Odisha news

“ଲକ୍‍ଡାଉନ’ ଦେଇଛି “ଅଟୋଚାଳକ’ଙ୍କ ପେଟରେ ଲାତ ସରକାରୀ ସହାୟତା ପାଇଁ ନିବେଦନ

0

ଭଦ୍ରକ :ବିଶ୍ୱ ଆତଙ୍କ “କରୋନା’ ପାଇଁ ପ୍ରଶାସନ “ଲକ୍‍ଡାଉନ’, “ସର୍ଟଡାଉନ’, “କ୍ୱାରେଣ୍ଟାଇନ’, “ହୋମ୍‍ କ୍ୱାରେଣ୍ଟାଇନ’, “କଣ୍ଟାକଫଟ୍ରେସିଂ’, “ଆସୋଲେସନ’, “କଣ୍ଟେନମେଣ୍ଟ’ ଓ “ସର୍ଭିଲେନ୍ସ ଜୋନ୍‍’ଆଦି ଅନେକ ପ୍ରକାର କୋଭିଡ୍‍-୧୯ କାର୍ଯ୍ୟରେ ମାତିଛନ୍ତି । ହେଲେ ମାସାଧିକାଳ ହେବ ଏହି “ଲକ୍‍ଡାଉନ’ ବେଳେ ପ୍ରଶାସନର ନଜରରୁ ହଜି ଯାଇଛନ୍ତି ଭଦ୍ରକ ଶତାଧିକ ଅଟୋଚାଳକ ତଥା ମାଲିକମାନେ । ଘରୁ ଗୋଡ ନକାଢିବା ଲାଗି ଓ ଗାଡିମୋଟର ନଚଳାଇବା ଲାଗି କୋଭିଡ୍‍ ୧୯ର ଏଡଭାଇଜାରୀ ଜାରି ହୋଇଥିବା ବେଳେ ଅତି ଦୁର୍ଦ୍ଦଶାରେ ଦିନ ବିତୁଛି ଭଦ୍ରକର ଅଟୋଚାଳକ(ମାଲିକ)ଙ୍କର । “ଲକ୍‍ଡାଉନ’ ଯୋଗୁଁ ଏକପ୍ରକାର ଅର୍କମଣ୍ୟ ହୋଇ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇ ପେଟ ଓ ପରିବାର ପୋଷଣରେ ସମ୍ପୂର୍ଣ ଅସମର୍ଥ ହୋଇଥିବା ଅଟୋଚାଳକ ବା ମାଲିକମାନେ ଏବେ ବ୍ୟତିବ୍ୟସ୍ତ ହୋଇଗଲେଣି । ସୂଚନାଯୋଗ୍ୟ ଯେ: ଭଦ୍ରକ ସହରାଞ୍ଚଳର ଚରମ୍ପାବଜାର, ଷ୍ଟେସନବଜାର, ବାଇପାସ୍‍ଛକ ଓ ବନ୍ତଛକରେ ପାଖାପାଖି ହଜାରେ ଭଳି ଅଟୋ ଚାଳକ ଅଛନ୍ତି । ନିୟମିତ ଭଡାଘରି ସେମାନେ ପରିବାର ପୋଷଣ କରନ୍ତି ।

ଏହାଛଡା ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱର୍ ଅଟୋ ମାଲିକ ଅଛନ୍ତି । ତେବେ “ଲକ୍‍ଡାଉନ’ଯୋଗୁଁ ସେମାନଙ୍କ ବେପାର ସମ୍ପୂର୍ଣ୍ଣ ଗୋଲ ହୋଇଯାଇଛି । ବିଭିନ୍ନ ବ୍ୟାଙ୍କରୁ ଋଣନେଇ ଅଟୋ ରିକ୍ସା କିଣି ନିଜ ନିଜର ପରିବାର ପୋଷଣ କରୁଥିବା ଏହି ଅଟୋଚାଳକମାନେ ଦୀର୍ଘ ମାସାଧିକ କାଳ ହେବ ଟଙ୍କାଟିଏ ବି ରୋଜଗାର କରିପାରିନଥିବା ବେଳେ ସରକାରୀ ସ୍ତରରେ ବି ଟଙ୍କାଙ୍କର ସହାୟତା ଅନ୍ୟାବଧି ମିଳିନି କି ମିଳିବାର ସମ୍ଭାବନା ନାହିଁ ।

ଫଳରେ ଆମେ ଉଭୟ ମାନସିକ, ଆର୍ଥିକ ସ୍ତରରେ ଭାଙ୍ଗି ପଡିଛୁ ବୋଲି କହିଛନ୍ତି ଅଟୋମାଲିକ(ଚାଳକ)-ସୁଶାନ୍ତ କୁମାର ଦାସ, ରାଜେଶ ରାଉଳ, ବାବୁ ରାଉତ, ବିନୋଦ ଜେନା, ଗୋବିନ୍ଦ ଜେନା, ରଞ୍ଜନ ମଲ୍ଲିକ ଓ ବୁଲୁ ଜେନା ପ୍ରମୁଖ କହିବା ସହ ଆମେ ସୁବ ବେକାର ଯୁବକମାନେ ସରକାରଙ୍କ ଠାରୁ ନିଯୁକ୍ତି ଖଣ୍ଡେ ନପାଇ ବ୍ୟାଙ୍କରୁ ଋଣ ନେଇ ଅଟୋ ବାହାର କରି ପରିବାର ପୋଷଣ କରୁଥିଲୁ । ତେବେ କରୋନା “ଲକ୍‍ଡାଉନ’ ଯୋଗୁଁ ପ୍ରାୟ ଦେଢମାସ ହେଲା ଆମେ ସମ୍ପୂର୍ଣ୍ଣ ରୋଜଗାର ହରେଇ ବସିଲୁ

। ଅନ୍ୟପକ୍ଷରେ ଅଟୋଚାଳକଙ୍କ ପେଟକୁ ଲକ୍‍ଡାଉନ ଯେଭଳି ଭାବେ ନାତ ମାରିଛି, ଫଳରେ ଆମେମାନେ ଘୋର ଦୁର୍ଦ୍ଦଶଶରେ ଅଛୁ । ଏଣୁ ସରକାର, ଜିଲ୍ଲା ପ୍ରଶାସନ, ଭଦ୍ରକ ସାଂସଦ ଓ ବିଧାୟକ ମାନେ ଆମ ଜିଲ୍ଲାର ୧୫ଶହରୁ ଅଧିକ ଅଟୋଚାଳକ(ମାଲିକ)ମାନଙ୍କ ଦୁର୍ଦ୍ଦଶା ପ୍ରତି ସମବେଦନା ଜଣାଇବା ସହ ଆର୍ଥିକ ସହାୟତାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।

Govt
Leave A Reply