Odisha news

ଲକ୍ ଡାଉନ୍ ପରେ ଆରମ୍ଭ ହେବ ଲୋକୋ ପାଇଲଟ୍ ପ୍ରଶିକ୍ଷଣ

0

ଭୁବନେଶ୍ୱର, ୧୬ ଜୁନ୍ – ଲକ୍ ଡ଼ାଉନ୍ ହେତୁ ସମସ୍ତ ପ୍ରତିବନ୍ଧକ ବଳବତର ଥିବାରୁ ଏହା ସମ୍ପୂର୍ଣ୍ଣ ରୂପେ ହଟିଯିବା ପରେ, ପୂର୍ବ ତଟ ରେଳପଥ ଆସିଷ୍ଟାଂଟ୍ ଲୋକୋ ପାଇଲଟ୍ (ଏଏଲପି) ପ୍ରାର୍ଥୀ ମାନଙ୍କର ପ୍ରଶିକ୍ଷଣକୁ ପୁନଃ ଆରମ୍ଭ କରିବେ ।
ଜୁନ୍ – ଡ଼ିସେମ୍ବର, ୨୦୧୯ ମଧ୍ୟରେ ମେଡ଼ିକାଲ ପରୀକ୍ଷା ସହିତ ନଥିପତ୍ର ଯାଂଚ ପ୍ରକ୍ରିୟା ସମାପ୍ତ ହୋଇଥିଲା । ଅଗଷ୍ଟ, ୨୦୧୯ ରୁ ଜାନୁୟାରୀ,୨୦୨୦ ମଧ୍ୟରେ ରେଲ୍‌ୱେ ରିକୃଟ୍‌ମେଂଟ୍ ବୋର୍ଡ଼ (ଆରଆରବି) ଭୁବନେଶ୍ୱର ଓ ସିକନ୍ଦରାବାଦଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ପ୍ରାର୍ଥୀ ମାନଙ୍କର ଏକ ପ୍ୟାନେଲ୍ ମିଳିଥିଲା ଏବଂ ତଦ୍‌ନୁଯାୟୀ ସେଗୁଡ଼ିକୁ ତିନିଟି ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼,ୱାଲ୍ଟିୟର୍ ଓ ସମ୍ବଲପୁରକୁ ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷଣ ଯଥା ସମୟରେ ଆରମ୍ଭ ହୋଇଥିଲା ଏବଂ ସମୁଦାୟ ୨୭୦୨ ପ୍ରାର୍ଥୀଙ୍କ ମଧ୍ୟରୁ ୯୫୧ ଜଣଙ୍କୁ ପ୍ରଶିକ୍ଷଣ ନିମନ୍ତେ ପଠାଯାଇଥିଲା, ଅର୍ଥାତ୍ ଖୋର୍ଦ୍ଧା ରୋଡ଼ ମଣ୍ଡଳରୁ ୫୨୩, ସମ୍ବଲପୁର ମଣ୍ଡଳରୁ ୨୬୦ ଓ ୱାଲ୍ଟିୟର ମଣ୍ଡଳରୁ ୧୬୮ ଜଣ ।
ପ୍ରଶିକ୍ଷଣ ନେଉଥିବା ୯୫୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୮୬ ଜଣ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି, କିନ୍ତୁ ଏହା ମଧ୍ୟରେ କୋଭିଡ଼୍ – ୧୯ ର ପ୍ରକୋପ ହେତୁ ଭାରତ ସରକାରଙ୍କ ଦ୍ୱାରା ଲକ୍ ଡ଼ାଉନ୍ ଘୋଷଣା କରାଗଲା ଏବଂ ଫଳସ୍ୱରୂପ ଅବଶିଷ୍ଟ ପ୍ରାର୍ଥୀମାନଙ୍କ ପ୍ରଶିକ୍ଷଣ ସାମୟିକ ରୂପେ ଅଟକି ଗଲା । ରେଳପଥରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିରାପତା ବର୍ଗର ପଦବୀ ହେଉଛି ଆସିଷ୍ଟାଂଟ୍ ଲୋକୋ ପାଇଲଟ୍ ପଦବୀ । ତେଣୁ ଏଏଲପି ରୂପେ କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ପ୍ରଶିକ୍ଷଣ ସମାପ୍ତ ହେବା ନିହାତି ଆବଶ୍ୟକ ।

Leave A Reply