ବୋରିଗୁମ୍ମା (ସ.ବ୍ୟୁ)— ସାରା ବିଶ୍ୱ ଏବେ କରୋନା ଭାଇରସ ଦ୍ୱାରା କବଳିତ। ମହାମାରୀ କରୋନା ଭାଇରସ କୁ ରୋକିବା ପାଇଁ ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ୨୧ ଦିନିଆ ଘୋଷଣା ପରେ ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ, ମାସ ୩ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁମାନେ ରାଜ୍ୟ ବାହାରେ ରହି କାମ କରୁଥିଲେ। କିଛି ଦାଦନ ଶ୍ରମିକ ନିଜ ଗାଁ କୁ ଫେରିଥିବା ବେଳେ ଏବେବି ବହୁ ଶ୍ରମିକ ରାଜ୍ୟ ବାହାରେ ଭୋକ ଉପାସରେ ଦିନ କାଟୁଛନ୍ତି। ଏହି ଭାଳି ଏକ ଉଦାହରଣ ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକରେ। ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ଗ୍ରାମର ୧୨ ଜଣ ଶ୍ରମିକ ଗତ ଛଅ ମାସ ତଳେ ବିଶାଖାପାଟଣା କାମ କରିବାକୁ ଯାଇଥିଲେ। ଏମାନେ ବିଶାଖାପାଟଣା ର ଏୟାରପୋର୍ଟ ନିକଟରେ ରହି କାମ କରିଆସୁଥିଲେ। ଯେତେବେଳେ ଦେଶରେ ଲକ ଡାଉନ ଆରମ୍ଭ ହେଲେ ସେମାନଙ୍କ କାମ ବି ବନ୍ଦ ହେଲା। କିନ୍ତୁ କୌଣସି ଗାଡି ଓଡ଼ିଶା କୁ ଚଳାଚଳ ନ କରିବାରୁ ସେମାନେ ଆସି ପାରିଲେ ନାହିଁ। ସେଠାରେ ୧୨ ଜଣ ଶ୍ରମିକ ଓଳିଏ ଖାଇଲେ ଓଳିଏ ଉପାସ ରେ ରହୁଥିଲେ। ଶେଷରେ ଚାରି ଜଣ ଶ୍ରମିକ ବିଶାଖାପାଟଣା ରୁ ଚାଲି ଚାଲି ୨୭୦ କିଲୋମିଟର ଅତିକ୍ରମ କରି ବହୁ କଷ୍ଟରେ ବୋରିଗୁମ୍ମା ରେ ମଙ୍ଗଳବାର ସକାଳୁ ପହଞ୍ଚିଥିଲେ। ସେମାନେ ହେଲେ ସୁଧୀର ପଟନାୟକ, ସାହୁଲ ହିଆଲ, ଦୟାଳୁ ହିଆଲ ଓ ଜନ ବାଗ । ବୋରିଗୁମ୍ମା ରେ ପହଂଚିଲା ପରେ ସେହି ଚାରି ଜଣ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିଥିଲେ। ଗତ ୬ ତାରିଖ ରାତି ୮ ଟାରେ ବିଶାଖାପାଟଣା ରୁ ଚାଲି ଚାଲି ବାହାରିଥିଲେ। ବିଜୟନଗର ପହଁଚିଲା ପରେ ସେଠାକାର ପୋଲିସ ଛଅ ଘଣ୍ଟା ପାଇଁ ଅଟକ ରଖିଥିବା କହିଛନ୍ତି ଚାରିଜଣ। ପରେ ବହୁ କଷ୍ଟରେ ଚାଲି ଚାଲି ଘାଟି ମାନ ଅତିକ୍ରମ କରି ଦୀର୍ଘ ଆଠ ଦିନ ପରେ ବୋରିଗୁମ୍ମା ରେ ପହଁଚିଥିବା କହିଥିଲେ।ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ନିଜ ଗାଁ ଆଉଁଳି ଯାଇଥିଲେ।ଆଉଁଳି ଗ୍ରାମ ଠାରେ ଥିବା ଆଇସୋଲେସନ ସେଣ୍ଟର ଠାରେ ରହିଛନ୍ତି। ସେମାନେ ୧୪ ଦିନ ଆଇସୋଲେସନ ରେ ରହିବା ପରେ ନିଜ ଘର କୁ ଯିବେ ବୋଲି ଜଣାଯାଇଛି।