Odisha news

ଚୋରା ଦେଶୀ ମଦ ଜବତ, ବେପାରୀ ଅଦାଲତ ଚାଲାଣ

0

ପାଣିକୋଇଲି, ୨୫ା୬ : ପାଣିକୋଇଲି ଥାନା ତଥା ଶଙ୍ଖଚିଲା ଫାଣ୍ଡି ଅନ୍ତର୍ଗତ ଜହ୍ନା ପଂଚାୟତର ଛୋଟରାୟପୁର ଛକରେ ଦେଶୀ ମଦ ଖବର ପାଇ ଫାଣ୍ଡି ଅଧିକାରୀ ଏଏଆଇ ଅମୀୟ କୁମାର ବେହେରା ସଦଳବଳେ ଚଢାଉ କରିଥିଲେ । ଚଢାଉ ସମୟରେ ସନେ୍ଦହ ଜବନକ ଅବସ୍ଥାରେ ଛୋଟରାୟପୁର ଗ୍ରାମର ନୀଳମଣି ଦାସଙ୍କ ପୁଅ ପରିକ୍ଷôତକୁ ଧରିବା ସହ ତା ନିକଟରୁ ଏକ ବ୍ୟାଗ ଜବତ କରିଥିଲେ । ଯେଉଁଥିରେ ୧୦ ଲିଟର ଦେଶୀ ମହୁଲି ମଦ ରହିଥିଲା । ତାକୁ ରାତ୍ରୀରେ ଥାନାକୁ ଆଣି ଏକ ମାମଲା ୧୪୦/୨୨ ରୁଜ୍ଜୁ କରାଯାଇ ଦଫା ୫୨(ଏ) ଓଡିଶା ଏକ୍ସସାଇଜ ଆକ୍ଟରେ ଆଜି ଅଦାଲତ ଚାଲାଣ କରାଯାଇଛି ।

IEC 2 years
Leave A Reply