Odisha news

ଖୋର୍ଦ୍ଧା : ମଦଡିପୋ ରେ ପ୍ରଶାସନ ର ଚଢାଉ

0

ଖୋର୍ଦ୍ଧା,୧୩ା୭ : ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ମଦ ନିଗମ ଡିପୋ ଉପରେ ଚଢାଉ କରାଯାଇଛି । ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଅସିଷ୍ଟାଣ୍ଡ କଲେକ୍ଟର ବିଜୟ ସେଠୀ ଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲେ । କୋଭିଡ ଗାଇଡଲାଇନ ପାଳନ ଲାଗି ତାଗିଦ୍ କରିଥିଲେ । ଡିପୋ କୁ ମଦନେବାକୁ ଆସୁଥିବା ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ତାଗିଦ କରିବା ସହିତ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟପଟେ ମଦ ଡିପୋରେ ଖୁଲମ ଖୁଲାଭାବେ କୋଭିଡ-୧୯ ନିୟମକୁ ଉଲଙ୍ଘନ କରାଯାଉଥିବା ଦେଖିବାକୁ ମିଳିଛି ।

ଏହି ଡିପୋ ଉପରେ ଗଞ୍ଜାମ, ପୁରୀ, ନୟାଗଡ ଏବଂ ଅଭିଭକ୍ତ କଟକ ଜିଲ୍ଲାର ବ୍ୟବସାୟୀମାନେ ନିର୍ଭରଶୀଳ । ଦୈନିକ ଶହ ଶହ ଟ୍ରକ ଏହି ଡିପୋ କୁ ଆସୁଛି । ଏଣୁ ଗୋଷ୍ଠି ସଂକ୍ରମଣ ର ଆଶଙ୍କା ରହିଛି । ଗଞ୍ଜାମ ଜିଲ୍ଲାରୁ ବହୁ ବ୍ୟବସାୟୀମଧ୍ୟ ଆସୁଛନ୍ତି । ତେଣୁ ମଧ ଡିପୋ କୁ ସିଲ କରିବା ଲାଗି କେତେକ ବ୍ୟବସାୟୀ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି

Leave A Reply