ଯଦି ଲିଭର୍ ଅସୁସ୍ଥ ହୋଇଥାଏ ମଣିଷ ନିଜର ଜୀବନ ମଧ୍ୟ ହରାଇ ପାରେ । ଲିଭର୍ ଡ୍ୟାମେଜ୍ ହେବା ଦ୍ବାରା ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ । ଲିଭର ଆପଣଙ୍କ ଶରୀରର ଟକ୍ସିନ ବାହାର କରିଥାଏ ଓ ପ୍ରୋଟିନ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ । ଲିଭର୍ ଅସୁସ୍ଥ ହେବା ଦ୍ବାରା ଭୋକ ଲାଗି ନଥାଏ ଓ ଦୁର୍ବଳ ଲାଗିଥାଏ ।
ଆଜି ଆସନ୍ତୁ ଜାଣିବା ଲିଭର୍ ଅସୁସ୍ଥ ହେବାର କାରଣ ଗୁଡିକ କଣ -:
– ଦେହ ବ୍ୟସ୍ତ ଲାଗିବା ଓ ବାନ୍ତି ହେବା :
ବାନ୍ତି ଲାଗି ଶରୀର ବ୍ୟସ୍ତ ଲାଗିବା ଲିଭରଡ୍ୟାମେଜ୍ ର ଲକ୍ଷଣ ଅଟେ । କାହିଁକି ନା ଲିଭରଡ୍ୟାମେଜ୍ ହେବା ଦ୍ବାରା ଆପଣଙ୍କ ବ୍ଲଡ଼ ରୁ ଟକ୍ସିନ ଠିକ୍ ଭାବରେ ବାହାରି ପାରି ନଥାଏ । ଏହା ବ୍ୟତୀତ ଲିଭରଡ୍ୟାମେଜ୍ ହେଲେ ଖାଦ୍ୟ ଠିକ୍ ଭାବରେ ହଜମ ହୋଇ ପାରେ ନାହିଁ ଓ ମଳ ପତଳା ହୋଇଥାଏ ।
– ପରିସ୍ରା ରଙ୍ଗ ପରିବର୍ତ୍ତନ ହୋଇଥାଏ :
ଯେତେବେଳେ ଲିଭରଡ୍ୟାମେଜ୍ ହେବାକୁ ଲାଗିଥାଏ ଏହା ବେଲାରୁବିନ କେମିକାଲ କୁ ନଷ୍ଟ କରିପାରେ ନାହିଁ । ଯେଉଁ କାରଣରୁ ଏହାର ସ୍ତର ବୃଦ୍ଧି ହୋଇ ଲିଭାର୍ ପ୍ରଭାବିତ ହୋଇଥାଏ । ଯେତେବେଳେ ଲିଭର ପ୍ରଭାବିତ ହୋଇଥାଏ ସେତେବେଳେ ପରିସ୍ରା ର ରଙ୍ଗ ଗାଢ଼ ହଳଦିଆ ଦେଖାଯାଏ ।
– ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ନାହିଁ :
ଲିଭର ଯେତେବେଳେ ଅସୁସ୍ଥ ହୋଇଥାଏ ସେତେବେଳେ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇ ନଥାଏ । ଖାଦ୍ୟ ଦେଖିବା ମାତ୍ରକେ ଘୃଣା ଲାଗିଥାଏ ।
– ପରିସ୍ରା ମଧ୍ୟ ପ୍ରଭାବିତ ହୋଇଥାଏ :
ଯେତେବେଳେ ଲିଭାର ଅସୁସ୍ଥ ହେବା ଆରମ୍ଭ ହୋଇଥାଏ ଏହାର ପ୍ରଭାବ ଆମର ପରିସ୍ରା ଉପରେ ମଧ୍ୟ ପଡିଥାଏ । ଯେତେବେଳେ ଲୀଭର ଖରାପ ହୋଇଯାଏ ସେତେବେଳେ ଭୋଜନ ହଜମ ହୋଇପାରେ ନାହିଁ ଓ ଯାହାଦ୍ଵାରା କୋଲନ୍ ଶୁଖି ବାକୁ ଲାଗିଥାଏ । ଯେଉଁ କାରଣରୁ ବାରମ୍ବାର ପରିସ୍ରା ଲାଗିଥାଏ ଓ ପରିସ୍ରା ଠିକ୍ ଭାବରେ ହୁଏ ନାହିଁ ।
