Odisha news

ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! କେବେ ଦେଖିଛନ୍ତି କି ଉଡୁଥିବା ଝିଟିପିଟି

0
ଆମେ ସମସ୍ତେ ପ୍ରାୟ ଝିଟିପିଟି ଦେଖିଛୁ l ଏହି ଜୀବଟି ସାଧାରଣ ଭାବରେ ଘରର କାନ୍ଥ ରେ ଚାଲୁ ଥିବାର ଦେଖିବାକୁ ପାଇଥାଉ l ଏମିତିରେ ଦେଖିବାକୁ ଗଲେ ଏହି ଝିଟିପିଟି ମାନେ ସାଧାରଣ ଭାବରେ ନିଜର ଗୋଡ଼ ସାହାଯ୍ୟରେ କାନ୍ଥରେ ଘୁଷୁରୀ ଘୁଷୁରୀ ଚାଲନ୍ତି l କିନ୍ତୁ ଆପଣ କଣ କେବେ ଉଡୁଥିବା ଝିଟିପିଟି ବିଷୟରେ ଶୁଣିଛନ୍ତି ? ହଁ ଆଜ୍ଞା ଆପଣଙ୍କୁ ଏହା ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ l ସାରା ବିଶ୍ୱରେ ପ୍ରାୟ ୬୫୦୦ ପ୍ରଜାତିର ଝିଟିପିଟି ରହିଛନ୍ତି l ଏଥିମଧ୍ୟରୁ ଘରେ ଦେଖିବାକୁ ମିଳୁଥିବା ଝିଟିପିଟି ଖୁବ ସାଧାରଣ ଅଟନ୍ତି l ଝିଟିପିଟି ଙ୍କ ଆକାର ସାଧାରଣ ଭାବରେ ଛୋଟ ରୁ ନେଇ ୧୦ ଫୁଟ ପର୍ଯ୍ୟନ୍ତ କମୋଡ଼ ଡ୍ରାଗନ ଆକାରର ହୋଇ ଥାଆନ୍ତି l ଝିଟିପିଟି ମାନଙ୍କର ୧୬ ଟି ପରିବାର ରହିଛି l
ସେହି ମଧ୍ୟରୁ କିଛି ଜଙ୍ଗଲ ରେ ରହିଥିବା ସମୟରେ ଆଉକିଛି ନଦୀ କୁଳ ରେ ରହି ଥାଆନ୍ତି l କିଛି ଝିଟିପିଟି ଙ୍କର ଗୋଡ଼ ନଥାଏ ଆଉକିଛି ଉଡି ପାରି ଥାଆନ୍ତି l ସେଥିମଧ୍ୟରୁ ଡ୍ରେକୋ ହେଉଛି, ଯିଏ କି ଝିଟିପିଟି ର ଗୋଟିଏ ବଂଶ ଉଡୁଥିବା ଝିଟିପିଟି, ଉଡୁଥିବା ଡ୍ରାଗନ କିମ୍ବା ଗ୍ଲାଇଡିଙ୍ଗ ଝିଟିପିଟି ଭାବରେ ଜଣାଶୁଣା ଅଟେ l ଏହି ଝିଟିପିଟି ହ୍ରଦ ଗୁଡିକ ମଧ୍ୟ ଦେଇ ଉଡିବାରେ ସକ୍ଷମ ହୋଇ ଥାଆନ୍ତି l ଏମାନେ ବିଶେଷ ଭାବରେ ଗଛ ଗୁଡିକ ଉପରେ ରହି ଥାଆନ୍ତି l ଗୋଟିଏ ଗଛ ଉପରୁ ଆଉ ଗୋଟିଏ ଗଛକୁ ଉଡିବା ସମୟରେ ଏମାନେ ନିଜ ଡେଣା ବା ପର କୁ ବିସ୍ତାର କରି ବ୍ୟବହାର କରିଥାଆନ୍ତି l ଏହି ଝିଟିପିଟି ର ପ୍ରଜାତି ବିଶେଷ ଭାବରେ ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆର ପାହାଡିଆ ଅଂଚଳ ରେ ଦେଖିବାକୁ ମିଳି ଥାଆନ୍ତି , କିନ୍ତୁ ବର୍ତମାନ ଏହି ପ୍ରଜାତିର ଝିଟିପିଟି ମିଜୋରାମ ରେ ମଧ୍ୟ ଦେଖିବାକୁ ମିଳୁଛନ୍ତି l ଏହାର ଲମ୍ବ ୮ ଇଞ୍ଚ ରହିଛି l ବର୍ତମାନ ମିଜୋରାମ ବନ ବିଭାଗ ପକ୍ଷରୁ ଏଭଳି ଉଡୁଥିବା ଝିଟିପିଟି ବିଷୟରେ ତଥ୍ୟ ଦିଆଯାଇଛି l
Leave A Reply