୁ ଅସମାହିତ କାମକୁ ମଧ୍ୟ ଶେଷ କରାଯାଇଛି । ଚାରିଦିନ ତଳେ ମୁଁ କୋଭିଡି କାମରେ ଯାଇଥିବାବେଳେ ବିପିଏମ ଓ ବିଏ.ଏମ ମୋର ଟେବୁଲ ଉପରେ ଛୁଟି ଦରଖାସ୍ତ ଥୋଇ ଦେଇ ଯାଛନ୍ତି ।

ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିସôାଅଧିକାରୀଙ୍କୁ ଜଣାଇଛି । ଆକାଉଣ୍ଟ ସେକ୍ସନ ର କୈଣସି ବିକଲ୍ପ ନଥିବାରୁ କାମ ଠିକରେ ହୋଇପାରୁନି । ତଥାପି ବିକ୍ଲପ ବ୍ୟବସ୍ଥା କରାଯାଉଛି ।

Leave A Reply