Odisha news

ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦେଖି ଉଦବେଗ ପ୍ରକାଶ, କଣ ପଦକ୍ଷେପ ନେଇଛ ଜଣାଅ : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ:ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦେଖି ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ କି କି ପଦକ୍ଷେପ ଗ୍ରହଣ କରିଛନ୍ତି ତାର ସବିଶେଷ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚକୋର୍ଟରେ ଗୁରୁବାର ଏନେଇ ପରବର୍ତ୍ତୀ ଶୁଣାଣି ରହିଛି।

ରାସ୍ତାରେ ଆସୁଥିବା ପ୍ରବାସ ଫେରନ୍ତା ଶ୍ରମିକଙ୍କ ପାଇଁ ମାଗଣାରେ ଖାଦ୍ୟ ଓ ପରିବହନ ବ୍ୟବସ୍ଥା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତା’ ସହ ପ୍ରବାସ ଫେରନ୍ତା ଶ୍ରମିକଙ୍କ ପାଇଁ ମାଗଣାରେ ରହିବାକୁ ବ୍ୟବସ୍ଥା କରିବାକୁ ସର୍ବୋଚ୍ଚକୋର୍ଟ କହିଛନ୍ତି ।

ବିଚାରପତି ଅଶୋକ ଭୂଷଣ, ବିଚାରପତି ସଞ୍ଜୟ କଶନ କୌଲ ଓ ବିଚାରପତି ଏମ.ଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି,  କରୋନା ଭଳି ବିପତ୍ତି ସମୟରେ ମିଡିଆ ରିପୋର୍ଟ ଭିତ୍ତିରେ ଶ୍ରମିକଙ୍କ ସମସ୍ୟା ନେଇ କୋର୍ଟ ନିଜ ଆଡୁ ମାମଲାକୁ ବିଚାରକୁ ନେଇ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲକ୍ ଡାଉନ ସମୟରେ ଶ୍ରମିକ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି । ହେଲେ ଏଥିରେ କିଛି ଅସୁବିଧା ରହିଯାଉଥିବା ଦର୍ଶାଇ କୋର୍ଟ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି।

Leave A Reply