ଲକ୍ଡାଉନ୍ରେ ଭାରତୀୟମାନେ ୨୦ କୋଟି ଥର ଅନ୍ଲାଇନ୍ରେ ଫୁଡ୍ ଅର୍ଡର କରିଛନ୍ତି । ଏଭଳି ଏକ ଅଧ୍ୟୟନ ଜୋମାଟୋ କରିଛି । କୋଭିଡ୍ ପୂର୍ବରୁ ଭାରତର ଫୁଡ୍ ଡେଲିଭରି ଉଦ୍ୟୋଗର ମୋଟ ବ୍ୟବସାୟ (ଗ୍ରସ୍ ମର୍ଚାଣ୍ଡାଇଜ୍ ଭଲୁ୍ୟମ୍ – ଜିଏମ୍ଭି) ଯାହା ଥିଲା, ଲକ୍ଡାଉନ୍ରେବ୍ୟବସାୟ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେହେଁ ସମୟକ୍ରମେ ୭୫-୮୦ ପ୍ରତିଶତ ପର୍ଯ୍ୟନ୍ତ ଭରଣା ହୋଇପାରିଛି । କଣ୍ଟାକଫ ଲେସ୍ ଫୁଡ୍ ଡେଲିଭରି ଅପସ୍ନ ଓ ହାଇଜିନିକ୍ ପ୍ରୋଟୋକଲ୍ ଯୋଗୁ ଏହା ସମ୍ଭବ ହୋଇଛି । ଫୁଡ୍ ଡେଲିଭରି କମ୍ପାନିମାନଙ୍କ ଏ ସବୁ ନିୟମ ଯୋଗୁ ଗ୍ରାହକ ଖାଦ୍ୟ ଅର୍ଡର ପ୍ରତି ବିମୁଖ ହୋଇ ନାହାନ୍ତି । ଏପରିକି କିଛି ସହରରେ ପୂର୍ବ ତୁଳନାରେ ଜିଏମ୍ଭି ବଢ଼ିଛି । ବାଣିଜି୍ୟକ ଇଲାକା ତୁଳନାରେ ଆବାସିକ କ୍ଷେତ୍ରରେ ୫୦ ପ୍ରତିଶତ ଡେଲିଭରି ଭଲ ହୋଇଛି । ମାର୍ଚ୍ଚ ୨୫ ଲକ୍ଡାଉନ୍ ପ୍ରାରମ୍ଭରୁ ଜୋମାଟୋ ୭ କୋଟି ଫୁଡ୍ ଅର୍ଡର କରିଛି ।