Odisha news

ହାଟଡ଼ିହି:ପାଉଚ ମଦ ଜବଦ କଲେ ଗ୍ରାମବାସୀ

0

ହାଟଡ଼ିହି-: ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ମିଠିଗାଁ ନିକଟରେ ଗାଁ ଲୋକମାନେ ପାଉଚମଦ ଜବଦ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି । ଖବରରୁ ଜଣାଯାଇଛି ଯେ ଗତକାଲି ରାତିରେ ତିନିଜଣ ଯୁବକ ସନେ୍ଦହାତ୍ମକ ଭାବରେ ମିଠିଗାଁ ରାସ୍ତାଦେଇ ଏକ ବାଇକରେ ଅଢ଼ାଳପଙ୍କ ପଟକୁ ଯାଉଥିବାବେଳେ ମିଠିଗାଁ ଗ୍ରାମର କିଛି ଲୋକ ତାଙ୍କୁ ଅଟକାଇବାରୁ ତାଙ୍କ ନିକଟରୁ ତିନିଶହ ରୁ ଉର୍ଦ୍ଧ ପାଉଚ ମଦ ପାଇଥିଲେ । ଗ୍ରାମବାସୀମାନେ ସେମାନଙ୍କୁ ଅଟକ ରଖି ତୁରନ୍ତ ସୋସୋ ଥାନାକୁ ଖବର ଦେବାପରେ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମଦ ଜବଦ କରିବା ସହିତ ତିନିଜଣ ଯାକ ଯୁବକ ଓ ସେମାନଙ୍କ ପାଇକକୁ ଥାନାକୁ ନେଇ ଅଟକ ରଖିଛି । ମଦପାଉଚ ଗୁଡିକ ସେମାନେ ଢ଼େଙ୍କାରୁ ଆଣିଥିବାବେଳେ ଅଢ଼ାଳପଙ୍କ ଗ୍ରାମକୁ ବିକିବାକୁ ନେଉଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.